ସ୍ୱାସ୍ଥ୍ୟ

ଏହି ବ୍ୟକ୍ତିର ଦୀର୍ଘ ୧୦ ବର୍ଷରୁ ଶରୀର ତଳ ଭାଗ ରେ ହେଉଥିଲା କଷ୍ଟ , ଏକ୍ସ-ରେ ରିପୋର୍ଟ ରେ ଯାହା ବାହାରିଲା ଆପଣ ବିଶ୍ବାସ କରିପାରିବେନି

ଚୀନ ର ଆଜି ପର୍ଯ୍ୟନ୍ତର ସବୁଠୁ ଆଶ୍ଚର୍ଯ୍ୟ କରି ଦେଉଥିବା ଘଟଣା । ଆପଣ ବୋଧେ କେବେବି ଏମିତିଆ ଖବର ଶୁଣିଥିବେ । ଗୋଟିଏ ୫୫ ବର୍ଷର ଲୋକ ର ତଳ ଭାଗ ରେ ଗତ ୧୦ ବର୍ଷ ରୁ ଭୀଷଣ କଷ୍ଟ ହେଉଥିଲା । ଯେତେବେଳେ ଏହି ଦରଜ ର କାରଣ ରୋଗୀ ଓ ଡାକ୍ତର ଜାଣିଲେ ତାଙ୍କ ଆଶ୍ଚର୍ଯ୍ୟ ର ସୀମା ନଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ, ଲୋକ ନା ଚେନ ଅଟେ । ସେ ଗତ ୧୦ ବର୍ଷ ରୁ କଷ୍ଟ ସହୁଥିଲେ ।

ସେ କହିଲେ ସେ କାମ ରେ ଏତେ ବ୍ୟସ୍ତ ହେଇଯାଇଥିଲେ ଯେ ଡାକ୍ତର ପାଖୁକୁ ଯିବାପାଇଁ ତାଙ୍କ ପାଖରେ ସମୟ ନଥିଲା

ଚେନ କହିଲେ ପ୍ରାରମ୍ଭ ରେ କଷ୍ଟ ଛୁଞ୍ଚି ଫୁଟିଲା ପରି ହେଉଥିଲା, ହେଲେ ଧୀରେ ଧୀରେ ତାଙ୍କ କଷ୍ଟ ବଢିବାକୁ ଲାଗିଲା ଏବଂ ଗମ୍ଭୀର ରୂପ ହୋଇଗଲା । ଅବସ୍ତା ଏତେ ଖରାପ ହେଇଗଲା କି ତାଙ୍କୁ ଡାକ୍ତର ପାଖକୁ ଯିବାକୁ ପଡିଲା । ମିଡ଼ିଆ ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ଚିକିତ୍ସା ରେ ଡାକ୍ତର ବୁଝି ପାରିଲେନି ରୋଗୀ ର କଣ ହେଇଚି ।

ସେଥିପାଇଁ ଡକ୍ଟର ଚେନ କୁ ଏକ୍ସ-ରେ କରିବାକୁ କହିଲେ । ଯେତେବେଳେ ଏକ୍ସ-ରେ ରିପୋର୍ଟ ଆସିଲା ଚେନ ଏବଂ ଡକ୍ଟର ଦୁଇଜଣଙ୍କ ହୋସ ଉଡିଗଲା । ଏକ୍ସ-ରେ ରିପୋର୍ଟ ରେ ଡକ୍ଟର ଦେଖିବାକୁ ପାଇଲେ ଯେ ଚେନ ଶରୀର ତଳ ଭାଗ ରେ ୮ ଛୁଞ୍ଚି ପସିକିରି ଥିଲା । ଏହି ଛୁଞ୍ଚି କପଡା ଉପରେ ବୁଣା ବୁଣି କରିବାପାଇଁ ବ୍ୟବହାର କରା ଯାଏ । ଚେନ ଅନୁସାରେ ସେ ଯେତେବେଳେ ଦୌଡନ୍ତି ତାଙ୍କୁ ବହୁତ କଷ୍ଟ ହୁଏ । ଚେନ ଏହି ଘଟଣା ବିଷୟ ରେ କହିଲେ ୧୦ ପୂର୍ବରୁ ସେ ଏକ ଅଳିଆ ଗଦା ଉପରେ ପଡିଥିଲେ, ସେତେବେଳେ ତାଙ୍କ ତଳ ଭାଗ ରେ କେତେ ଛୁଞ୍ଚି ପସିଯାଇଥିଲା ।

ସେ କେତେ ଛୁଞ୍ଚି ବାହାର କରିଦେଇଥିଲେ ହେଲେ କେତେ ଗୁଡେ ଭିତେରେ ପଶି ରହି ଯାଇଥିଲା, ତା ବିଷୟ ରେ ତାଙ୍କୁ ଜମା ଜଣାନଥିଲା । ୧୫ ଅଗୁଷ୍ଟ ରେ ଚେନ ର ସର୍ଜରୀ ହେଲା ଏବଂ ସବୁ ଛୁଞ୍ଚି ବାହାର କରାଗଲା । ଏହି ସର୍ଜରୀ ପାଇଁ  ଡକ୍ଟର କୁ ଚାରି ଘଣ୍ଟା ର ସମୟ ଲାଗିଲା । ସର୍ଜରୀ ପରେ ଡକ୍ଟର କହିଲେ ଚେନ ଏହି କଷ୍ଟ ରୁ ମୁକ୍ତ ହେଲେ ଏବଂ ଜୀବନ ରେ ଏହା ତାଙ୍କୁ ଆଉ କଷ୍ଟ ଦେବନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button