ଦେଶ ବିଦେଶ
କେରଳ ବିଜେପି ଅଧ୍ୟକ୍ଷ ହେଲେ ରାଜୀବ ଚନ୍ଦ୍ରଶେଖର

ତିରୁଅନନ୍ତପୁରମ୍: ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ କେରଳ ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ତିରୁଅନନ୍ତପୁରମ୍ର ଉଦୟ ପ୍ୟାଲେସ୍ରେ ବିଜେପିର ଜାତୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଘୋଷଣା କରିଛନ୍ତି। ଘୋଷଣା ସମୟରେ କେରଳ ବିଜେପିର ପ୍ରଭାରୀ ପ୍ରକାଶ ଜାଭେଡକର ଏବଂ ସହପ୍ରଭାରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ରାଜୀବଙ୍କ ନେତୃତ୍ବରେ ବିଜେପି ୨୦୨୬ରେ କେରଳ ବିଧାନସଭା ନିର୍ବାଚନ ଲଢ଼ିବ। ଦାୟିତ୍ବ ଗ୍ରହଣ ପରେ ରାଜୀବ କହିଛନ୍ତି, କେରଳରେ କଂଗ୍ରେସ ଓ ସିପିଏମ୍ ମଧ୍ୟରେ ଚାଲିଥିବା ଦ୍ବିଧ୍ରୁବୀୟ ରାଜନୀତିର ମୂଳୋତ୍ପାଟନ କରିବା ତାଙ୍କର ଲକ୍ଷ୍ୟ ରହିବ।



