ମନୋରଞ୍ଜନ

ବର ପିନ୍ଧେଇଲା ବରଣମାଳା କିନ୍ତୁ କନ୍ୟାର ହାତ ରହିଗଲା, ଆଶ୍ଚର୍ଯ୍ୟ କଲାଭଳି କାରଣ କହିଲେ ଓ ବିବାହ ପାଇଁ କଲେ ମନା

ବିବାହ ପାଇଁ ସମସ୍ତେ ବହୁତ ଖୁସି ଥାନ୍ତି ଓ ସବୁଠାରୁ ବେସୀ ପୁଅ ହୋଇଥାଏ ଝିଅ ଖୁସି ସହ ଦୁଃଖରେ ମଧ୍ୟ ଥାଏ କାହିଁକିନା ତାକୁ ନିଜ ଘର ଛାଡି ଅନ୍ୟ କାହା ଘରେ ଯିବାକୁ ପଡିଥାଏ ତେବେ ବିବାହ ବହୁତ ବଡ ଉତ୍ସବ ଯାହା ଜୀବନ ରେ ଠାରେ ଆସିଥାଏ । ଝିଅ ବିବାହ ଓ ସ୍ଵାମୀ ପାଇଁ ବହୁତ ଗୁଡେ ସପନ ମଧ୍ୟ ସଜାଇ ଥାଏ, ସମସ୍ତେ ନିଜ ଖୁସି ଦେଖନ୍ତି କିନ୍ତୁ ବାପା ମାଁ ସବୁବେଳେ ନିଜଛୁଆ ଖୁସି ଦେଖନ୍ତି ।

ଏବଂ ତା ପାଇଁ ଏମିତି ଜୀବନ ସାଥି ଖୋଜନ୍ତି ଯିଏ ତାଙ୍କ ଝିଅକୁ ଲକ୍ଷ୍ମୀ ପରି ରଖିବ ବା ରାଜକୁମାରୀ ଭଳି ରଖିବ ।

ବର ବ୍ୟାଣ୍ଡ ବାଜା ଧରି କନ୍ୟା ଘରେ ପହଞ୍ଚିଲା ଓ କନ୍ୟା ଘର ଲୋକ ମଧ୍ୟ ବରଯାତ୍ରୀମାନଙ୍କୁ ଧୂମ ଧାମ ସହ ସ୍ଵାଗତ ମଧ୍ୟ କଲେ । ଏହା ପରେ ବରଣମାଳା କାର୍ଯ୍ୟକ୍ରମ ଆରମ୍ଭ ହେଲା ଯାହା ପରେ ବର ତୁରନ୍ତ ଝିଅ ପ୍ରୀତି କୁ ମାଳା ପିନ୍ଧାଇଲେ କନ୍ୟା ପ୍ରୀତି ବହୁତ ଦୁଃଖିତ ମନରେ ମାଳା ପିନ୍ଧିଲେ ଏହା ପରେ ପ୍ରୀତି ସମୟ ଥିଲା ବରକୁ ମାଳା ପିନ୍ଧେଇବାର ଯାହା ପରେ ପ୍ରୀତି ହାତ ରହି ଗଲା ।

ଅନ୍ତିମ ସମୟରେ ପ୍ରୀତି ଏତେ ସାହସ ପାଇଲେ ନାହିଁ ଯେ ସେ ବରକୁ ମାଳା ପିନ୍ଧାନ୍ତୁ ଓ ସେ ବିବାହ ଠାରୁ ମନା କରିଦେଲେ । କନ୍ୟା ଏହି ପରି ଆଶ୍ଚର୍ଯ୍ୟ କାମ ଦେଖି ଘର ଲୋକ ଓ ସମ୍ପର୍କୀୟ ମାନେ କନ୍ୟାକୁ ବୁଝେଇବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ କନ୍ୟା ପ୍ରୀତି ମାନିଲେ ନାହିଁ । ଏହା ପରେ ବର ବରଯାତ୍ରୀ ନେଇ ଫେରି ଗଲେ ଓ ଯାହା ଯୌତୁକ ନେଇଥିଲେ ତାହା ମଧ୍ୟ ଫେରେଇ ଦେଲେ ଏହା ପରେ ଯେଉଁ ଗହଣା ପୁଅ ଘର ଲୋକ କନ୍ୟା ପାଇଁ ଦେଇଥିଲେ ତାହା ମଧ୍ୟ କନ୍ୟା ଘର ଲୋକେ ଫେରେଇ ଦେଲେ ।

ଖବର ଅନୁଯାଇ ପ୍ରୀତି ଅଷ୍ଟମ ଯାଏଁ ପାଠ ପଢିଛନ୍ତି ଓ ଏହି ବିବାହ ପ୍ରସ୍ତାବ ତାଙ୍କ ବାପା ମାଁ ପସନ୍ଦ କରିଥିଲେ ତେବେ ୬ ମାସ ଆଗରୁ ପ୍ରୀତି ନିର୍ବନ୍ଧ ଏହି ପୁଅ ସହ ହୋଇଥିଲା କିନ୍ତୁ ଝିଅ ପୁଅ ଦୁହେଁ ଦୁହିଙ୍କୁ ଦେଖି ନଥିଲେ ପ୍ରୀତି କହିବା ଅନୁଯାଇ ସେ ବହୁତ ଥର ପୁଅ ଫଟୋ ଦେଖିବା ପାଇଁ ବାପା ମାଁକୁ ଅନୁରୋଧ କରିଥିଲେ କିନ୍ତୁ ବାପା ମାଁ ଝିଅକୁ ପୁଅ ଫଟୋ ଦେଖେଇ ନଥିଲେ ଯାହା ପରେ ପ୍ରୀତି କହିବା ଅନୁଯାଇ ବରଣମାଳା ସମୟ ରେ ସେ ପୁଅକୁ ପ୍ରଥମ ଥର ପାଇଁ ଦେଖିଲେ ଓ ତାଙ୍କୁ ପୁଅ ପସନ୍ଦ ଆସିଲା ନାହିଁ ତାଙ୍କ କହିବା ଅନୁଯାଇ ଯାହାକୁ ସେ ପସନ୍ଦ କରୁ ନାହାନ୍ତି ସେହି ଲୋକ ସହ ଜୀବନ ସାରା କେମିତି ରହିଥାନ୍ତେ ସେଥିପାଇଁ ସେ ବିବାହ ରୁ ମନା କରିଦେଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button