କ୍ରାଇମ

ବରିଷ୍ଠ ସେନା ଅଧିକାରୀ ଓ ପୁଅଙ୍କୁ ମାଡ଼ମାରି ୧୨ ପୁଲିସ ନିିଲମ୍ବିତ: ଅଧିକାରୀଙ୍କ ହାତ ଭାଙ୍ଗିଛି; ପୁଅର ମୁଣ୍ଡରେ ଆଘାତ ଲାଗିଛି

ପଟିଆଲା: ମାର୍ଚ୍ଚ ୧୪ ତାରିଖ ସକାଳେ ପଟିଆଲାରେ ଜଣେ ବରିଷ୍ଠ ସେନା ଅଧିକାରୀ ପୁଷ୍ପିନ୍ଦର ସିଂହ ବାଥ୍ ଓ ତାଙ୍କ ପୁଅ ଅଙ୍ଗଦ ସିଂହଙ୍କୁ ପଞ୍ଜାବ ପୁଲିସର ତିନି ଜଣ ଇନ୍ସପେକ୍ଟର ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ଅଧିକାରୀଙ୍କ ହାତ ଭାଙ୍ଗିଥିବା ବେଳେ ତାଙ୍କ ପୁଅର ମୁଣ୍ଡରେ ଆଘାତ ଲାଗିଛି। ଦୁହେଁ ଏବେ ପଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୧୨ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ରାଜେନ୍ଦ୍ର ହସ୍ପିଟାଲ ନିକଟରେ ରାସ୍ତା କଡ଼ରେ ଥିବା ଏକ ଭୋଜନାଳୟ ବାହାରେ ଏହି ଘଟଣା ଘଟିଛି, ଯେଉଁଠାରେ ଅଧିକାରୀ ଓ ତାଙ୍କ ପୁଅ ଜଳଖିଆ ପାଇଁ ଅଟକିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ସାଦା ପୋଷାକରେ ୩ ଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କୁ ତାଙ୍କ କାର୍ ହଟାଇବାକୁ କହିଥିଲେ, ଯାହାଫଳରେ ସେମାନେ ତାଙ୍କ କାର୍ ରଖିପାରିବେ। ଯେତେବେଳେ କର୍ଣ୍ଣେଲ ପୁଷ୍ପିନ୍ଦର ସିଂହ ସେମାନଙ୍କ ଚଢ଼ାସ୍ୱରକୁ ବିରୋଧ କଲେ, ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ମୁଥ ମାରିଥିଲେ। ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିବା ତାଙ୍କ ପୁଅକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସେମାନେ ସେନା ଅଧିକାରୀ ଓ ତାଙ୍କ ପୁଅଙ୍କୁ ବାଡ଼ି, ରଡ୍ ଓ ବେସ୍ ବଲ୍ ବ୍ୟାଟ୍‌ରେ ପିଟିଥିଲେ। ଦୁହେଁ ଅଚେତ ହୋଇଯାଇଥିଲେ ଏବଂ ଉଠିବା ପରେ ସେମାନଙ୍କୁ ପୁଣି ମାଡ଼ ମରାଯାଇଥିଲା। ଅତି କମ୍‌ରେ ୪୫ ମିନିଟ୍ ପର୍ଯ୍ୟନ୍ତ ଆମକୁ ଆକ୍ରମଣ କରାଯାଇଥିଲା ବୋଲି ସେନା ଅଧିକାରୀଙ୍କ ପୁଅ କହିଛନ୍ତି। ପ୍ରଥମେ ପୁଲିସ ଏତଲା ରଖୁ ନ ଥିଲା।

ପରିବାର ଲୋକେ ଆକ୍ରମଣର ସିସିଟିଭି ଫୁଟେଜ୍ ପ୍ରମାଣ ଭାବେ ଉପସ୍ଥାପନ କରିବା ପରେ ଏତଲା ରଖିଥିଲା। ଚାପ ବଢିବାରୁ ପଟିଆଲା ପୁଲିସର ସମସ୍ତ ୧୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହିତ ସିଟି କୋତୱାଲିର ଦୁଇ ଜଣ ଏସ୍ଏଚ୍ଓ ଓ ଜଣେ ଏସ୍ଏଚ୍ଓଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।
ତେବେ ଢାବା ମାଲିକଙ୍କ କହିବା ଅନୁଯାୟୀ, ସେନା ଅଧିକାରୀ ଓ ତାଙ୍କ ପୁଅ ଭୋଜନାଳୟରେ ଅଟକି ମାଗି ଅର୍ଡର ଦେଇ ରାସ୍ତା ମଝିରେ କାର୍ ପାର୍କିଂ କରିଥିଲେ। ଏହାପରେ ସେମାନେ ଝରକା ଖୋଲି ଗାଡ଼ି ଭିତରେ ମଦ ପିଇବା ଆରମ୍ଭ କରିଥିଲେ। ଠିକ୍ ଭାବେ ପାର୍କିଂ କରିବା ସହ ମଦ୍ୟପାନରୁ ଦୂରେଇ ରହିବାକୁ ଅନୁରୋଧ କରାଯିବାରୁ ସେମାନେ ମନା କରିଦେଇଥିଲେ। ପରେ ପୁଲିସର ଦୁଇଟି ଗାଡ଼ି ଆସିଥିଲା ଓ ଅଧିକାରୀମାନେ କାର୍ ହଟାଇବାକୁ କହିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। କର୍ଣ୍ଣେଲଙ୍କ ପୁଅ ହିଁ ଏହି ସଂଘର୍ଷ ଆରମ୍ଭ କରିଥିଲେ। ୪୫ ଦିନରେ ତଦନ୍ତ ସାରିବାକୁ ପଟିଆଲା ଏସ୍ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button