ଧନତେରସ (23 October) ଘରକୁ ଆଣନ୍ତୁ ଏହି 10ଟି ଜିନିଷ, ଘରେ ଧନର ହେବ ବୃଦ୍ଧି, ମା ଲକ୍ଷ୍ମୀ ହେବେ ଖୁସି

ବନ୍ଧୁଗଣ ନମସ୍କାର, ତେବେ ଚଳିତ ବର୍ଷ ଅକ୍ଟୋବର ମାସ ୨୩ ତାରିଖରେ ପଡୁଛି ଆଲୋକ ର ପର୍ବ ଦୀପାବଳି । ଏହାର ପୂର୍ବ ଦିନ ଥାଏ ଧନତେରସ । ପୁରାଣରେ ଏହା କୁହାଯାଇ ଅଛି ଯେ, ଧନତେରସ ଦିନ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନନ୍ତରି ଅମୃତ କଳସ ଓ ଆୟୁର୍ବେଦ ନେଇ ସମୁଦ୍ର ଭିତରୁ ବାହାରିଥିଲେ । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ଆପଣ ପବିତ୍ର ଧନତେରସ ଦିନ ଆଣିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମତଃ, ପ୍ରାୟତଃ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କେବଳ ସୁନା ଚାନ୍ଦି ଘରକୁ ଆଣନ୍ତି । କିନ୍ତୁ ଏହା ବଦଳରେ ଯଦି ଆପଣ ଏକ ଲୁଣ ପ୍ୟାକେଟ ଘରକୁ ଆଣିବେ ତେବେ ଆପଣଙ୍କ ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ । କାରଣ ଲୁଣ ସହିତ ମାତାଲକ୍ଷ୍ମୀ ଙ୍କ ସମ୍ବନ୍ଧ ରହିଛି । ଏହା ସହିତ ଯଦି ଆପଣ ଏହି ଦିନ ଖଣ୍ଡ ହଳଦୀ ଆଣିବେ ତେବେ ଆପଣଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ଘଟିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।
୨. ଦ୍ବିତୀୟତଃ, କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନି ନିଆଯାଇଛି । ତେଣୁ ଧନତେରସ ରେ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଆପଣ ଘରକୁ ଆଣି ପାରିବେ ।

୩. ତୃତୀୟତଃ, ମାତାଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ । ତେଣୁ ଆପଣ ମାନେ ଧନତେରସ ଦିନ ଅବଶ୍ୟ ଘରକୁ ମାତାଲକ୍ଷ୍ମୀ ଙ୍କ ଚରଣ ପାଦୁକା ଆଣନ୍ତୁ ।
୪. ଚତୁର୍ଥତଃ, ଧନତେରସ ରେ ଦୌଡୁ ଥିବା ଘୋଡ଼ା ର ଫଟୋ ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ ।
୫. ପଞ୍ଚମତଃ, ରୂପାରେ ତିଆରି ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ଏହାକୁ ଆପଣ ନିଜ ଘରକୁ ଧନତେରସ ଦିନ ଆଣି ନିଜର ଘରେ ପ୍ରତିଷ୍ଠା କରିବା ଫଳରେ ଆପଣଙ୍କ ପାଖରେ ଧନର ଅଭାବ ରହି ନଥାଏ ।
୬. ଷଷ୍ଠତଃ, ଧନତେରସ ଦିନ ଆପଣ କଉଡ଼ି ଅବଶ୍ୟ ଘରକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ । ଏହାସହିତ ଆପଣ ମୋତି ଶଙ୍ଖକୁ ଆଣିବା ଦ୍ୱାରା ଆପଣଙ୍କ ସମ୍ପର୍କ ସମସ୍ତଙ୍କ ସହିତ ଭଲ ରହିଥାଏ ।

୭. ସପ୍ତମତଃ, ଶାସ୍ତ୍ର ରେ କୁହାଯାଏ କି ଝାଡୁ ହେଉଛି ମାତାଲକ୍ଷ୍ମୀ ଙ୍କ ପ୍ରତିମା ତେବେ ଧନତେରସ୍ ରେ ଘରକୁ ଝାଡୁ ଆଣିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଏହା ସହିତ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ । ତେଣୁ ଏହି ଦିନ ଆପଣ ଗୋଟିଏ ଝାଡୁ ନିଶ୍ଚିତ ଭାବରେ ନିଜ ଘରକୁ ଆଣନ୍ତୁ ।
୮. ଅଷ୍ଟମତଃ, ଏହି ପବିତ୍ର ଧନତେରସ ରେ ଆପଣ ଗୋଟିଏ ମୟୁର ପର ଅବଶ୍ୟ ଆଣନ୍ତୁ । ମୟୁର ପର କୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ । ଏହି ମୟୁର ପର କୁ ଆପଣ ନିଜ ଘରର ମୁଖ୍ୟ ଦ୍ୱାର ରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦା ସର୍ବଦା ରହିବ ।
୯. ନବମତଃ, ଆପଣ ଏହି ପବିତ୍ର ଧନତେରସ ଦିନ ଗୋମଟି ଚକ୍ର ନିଶ୍ଚିତ ଭାବରେ ଘରକୁ ଆଣନ୍ତୁ । ଏହା ଆପଣଙ୍କୁ ସହଜ ରେ ମିଳିଯିବ । ଏହା ଘର ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ଏବଂ ଏହାକୁ ଘରକୁ ଆଣିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହୋଇଥାଏ ।
୧୦. ଦଶମତଃ, ଆପଣ ଆଲୋକ ର ପର୍ବ ଦୀପାବଳି ଦିନ କିମ୍ବା ଧନତେରସ ଦିନ ଘରକୁ ଶ୍ରୀଯନ୍ତ୍ର ବା କୁବେର ଯନ୍ତ୍ର ଘରକୁ ଆଣନ୍ତୁ । ଆପଣ ଯଦି ଏହାକୁ ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ତେବେ ଏହାଦ୍ବାରା ଆପଣଙ୍କ ଧନ ରେ ବୃଦ୍ଧି ହୋଇଥାଏ ଏବଂ ଆପଣ ଧନବାନ ହୋଇଥାନ୍ତି ।



