ମନୋରଞ୍ଜନ

ଏହି ଓଡ଼ିଆ ଆଲବମ ହିରୋମାନେ ଆଜିକାଲି କଣ କରୁଛନ୍ତି ଓ କେମିତି ଦେଖାଯାଉଛନ୍ତି ?

ଅରିଜିତ : ଏ ହେଉଛନ୍ତି ଅରିଜିତ ଆପଣ ତାଙ୍କୁ ବହୁତ ଓଡ଼ିଆ ଆଲବମରେ ବିଗତ ଦିନମାନଙ୍କରେ ଦେଖିଥିବେ ସେ ଓଡ଼ିଆରେ 2-୩ ଟି ଫିଲ୍ମ ମଧ୍ୟ କରିଛନ୍ତି ଯେଉଁ ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ପତ୍ନୀ ମାମା ମିଶ୍ର ହିରୋଇନ ଥିଲେ ସେ ଆଜି କାଲି ଆଉ ଅଭିନୟ କରୁନାହାନ୍ତି । ସେ ଜଣେ ବହୁତ ବଡ଼ ବ୍ୟବସାୟୀ । ଆଗ ଅପେକ୍ଷା ସେ ବହୁତ ବଦଳିଯାଇଛନ୍ତି ।

 

ଅନୁଭବ ମହାନ୍ତି : ଏ ନାମ ବା କିଏ ନଶୁଣିଛି ଓଡ଼ିଶାର କୋଣ ଅନୁକୋଣରେ ଏହି ହିରୋ ପ୍ରସିଦ୍ଧ । ଆଲବମ ଜଗତରୁ କ୍ୟାରିଆର ଆରମ୍ଭ କରିଥିବା ଅନୁଭବ ଏବେ ଜଣେ ସୁପରଷ୍ଟାର ତାଙ୍କର ଅଭିନୀତ ବହୁତ୍ବଫିଲ୍ମ ସୁପର ହିଟ ହୋଇଛି ସେ 100ରୁ ଅଧିକ ଓଡ଼ିଆ ବଙ୍ଗଳା ସିନେମାରେ ଅଭିନୟ କରିସାରିଛନ୍ତି । ସେ ବର୍ତ୍ତମାନ ରାଜ୍ୟସଭାର ଜଣେ ସାଂସଦ ମଧ୍ୟ । ଅନୁଭବଙ୍କ ସହ ବହୁତ ଫିଲ୍ମରେ ଅଭିନୟ କରିଥିବା ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପତ୍ନୀ ।

 

ଦୀପକ : କିଛିବର୍ଷ ପୂର୍ବେ ଯେଉଁମାନେ ଆଲବମ ଦେଖୁଥିଲି ସେମାନେ ଏହି ଚେହେରାକୁ କେବେବି ଭୁଲି ନଥିବେ ଅ ହେଉଛନ୍ତି ସେଇ ଦୀପକ ଯାହାଙ୍କର ଗୀତ ଅନାମିକା ନୈକା ସେ ହେଲା ମୋର ପ୍ରେମିକା ଗୀତରେ ସାରା ଓଡ଼ିଶାରେ ଚହଳ ପଡିଥିଲା ସେ ସ୍ୱପ୍ନ ସୁନ୍ଦରୀ ପରି ବହୁତ ଓଡ଼ିଆ ଆଲବମ ରେ କାମ କରିଥିଲେ ଓ ସେ ଶ୍ରିତମ ଦାସଙ୍କ ସହ 2ଟି ଓଡ଼ିଆ ଫିଲ୍ମରେ ମଧ୍ୟ ଦେଖାଦେଇଥିଲେ । ସେ ଏବେ infosys ର manager ଭାବରେ କାର୍ଯ୍ୟ କରୁଛନ୍ତି ।

 

ବୁଲୁ : ଏହି ତରୁଣ ସୁନ୍ଦର ପିଲାକୁ ଓଡ଼ିଶାର ବହୁତ ଲୋକ କେବେ ଭୁଲିପାରିବେନି ବିଶେଷ କରି ଝିଅମନେ ତାଙ୍କ ଚେହେରା କୁ କେବେବି ଭୁଲିପାରିବେନି ସେ ହେଉଛନ୍ତି ବୁଲୁ ଯାହାଙ୍କର ଗୀତ ଜହ୍ନ ରାଇଜରେ ଜାଗଟେ କିଣିଛି ସୁପର ଡୁପର ହିଟ ହୋଇଥିଲା । ସେ ଏବେ ହିନ୍ଦୀ ଅନ୍ୟ ଭାଷାର ଫିଲ୍ମରେ ଅଭିନୟ କରୁଛନ୍ତି ।

 

ସବ୍ୟସାଚୀ ମିଶ୍ର : ଓଡ଼ିଆ ସିନେମାରେ ଆକ୍ଟିଂଗର ବାଦସା କୁହାଯାଏ ତାଙ୍କୁ ସେ ବି ତାଙ୍କ ଅଭିନୟ ଆରମ୍ଭ କରିଥିଲେ ଆଲବମ ଜଗତରୁ ଏବେ ବହୁତ ଫିଲ୍ମରେ ସେ ଅଭିନୟ କରିଛନ୍ତି ସେ ଅଭିନୟ କରିଥିବା ଫିଲ୍ମ ପାଗଳ ପ୍ରେମୀ ପରି ଫିଲ୍ମ ତାଙ୍କୁ ଆଣି ଦେଇଥିଲା ଢେର ସଫଳତା ସେ ଏବେ ବଙ୍ଗଳା ଫିଲ୍ମ ଜଗତରେ ମଧ୍ୟ ଜଣେ ବହୁତ ବଡ଼ କଳାକାର ରୂପେ ଜଣା ଶୁଣା ।

Related Articles

Leave a Reply

Your email address will not be published. Required fields are marked *

Back to top button