ଦେଶ ବିଦେଶ

କର୍ଣ୍ଣାଟକ ‘ହନିଟ୍ରାପ୍‌’ ଘଟଣା: ସିବିଆଇ ତଦନ୍ତକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକର ଅନେକ ନେତା, ବରିଷ୍ଠ ପ୍ରଶାସକ, ବିଚାରପତି ପ୍ରମୁଖ ‘ହନିଟ୍ରାପ୍‌’ର ଶିକାର ହେବା ଘଟଣା ନେଇ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିରପେକ୍ଷ ଏସ୍‌ଆଇଟି କିମ୍ବା ସିବିଆଇ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍‌କୋର୍ଟ ‘ରାଜନୈତିକ ଅନର୍ଥକାରୀ’ ବୋଲି ଅଭିହିତ କରି ଖାରଜ କରିଦେଇଛନ୍ତି।

ବିଚାରପତି ବିକ୍ରମ ନାଥ, ସଞ୍ଜୟ କାରୋଲ ଓ ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଆବେଦନର ଶୁଣାଣି କରିଥିଲେ। ଆବେଦନକାରୀ ବିନୟ କୁମାର ସିଂହଙ୍କ ଓକିଲ ବରୁଣ ସିହ୍ନାଙ୍କୁ ବିଚାପତି ନାଥ ପଚାରିଥିଲେ, ତୁମ (ଆବେଦନକାରୀ) ଘର ଝାଡ଼ଖଣ୍ଡରେ, ସେ ରାଜ୍ୟରେ(କର୍ଣ୍ଣାଟକ) କ’ଣ ହେଉଛି ସେ ନିମନ୍ତେ ତୁମ ଚିନ୍ତା କାହିଁକି? ସେମାନେ ଏହା ଉପରେ ପଦେକ୍ଷପ ନେବାକୁ ଯୋଗ୍ୟ। ଏହି ସମୟରେ ଓକିଲ କହିଥିଲେ, ହନିଟ୍ରାପ୍‌ ମାମଲା ସାଂଘାତିକ ଓ ଏହାର ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ।

ଏଥିରେ ଖଣ୍ଡପୀଠ କହିଥିଲେ, ତୁମେ କାହିଁକି ହନିଟ୍ରାପ୍‌ର ଶିକାର ହେଉଛ। ଯଦି ହନିଟ୍ରାପ୍‌ର ଶିକାର ହେବ ତେବେ ସେମାନେ ତୁମପାଇଁ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି କରିବେ। ଏଥିରେ ଓକିଲ ସିହ୍ନା କହିଥିଲେ, ଏହି ହନିଟ୍ରାପ୍‌ରେ ଅନେକ ବିଚାରପତି ମଧ୍ୟ ଶିକାର ହୋଇଛନ୍ତି। ଏଥିରେ ଖଣ୍ଡପୀଠ କହିଥିଲେ, ବିଚାରପତିଙ୍କ କଥା ଛାଡ଼ିଦିଅନ୍ତୁ, ସେମାନେ ସେମାନଙ୍କ କଥା ସମ୍ଭାଳିବେ। ସୂଚନାଯୋଗ୍ୟ, ଗତ ସପ୍ତାହରେ କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେଏନ୍‌ ରାଜାନ୍ନା ବିଧାନସଭାରେ ଅଭିଯୋଗ କରିଥିଲେ ଯେ ରାଜ୍ୟର ୪୮ଜଣ ପ୍ରଭାବଶାଳୀ ଲୋକ ହନିଟ୍ରାପର ଶିକାର ହୋଇଛନ୍ତି ଏବଂ ସେମାନଙ୍କ ଭିଡିଓ ଭାଇରାଲ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button