ବିଚାର

ସକାଳୁ ରୁପା ପାତ୍ରରେ ପାଣି ପିଇଲେ ଶରୀରକୁ ମିଳିବ ଏହି ଦମଦାର ଫାଇଦା

ପୁରାତନ କାଳରେ ଲୋକମାନେ ନିଜ ଘରେ ରୁପାର ବାସନ ବ୍ୟବହାର କରୁଥିଲେ। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟ ସହ ରୁପା ବାସନର ବ୍ୟବହାର ମଧ୍ୟ କମ ହୋଇଛି। କିନ୍ତୁ ଏବେ ମଧ୍ୟ ବୟସ୍କ ଲୋକମାନେ ରୁପା ବାସନରେ ଖାଇବା ପିଇବା କରିବାକୁ ପସନ୍ଦ କରନ୍ତି। ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର କାରଣ।

ବାସ୍ତବରେ ରୁପା ବାସନରେ ପାଣି ପିଇବା ଶରୀର ପାଇଁ ଲାଭଦାୟକ। ଖାଲି ଆର‌୍ୟୁବେଦ ନୁହଁ ବୈଜ୍ଞାନିକ ସ୍ତରରେ ମଧ୍ୟ ରୁପା ବାସନରେ ପାଣି ପିଇବାକୁ କୁହାଯାଇଥାଏ। ତେବେ ଚାଲନ୍ତୁ ଜାଣିବା ରୁପା ବାସନରେ ପାଣି ପିଇବାର କିଛି ଚମତ୍କାରୀ ଫାଇଦା।

silver

-ଦୈନିକ ସକାଳେ ରୁପା ବାସନରେ ପାଣି ପିଇବା ଦ୍ବାରା ଶରୀରରେ ମେଟାବୋଲିଜିମ୍ ବୁଷ୍ଟ ହୋଇଥାଏ। ଯାହା ଫଳରେ ପାଚନକ୍ରିୟା ସକ୍ରିୟ ହୋଇଥାଏ। ଫଳରେ ଓଜନ କମ ହେବାରେ ସହାୟକ ହୋଇଥାଏ।

-ରୁପା ବାସନ ଶତ ପ୍ରତିଶତ ବ୍ୟାକ୍ଟେରିଆ ଫ୍ରି ରହିଥାଏ। ଏଣୁ ଏଥିରେ ପାଣି ଫୁଟାଇକି ପିଇବା ଆବଶ୍ୟକ ନଥାଏ। ସବୁଠାରୁ ଖାସ କଥା ରୁପା ଗିଲାସରେ ପାଣି ପିଇବା ଦ୍ବାରା ସଂକ୍ରମଣ କମ ହୋଇଥାଏ। ଏହା ଦ୍ବାରା ରୋଗ ମଧ୍ୟ ଖୁବ କମ ହୋଇଥାଏ।

taluka

-ଖାଇବା ଗରମ କରିବା ଦ୍ବାରା ବାସନର ଧାତୁ ଖାଦ୍ୟରେ ମିଶ୍ରିତ ହୋଇ ଶରୀରରେ ଖରାପ ପ୍ରଭାବ ପକାଇଥାଏ। କିନ୍ତୁ ରୁପା ବାସନରେ ଥିବା ଆଣ୍ଟିବ୍ୟକ୍ଟେରିଆଲ ଗୁଣ ଶରୀରରେ ଇମ୍ୟୁନିଟି ପାୱାରକୁ ବଢ଼ାଇଥାଏ।

-ରୁପା ଗିଲାସରେ ପାଣି ପିଇବା ଦ୍ବାରା ଥଣ୍ଡା କାଶ ସମସ୍ୟା ଦୂର ହେବା ସହ ପିତ ଦୋଷ କମ ହୋଇଥାଏ।

-ରୁପା ପାତ୍ରରେ କିଛି ମଧ୍ୟ ତରଳ ପଦାର୍ଥ ରଖିବା ଦ୍ବାରା ତାହା ଅଧିକ ସମୟ ପର‌୍ୟ୍ୟନ୍ତ ସତେଜ ରହିଥାଏ। ପୁରାତନ କାଳରେ ପାଣିକୁ ବିଶୁଦ୍ଧ କରିବା ପାଇଁ ଫ୍ଳିଟର ରହୁନଥିଲା ଏଣୁ ସେବେ ରୁପାର ପାତ୍ରକୁ ପାଣି ବିଶୁଦ୍ଧ କରିବାକୁ ବ୍ୟବହାର କରାଯାଉଥିଲା।

-ରୁପା ପାତ୍ରରେ ପାଣି ପିଇବା ଦ୍ବାରା ଏନିମିଆ, ବିଶାଦ, କିଡନି ଏବଂ ଲିଭର ଆଦିର ସମସ୍ୟା ଦୂର ହୋଇଥାଏ। ଏଣୁ ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଆଜିଠୁ ରୁପା ପାତ୍ରରେ ପାଣି ପିଇବା ଆରମ୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button