ସ୍ୱାସ୍ଥ୍ୟ

ସପ୍ତାହରେ ଥରେ ନିଶ୍ଚୟ ଖାଆନ୍ତୁ ଚୂନା ମାଛ, ଅନେକ ବଡବଡ଼ ରୋଗ ପାଇଁ ଏହା ଏକ ମହୌଷଧି

ସାଧାରଣତଃ ଚୂନା ମାଛ ଗାଁ ଅଞ୍ଚଳରେ ସହଜରେ ମିଳିଥାଏ । ବିଭିନ୍ନ ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ । ଡାକ୍ତରଙ୍କ ଭାଷାରେ ବଡ଼ ମାଛ ତୁଳନାରେ ଚୁନା ମାଛରେ ଅଧିକ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ଥାଏ । ଏହାସହିତ ଖାଦ୍ୟ ହଜମ ଶକ୍ତି ମଧ୍ୟ ବଢାଇଦିଏ । ଆଜି ଜାଣିବା ଚୂନା ମାଛ ଖାଇବା ଦ୍ୱାରା ଆମ ଶରୀରରେ କି କି ଲାଭ ମିଳିଥାଏ।

ଚୁନା ମାଛରେ ଅଧିକ ମାତ୍ରାରେ ଭିଟାମିନ୍‌ ଥିବାରୁ ଦୃଷ୍ଟି ଶକ୍ତି ବଢିବା ସହ ଆଖିର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କ ଆଖି କମ ଦେଖାଯାଉଛି ଏବଂ ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ ଆପଣ ଆଜି ଠାରୁ ହିଁ ଚୁନା ମାଛ ଖାଇବା ଆରମ୍ଭ କରନ୍ତୁ।

 

ଅନେକ ଲୋକଙ୍କ କମ ବୟସରେ ରକ୍ତଚାପ ଭଳି ସମସ୍ୟା ରହିଛି, ସେମାନେ ସପ୍ତାହରେ ଥରେ ନିଶ୍ଚେ ଚୂନା ମାଛ ଖାଇବା ଆବଶ୍ୟକ। ଏହାଦ୍ୱାରା ରକ୍ତଚାପ ଏବଂ ହୃଦ୍‌ରୋଗ ନିୟନ୍ତ୍ରଣ ହୋଇଥାଏ । ଛୋଟ ପିଲାଙ୍କୁ ଚୂନା ମାଛ ଖାଇବାକୁ ଦେଲେ, ସେମାଙ୍କର ଶରୀର ବୃଦ୍ଧି ହେବା ସହ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ । ଚୁନା ମାଛରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ଶରୀରର ହାଡ଼ସବୁକୁ ମଜବୁତ୍‌ କରିଥାଏ । ଶ୍ୱାସରୋଗରୁ ମୁକ୍ତି ପାଇବା ପାଇଁ ୬ ମାସ ଯାଏ ନିୟମିତ ଚୂନା ମାଛ ଖାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button