କ୍ରାଇମ

୨ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ନିହତ କଲା ଭାରତୀୟ ସେନା

ଜମ୍ମୁ-କଶ୍ମୀର: ଗତକାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ଜମ୍ମୁ-କଶ୍ମୀରରେ ପ୍ରବଳ ଗୁଳି ବିନିମୟ ପରେ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛି। ଏହି ଅଭିଯାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା।

ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି। ସାମରିକ ଅଭିଯାନ ଜାରି ରହିଛି।

ମଙ୍ଗଳବାର ଦିନ ପ୍ରାୟ ୨:୩୦ ସମୟରେ ପହଲଗାମରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୋଇବାର ଏକ ସ୍ଥାନୀୟ ଶାଖାକୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଉଛି।

ଖୋଲା ଘାସ ପଡ଼ିଆରେ ଗୁଳି ଫୁଟିବା ଯୋଗୁ ପର୍ଯ୍ୟଟକମାନେ ନିରାପଦ ପାଇଁ ତରବର ହେଇ ଧାଉଁଥିବା ବେଳଳ ଦୃଶ୍ୟ ଭିଡିଓରେ ଦେଖିବାକୁ ମିିଳିଛି। ପ୍ରତ୍ୟକ୍ଷଦର୍ଶୀମାନେ ଭୟଙ୍କର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ଜଣେ ବଞ୍ଚିଥିବା ବ୍ୟକ୍ତି ବିଶୃଙ୍ଖଳା ବିଷୟରେ କହିଛନ୍ତି କି, “ଲୁଚିବା ପାଇଁ କୌଣସି ସ୍ଥାନ ନଥିଲା।”

Related Articles

Leave a Reply

Your email address will not be published. Required fields are marked *

Back to top button