କରୋନା

କରୋନା ଯୁଦ୍ଧ ମଧ୍ୟରେ ପାକ କରୁଛି ମିସାଇଲ ପରୀକ୍ଷଣ, ଲଗାତାର ଦ୍ଵିତୀୟ ଥର କ୍ରାଶ

ଭାରତ, ଆମେରିକା, ବ୍ରିଟେନ ସହ ପୁରା ଦୁନିଆରେ କରୋନା ଭାଇରସ ଦ୍ଵାରା ଲଡିବା ପାଇଁ ସମସ୍ତେ ଉପାୟ ଖୋଜିବାରେ ଲାଗିଛନ୍ତି, ଓ ଏହା ଦ୍ଵାରା ବଞ୍ଚିବା ପାଇଁ ଚେଷ୍ଟାରେ ଲାଗିଛନ୍ତି କିନ୍ତୁ ଏହି ମଧ୍ୟରେ କରୋନା ଦ୍ଵାରା ପୀଡିତ ପାକିସ୍ତାନ ମିସାଇଲ ଟେଷ୍ଟ କରିବାରେ ବ୍ୟସ୍ତ ଅଛି ଓ ପାକିସ୍ତାନ ଏହି କାମରେ ଫେଲ ମଧ୍ୟ ହୋଇଯାଇଛି । ୧୯ ମାର୍ଚ୍ଚ ଦିନ ପାକିସ୍ତାନ ବଲୁଚିସ୍ତାନ ଜାଗାରେ ୭୫୦ କିମି ରେଞ୍ଜ ବାବର-୨ ମିସାଇଲ ପରୀକ୍ଷଣ କରାଯାଇଛି, କିନ୍ତୁ ଟାର୍ଗେଟ ଦୁଇ ମିଟର ଆଗରୁ ମିସାଇଲ ନଷ୍ଟ ହୋଇଯାଇଥିଲା ଏହା ମିସାଇଲର ଦ୍ଵିତୀୟ ଟେଷ୍ଟ ଅଟେ ।

ଏହା ଆଗରୁ ପାକିସ୍ତାନ ୧୦ ମାର୍ଚ୍ଚରେ ବାବର-୨ ପରୀକ୍ଷଣ କରିଥିଲେ, ଏହି ମିସାଇଲ ନିର୍ମାଣ ରେ ଚୀନ ପାକିସ୍ତାନ ସାହାଯ୍ୟ କରୁଛି, କିନ୍ତୁ ଏହି ପରୀକ୍ଷଣରେ ଚୀନ ହାତ ଅଛି ବା ନାହିଁ, ଏହା ଏବେ ସ୍ପଷ୍ଟ ହୋଇ ନାହିଁ ।

ଚୀନ କରୋନା ପାଇଁ ଆଗରୁ ସବୁ କାମ ଅଟକେଇ ଲୋକଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛି । ରାଷ୍ଟ୍ର ସୁରକ୍ଷା ଯୋଜନା ଅନୁଯାଇ ଚିଫ ଅଫ ଜନରଲ ଷ୍ଟାଫ, ପାକିସ୍ତାନ ହେଡକ୍ଵାଟର, ରାବଲପିଣ୍ଡି ଓ ଆର୍ମୀ ଷ୍ଟ୍ରେଟେଜିକ ଫୋରଶେଷ କମାଣ୍ଡ (ଏଏସଏଫସି) ଓ ଷ୍ଟ୍ରେଟେଜିକ ଫୋର୍ସ କମାଣ୍ଡ ଅଧିକାରୀ ଲେଫ୍ଟେନେଣ୍ଟ ଜନରଲ ସାହିର ଶମଶାଦ ମିର୍ଜା ଦ୍ଵାରା ଦେଖା ଯାଇଥିବା ଏହି ଦ୍ଵିତୀୟ ପରୀକ୍ଷଣ ମଧ୍ୟ ଫେଲ ହୋଇଛି ।

ପାକିସ୍ତାନ ଅଧିକାରୀମାନେ ମିଡିଆକୁ ଏହା ଜଣେଇଛନ୍ତି ଯେ ଚାଇନା ଡ଼ିଆରଡ଼ିଓ ସାହାଯ୍ୟ ଦ୍ଵାରା ପାକିସ୍ତାନରେ ଏହାର ବିକଶିତ କରୁଛି ଯାହା ୧୦୦୦ କିଲୋମିଟର ରେଞ୍ଜ ନିର୍ଭୟ କୃଜ ମିସାଇଲ ମୁକାବିଲା କରିବା ପାଇଁ ପ୍ରଥମେ ବାବର ନାମ ଦ୍ଵାରା ଏହି ମିସାଇଲ ବନେଇବା ପାଇଁ ଚେଷ୍ଟା କରିଛନ୍ତି । କରୋନା ଦ୍ଵାରା ପାକିସ୍ତାନ ଜନତା ମଧ୍ୟ ପୀଡିତ ଅଛନ୍ତି, ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦୦୯ ଅଟେ ତେବେ ଖବର ଅନୁଯାଇ ୮ଟି ଲୋକଙ୍କ ମୃତ୍ୟୁ ହୋଇଛି, ଏହି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବାରମ୍ବାର ଲୋକଙ୍କୁ ଓ ଦୁନିଆସାରା ନେତାମାନଙ୍କୁ ଅପିଲ କରୁଥିବାର ଦେଖା ଯାଇଛନ୍ତି ।

ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ପୁରା ଦେଶକୁ ଲକଡାଉନ କରା ଯାଇ ପାରିବ ନାହିଁ, କାହିଁକିନା ଏଠାରେ ୨୦% ଲୋକ ଗରିବୀ ରେଖା ଠାରୁ ତଳେ ଅଛନ୍ତି, ଓ ଲକଡାଉନ ଦ୍ଵାରା ତାଙ୍କୁ ବହୁତ ଅସୁବିଧା ହୋଇ ପାରେ, ଏହା ଛଡା ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଲୋକଙ୍କୁ ଏହା ମଧ୍ୟ ଅପିଲ କରିଛନ୍ତି ଯେ ଲୋକ ନିଜେ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ ଏହା ଲୋକଙ୍କ ପାଇଁ ସୁରକ୍ଷିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button