ଧର୍ମ

ଶ୍ରାବଣ ମାସର ପ୍ରଥମ ୧୧ଦିନ, ୧୧ଟି ଚାଉଳ ଏବଂ ୧୧ଟି ଶିବ ମନ୍ତ୍ର ସହ କରନ୍ତୁ ଏହି ଉପାୟ- ସୁଖ ଓ ସମୃଦ୍ଧିରେ ଭରି ଯିବ ଆପଣଙ୍କ ଘର

ନମସ୍କାର ଦର୍ଶକବନ୍ଧୁ, ଆଜି ଆମେ ଆପଣଙ୍କୁ କହିବୁ ଏହି ଶ୍ରାବଣ ମାସରେ କଣ କରିଲେ ଆପଣଙ୍କ ଘର ଧନ ସମ୍ପତ୍ତି ରେ ଭରି ଯିବ । ଏହି ମାସ ହେଉଛି ଭଗବାନ ଶିବଙ୍କର, ଏହି ମାସରେ ଯଦି ଆମେ ଭଗବାନ ଶିବଙ୍କର ପୂଜା ଆରାଧନା କରିବା ତେବେ ଆମକୁ ଆମ ମନ ଚାହୁଁଥିବା ସବୁ କିଛି ମିଳି ପାରେ । ତେବେ ଭଗବାନଙ୍କୁ ପ୍ରସନ୍ନ କରିବା ଏତେ ସହଜ କଥା ନୁହେଁ । ସେଥିପାଇଁ ବହୁତ କିଛି କରିବାକୁ ପଡେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ, ଯଦି ଆପଣ ଶ୍ରାବଣ ମାସର ପ୍ରଥମ ୧୧ ଦିନ ପର୍ଯ୍ୟନ୍ତ ଏହି କାମ କରିବେ ତେବେ ଆପଣ ଦେଖିବେ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇ ଘର ସୁଖ ସମୃଦ୍ଧିରେ ଭାରି ଯିବ ।

 

ତେବେ ଆପଣଙ୍କୁ କେବଳ ଏତିକି ହିଁ କରିବାର ଅଛି କି ପ୍ରଥମ ୧୧ ଦିନ ୧୧ ଟି ଲେଖା ଚାଉଳ ଏହି ୧୧ଟି ମନ୍ତ୍ର ସହ ଉଚ୍ଚାରଣ କରି ଶିବଙ୍କୁ ଅର୍ପଣ କରିବାକୁ ପଡିବ । ତେବେ ଏହି କାମ କରିବା ସମୟରେ ଆପଣଙ୍କର ପୁରା ଭକ୍ତି ଓ ଶ୍ରଦ୍ଧା ରହିବା ଦରକାର । ଯଦି ଏହା ଆପଣ ବିଶ୍ବାସର ସହ କରନ୍ତି ତେବେ ଦେଖିବେ ଆପଣ ନିଜ ଜୀବନରେ କେବେ ବି ଦୁଖ କଷ୍ଟ ଦେଖିବେ ନାହିଁ, ସର୍ବଦା ସୁଖରେ ରହିବେ । ଆପଣଙ୍କ ଘର ଧନ ସମପଟଟିରେ ଭର୍ତ୍ତି ହୋଇ ରହିବ । ତେବେ ଆସନ୍ତୁ ସେହି ମନ୍ତ୍ର ଗୁଡିକ କଣ ।

 

ଶିବଙ୍କୁ ଆରାଧନା କରିବା ପାଇଁ ମନ୍ତ୍ର-

ପ୍ରଥମେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ସଫା ବସ୍ତ୍ର ପରିଧାନ କରି ଭଗବାନ ଙ୍କର ପୂଜା କରିବେ । ଏହା ପରେ ଏକ କୁଶ ଆସନ ରେ ବସି ଏହି ସବୁ ମନ୍ତ୍ର ଉଚ୍ଚାରଣ କରି ସେହି ଚାଉଳକୁ ଶିବଙ୍କ ଉପରେ ଚଢାନ୍ତୁ ।

ଓଁ ଅଘୋରାୟ ନମଃ

ଓଁ ପଶୁପତୟେ ନମଃ

ଓଁ ଶର୍ବାୟ ନମଃ

ଓଁ ବିରୁପାକ୍ଷାୟ ନମଃ

ଓଁ ବିଶ୍ବରୂପିଣେ ନମଃ

ଓଁ ତ୍ରମ୍ବକାୟ ନମଃ

ଓଁ କପଦିନେ ନମଃ

ଓଁ ଭୈରବାୟ ନମଃ

ଓଁ ଶୂଳପାଣାୟ ନମଃ

ଓଁ ଈଶାନାୟ ନମଃ

ଓଁ ମହେଶ୍ବରାୟ ନମ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button