ବିଜ୍ଞାନ

ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ପରି ପରିବେଶ ତିଆରି କରି ବିଲାତି ଓ ମୂଳା ପରି ଆହୁରି ୧୦ପ୍ରକାର ପରିବା ଉତ୍ପାଦନ କଲେ ନାସା ର ବୈଜ୍ଞାନିକ

ନାସା ର ବୈଜ୍ଞାନିକ ମଙ୍ଗଳ ଓ ଚନ୍ଦ୍ରମା ଭଳି ପରିବେଶ ତିଆରି କରି ସେଥିରେ ପନିପରିବା, ଫସଲ ଚାଷ କରିବାରେ ସଫଳ ହୋଇଛନ୍ତି, ଏହି ପ୍ରୟୋଗ ପରେ ବୈଜ୍ଞାନିକମାନେ କହୁଛନ୍ତି କି ମଙ୍ଗଳ ଓ ଚନ୍ଦ୍ର ଉପରେ ମଧ୍ୟ ଫସଲ କରା ଯାଇପାରେ । ବୈଜ୍ଞାନିକଙ୍କ ଦ୍ଵାରା ୧୦ପ୍ରକାର ଅଲଗା ଅଲଗା ପରିବା ଉତ୍ପାଦିତ କରାଯାଇଛି ଯେଉଁ ଥିରେ ବଗିଚା ଗଛ, ବିଲାତି, ମୂଳା, ରାଈ, ଗାଜର, ପାଳଙ୍ଗ ଓ ମଟର ପରି କେତୋଟି ପରିବା ହୋଇଥିଲା ।

ନାସା ସାହାଯ୍ୟ ରେ ନୀଦରଲୈଂଡ ର ୱଗେନିଂଗେନ ୟୁନିଭର୍ସିଟୀ ନିଜ ଅଧ୍ୟୟନ ରୁ ଏହି କାର୍ଯ୍ୟ କରିଛନ୍ତି । ନାସା ବୈଜ୍ଞାନିକଙ୍କ ଅନୁଯାଇ ଏହି ଫସଲ ରୁ ବିହନ ବି ରଖା ହୋଇଛି ଯାହା ସେହି ଗ୍ରହ ରେ ଉତ୍ପାଦନ ପାଇଁ ସାହାଯ୍ୟ କରିବ ।

ମଙ୍ଗଳ ଓ ଚନ୍ଦ୍ରମା ଉପରେ ପୃଥିବୀ ଭଳି ହୋଇପାରିବ ଚାଷ :

ନାସା ବୈଜ୍ଞାନିକଙ୍କ ମାନ୍ୟତା ଅନୁଯାଇ ଯଦି ଭବିଷ୍ୟତ ରେ ମାନବ ଏହି ଗ୍ରହ ଉପରେ ରହିଲେ ତାହେଲେ ପୃଥିବୀ ଭଳି ସେଥିବୀ ନିଜ ଖାଦ୍ୟ ଜିନିଷ ଉତ୍ପାଦନ କରି ପାରିବେ, ଏବଂ ସେହି ଚାଷରୁ ବିହନ ରଖି ଅଲଗା ଚାଷ ବି କରି ପାରିବେ । ୟୁନିଭର୍ସିଟୀ ଅଧ୍ୟୟନ କର୍ତ୍ତା ବିଗର ବେମଲିଙ୍କ କହିବା ଅନୁଯାଇ ଯେତେବେଳେ ସେ ବିଲାତି କୁ ସେହି ପରିବେଶ ରେ ନାଲି ହବାର ଦେଖିଲେ ତାଙ୍କ ମନ ବହୁତ ପ୍ରଶନ୍ନ ହୋଇଥିଲା ।

ଅଧ୍ୟୟନ କାର୍ଯ୍ୟ ପାଇଁ ବୈଜ୍ଞାନିକ ମଙ୍ଗଳ ଓ ଚନ୍ଦ୍ରମା ଉପରୁ ଆଣିଥିବା ମାଟି ସହ ପୃଥିବୀ ମାଟି ମିଶାଇଲେ ଏବଂ ଏହା ପରେ ସେହି ଗ୍ରହଙ୍କ ପରି ପରିବେଶ ବନାଇଲେ ତା ପରେ ଚାଷ କଲେ ଏବଂ ସଫଳ ହେଲେ ।

ଚାଷ ପରିବେଶ ଜାଣିବା ପାଇଁ ଭାରତୀୟ ବୈଜ୍ଞାନିକମାନଙ୍କୁ ପଚରା ଗଲା :

ଅଧ୍ୟୟନ ପୂର୍ବରୁ ଭାରତୀୟ ବୈଜ୍ଞାନିକଙ୍କୁ ଏହି ଅଧ୍ୟୟନ ପାଇଁ ଡକା ଗଲା ଏବଂ ପ୍ରତ୍ୟକଟି ଜିନିଷ ତାଙ୍କ ଅନୁସରଣ ରେ ହେଲା । ଭାରତ ଅଧ୍ୟୟନ ପରେ ଏହି ଗ୍ରହ ମାଟି କୁ ତିଆରି କରା ଗଲା । ଏବେ ସୁଧା ଏହା ଜଣା ପଡି ନାହିଁ କି ଏହି ଚାଷ ରେ କେତେ ମାତ୍ରା ରେ ଭିଟାମିନ ଓ ମିନେରାଲ୍ସ ମିଳିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button