ରାଶିଫଳ

180 ବର୍ଷ ପରେ ଆଜି ହେଉଛି ଭୟଙ୍କର ସୂର୍ଯ୍ୟ ପରାଗ, 4ଟି ରାଶି ହେବେ କୋଟିପତି…. ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ

ନମସ୍କାର ବନ୍ଧୁଗଣ ତେବେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ସଂଘଟିତ ହେବ । ଦୀପାବଳି କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୋଇଥାଏ । ଚଳିତବର୍ଷ ଅମାବାସ୍ୟା ୨୪ ଓ ୨୫ ଅକ୍ଟୋବର ଦୁଇ ଦିନ ରହିବ । ଅମାବାସ୍ୟା ତିଥି ୨୪ ଅକ୍ଟୋବର ସଂଧ୍ୟା ୦୫.୨୭ ମିନିଟରେ ଆରମ୍ଭ ହେବ ଯାହା ୨୫ ଅକ୍ଟୋବର ଅପରାହ୍ନ ୪ଟା ୧୮ମିନିଟ୍ ପର୍ଯ୍ୟନ୍ତ ରହିବ ।

ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ହେବ । ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ଯାହା ୨୦୨୨ ମସିହାର ଦ୍ୱିତୀୟ ପରାଗ ହେବ । ପରାଗ ମୁଖ୍ୟ ରୂପେ ୟୁରୋପ, ଉତ୍ତର-ପୂର୍ବ ଆଫ୍ରିକା ଓ ପଶ୍ଚିମ ଏସିଆ କିଛି ଭାଗରେ ଦେଖାଯିବ । ଭାରତରେ ଏହି ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ଜୈନ, ବାରଣାସୀ ଓ ମଥୁରାରେ ଦେଖାଯିବ । ଏହା ମଧ୍ୟ କୁହାଯାଉଛି ଯେ ପୂର୍ବ ଭାରତକୁ ଛାଡି ସମ୍ପୂର୍ଣ୍ଣ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ । ତେବେ ପରାଗର ସମୟ, ସୂତକ କାଳ ସମ୍ପର୍କରେ ଆସନ୍ତୁ ଜାଣିବା ।

ତେବେ ସୂର୍ଯ୍ୟ ପରାଗ ଏକ ମହାଜାଗତିକ ଘଟଣା । ଯାହା ଅନେକ ବାର ଆଖିକୁ ଦେଖାଯାଇ ନଥାଏ । ସୂର୍ଯ୍ୟଙ୍କୁ ପୃଥିବୀ ସମେତ ସୌର ପରିବାରରସବୁ ଗ୍ରହ ପରିକ୍ରମଣ କରିଥାନ୍ତି । ହେଲେ କେବେକେବେ ସୂର୍ଯ୍ୟଙ୍କ ଆଲୋକ ସିଧା ପୃଥିବୀକୁ ପଡିନଥାଏ, ମଝିରେ ପୃଥିବୀର ଉପଗ୍ରହ ଚନ୍ଦ୍ର ଆସି ଯାଆନ୍ତି । ଏହି ପ୍ରକାର ଖଗୋଳିୟ ପରିସ୍ଥିତିକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏଥର ମହାକାଶରେ ଆଂଶିକ ସୂର୍ଯ୍ୟପରାଗ ହେବ ।

ଆଂଶିକ ସୂର୍ଯ୍ୟ ପରାଗକୁ ବଳୟାକାର ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଏ । କୁହାଯାଉଛି ଏହି ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ଯଥେଷ୍ଟ ବଢି ଯାଇଥାଏ । ଏଣୁ ସୂର୍ଯ୍ୟଙ୍କ ଆଲୋକ ପୃଥିବୀକୁ ପହଞ୍ଚିବା ପୂର୍ବରୁ ମଝିରେ ଚନ୍ଦ୍ର ଆସିଯାଆନ୍ତି । ଏଣୁ ସୂର୍ଯ୍ୟଙ୍କ କିଛି ଅଂଶ ହିଁ ଦେଖିବାକୁ ମିଳିଥାଏ । ଏଣୁ ଏହାକୁ ଆଂଶିକ ସୂର୍ଯ୍ୟ ପରାଗ କୁହାଯାଏ ।

ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଅପରାହ୍ନ ୪ଟା ୨୯ ମିନିଟରୁ ସଂଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ ୧ ଘଣ୍ଟା ୧୪ ମିନିଟ ପର୍ଯ୍ୟନ୍ତ ଲାଗିବ । କୁହାଯାଉଛି ଯେ ସୂର୍ଯ୍ୟାସ୍ତ ସହିତ ପରାଗ ୫ଟା ୪୩ ମିନିଟରେ ସମାପ୍ତ ହୋଇଯିବ । ତେବେ କୁହାଯାଏ ପରାଗ ଲାଗିବା ପୂର୍ବର ସମୟ ଅଶୁଭ ହୋଇଥାଏ । ଏହାକୁ ସୂତକ କାଳ ବୋଲି କୁହାଯାଏ । ସୂତକ କାଳରେ କୌଣସି ମାଙ୍ଗଳିକ କାମ ହୋଇ ନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗର ସୂତକ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଓ ପରାଗ ସମାପ୍ତ ହେବା ପରେ ହିଁ ସମାପ୍ତ ହୋଇଥାଏ ।

ତେବେ ଯେଉଁ ସବୁ ଅଞ୍ଚଳରେ ପରାଗ ଦେଖାଯାଏନି ସେଠାରେ ସୂତକ ପାଳନୀୟ ନୁହେଁ । ଏଥର ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଦେଖା ଯିବ । ଏଣୁ ଭାରତରେ ସୂତକ ମାନ୍ୟ । ଆଂଶିକ ସୂର୍ଯ୍ୟ ପରାଗର ସୂତକ ଭାରତରେ ଭୋର ୩ଟା ୧୭ ମିନିଟରୁ ଆରମ୍ଭ ହୋଇ ୫ଟା ୪୩ ମିନିଟ୍ ପର୍ଯ୍ୟନ୍ତ ରହିବ । ତେବେ ଏହି ସମୟରେ କିଛି ରାଶିଙ୍କ ଉପରେ ଖୁସିର ବର୍ଷା ହେବ ସେ ହେଉଛି-ବୃଷ,ସିଂହ,ମକର,ଏବଂ ଧନୁ । ତେବେ ସାମାନ୍ୟ ରାଶି ହେଉଛନ୍ତି-ମେଷ,କୁମ୍ଭ,କନ୍ୟା,ମିଥୁନ । ଅଶୁଭ ରହିବ- କର୍କଟ,ତୁଳା,ବିଛା,ମୀନ ।

Related Articles

Leave a Reply

Your email address will not be published. Required fields are marked *

Back to top button