ମନୋରଞ୍ଜନ

ଜୋମାଟୋରୁ ୧୦୦ ଟଙ୍କା ଫେରସ୍ତ ଚାହୁଁଥିଲେ ଇଞ୍ଜିନିୟର, କିନ୍ତୁ ୭୭,୦୦୦ ଟଙ୍କା ର ଲାଗିଗଲା ଚୂନା- ପଢନ୍ତୁ ସମ୍ପୂର୍ଣ ଖବର

ବିହାର ର ରାଜଧାନୀ ପଟନାରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଅଛି, ଯେଉଁଠି ଗୋଟେ ଲୋକକୁ ଜୋମାଟୋ ରୁ ଖାଦ୍ୟ ମଗେଇବା ମହଙ୍ଗା ପଡିଲା । ପଟନାର ଏକ ଇଞ୍ଜିନିୟର ଜୋମାଟୋରୁ ୧୦୦ ଟଙ୍କାର ଖାଇବା ମଗେଇଲେ । ଯଦିଓ ସେ ପଇସା ଫେରସ୍ତ ଚାହୁଁଥିଲେ, କିନ୍ତୁ ୧୦୦ଟଙ୍କା ଫେରସ୍ତ ଜାଗା ରେ ନିଜର ୭୭,୦୦୦ଟଙ୍କା ହରାଇଲେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା କଣ ।

ବିଜ୍ଞାନ ଯେତିକି ଭଲ ସେତିକି ଖରାପ ଅଟେ ନିଜ ବୁଦ୍ଧି ଲଗାଇ କାମ ନକଲେ କେହିବି ଆପଣଙ୍କୁ ଠକି ପାରେ ସେଥିପାଇଁ ସାବଧାନ ରୁହନ୍ତୁ ।

 

ପଟନା ର ବିଷ୍ଣୁ ଫୁଡ ଡେଲିଭରି ଆପ ଦ୍ଵାରା ଖାଇବା ମଗାଇଥିଲେ । ଯେତେବେଳେ ଡେଲିଭରୀ ପିଲା ଖାଇବା ନେଇକି ଆସିଲା, ବିଷ୍ଣୁଙ୍କୁ ଖାଦ୍ୟ ପସନ୍ଦ ଆସିଲାନି ଓ ସେ ନିଜ ପଇସା ଫେରସ୍ତ ପାଇଁ କହିଲେ । ଏହା ପରେ ଡେଲିଭରୀ ପିଲା ତାଙ୍କୁ ଜୋମାଟୋ କଷ୍ଟମର କେୟାର କୁ କଲ କରିବାପାଇଁ କହିଲା ଓ ବିଷ୍ଣୁଙ୍କୁ ଗୁଗଲ ରେ ଜୋମାଟୋ କଷ୍ଟମର କେୟାର ସର୍ଚ କରିବା ପାଇଁ କହିଲେ ।

ଡେଲିଭରି ପିଲା ବିଷ୍ଣୁଙ୍କୁ ଗୁଗଲ ରେ ପାଇଥିବା ପ୍ରଥମ ନମ୍ବରକୁ କଲ କରିବା ପାଇଁ କହିଲେ ଏବଂ ନିର୍ଦେଶ ଅନୁସାରେ କାମ କରିବା ପାଇଁ କହିଲେ । ବିଷ୍ଣୁ ସେମିତି ହିଁ କଲେ, ଏହା ପରେ ବିଷ୍ଣୁଙ୍କୁ ଗୋଟେ ଲୋକ କଲ ବ୍ୟାକ କଲା, ଯିଏ ନିଜକୁ ଜୋମାଟୋ କଷ୍ଟମର କେୟାର ଏଗଜିକ୍ୟୁଟିବ ବୋଲି କହିଲା ଏବଂ କହିଲା କି ୧୦୦ ଟଙ୍କା ରିଫଣ୍ଡ ପାଇଁ ୧୦ ଟଙ୍କା ତାଙ୍କ ଆକାଉଣ୍ଟ ରୁ କଟାଯିବ ।

ଏହା ପରେ ଫୋନ କରିଥିବା ଲୋକ ବିଷ୍ଣୁଙ୍କୁ ୧୦ ଟଙ୍କା ଦବାପାଇଁ ଗୋଟେ ଲିଙ୍କ ପଠାଇଲା । ସବୁ ପ୍ରକ୍ରିୟା ବିଷୟ ରେ ନ ବୁଝିକି ବିଷ୍ଣୁ ସେହି ଲିଙ୍କ ରେ ପଇସା ପଠାଇଦେଲେ । ଏହି ଲେନ ଦେନ ପ୍ରକ୍ରିୟା କିଛି ସମୟ ପରେ ବିଷ୍ନୁଙ୍କ ଆକାଉଣ୍ଟରୁ କେତେ ପ୍ରକାର ଟ୍ରାନଜାକଶନ ମାଧ୍ୟମ ରେ ୭୭,୦୦୦ ଟଙ୍କା କଟିଗଲା ।

ପଇସା କେତେ ଗୁଡିଏ ଟ୍ରାନଜାକଶନ ମାଧ୍ୟମ ରୁ କଟିଗଲା ଏବଂ ୭୭,୦୦୦ ଟଙ୍କା ମିନିଟିଏ ରେ ଗାୟବ ହୋଇଗଲା । ଏହି ଘଟଣା ୧୦ ସେପ୍ଟେମ୍ବର କୁ ହେଲା ଏବଂ ତା ପରଠୁ ବିଷ୍ଣୁ ପୋଲିସ, ବ୍ୟାଙ୍କ ଓ କେତେ ଆଡେ ବୁଲି ସାରିଲେଣି କିନ୍ତୁ ଏଯାଏ କିଛି ଜଣା ପଡିନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button