Uncategorized

ଓଡ଼ିଆ ନୂଆ ବର୍ଷ ପୂର୍ବରୁ ହେବ ଓଡ଼ିଆ କ୍ୟାଲେଣ୍ଡର ଉନ୍ମୋଚନ, ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ନେବାପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରୀ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଯାଇଛନ୍ତି ଆଇନମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀ । ଦର୍ଶନରୁ ଫେରିବା ପରେ ସିଂହଦ୍ଵାର ଠାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶ୍ରୀମନ୍ଦିର ପ୍ରଶାସନର ଦ୍ଵାରା ପ୍ରକାଶିତ ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ୨୦୨୫:୨୦୨୬ ବର୍ଷର ଶ୍ରୀମନ୍ଦିରରେ ପର୍ବପର୍ବାଣୀ ଓ ଯାନିଯାତ୍ରା କ୍ୟାଲେଣ୍ଡର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button