ଲକଡାଉନ : ମା’ଙ୍କ ମୃତ୍ୟୁ ର ତିନି ଦିନ ଚାଲିଲା ପରେ ମଧ୍ୟ ଘରେ ପହଞ୍ଚି ପାରିଲା ନାହିଁ ପୁଅ

କରୋନା ଭାଇରସ ଦ୍ଵାରା ପୁରା ସଂସାରରେ ହାହାକାର ଚାଲିଅଛି, ଭାରତରେ ବର୍ତମାନ ସମୟରେ ଲକଡାଉନ ଆରମ୍ଭ ହୋଇଯାଇଛି, ଏମିତି ଗମ୍ଭୀର ସମୟରେ ଗରିବ ମଜୁରିଆ ଲୋକଙ୍କ ଅଲଗା ଅଲଗା ଜାଗାରୁ ଚାଲି ଚାଲି ନିଜ ଗାଁକୁ ଯିବା କଥା ସାମ୍ନାକୁ ଆସିଛି ତାଙ୍କ ପାଖରେ ଖାଇବା ପାଇଁ ମଧ୍ୟ କୌଣସି ବ୍ୟବସ୍ତା ନାହିଁ । ଏହି ସମସ୍ୟରେ ଗୋଟେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ମଧ୍ୟ କନ୍ଦେଇଦବ
ଏହି କାହାଣୀ ମୁରକିମ ର ଅଟେ, ଯାହାର ମା ଗତ ୨୫ ମାର୍ଚକୁ ବନାରସରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ମୁରକିମ ସବୁ ଗାଡି ବନ୍ଦ ହବାରୁ ଚାଲି ଚାଲି ଯାତ୍ରା କରୁଛନ୍ତି ଓ ଏପର୍ଯ୍ୟନ୍ତ ରାସ୍ତାରେ ଅଛନ୍ତି ।
ଗୋଟେ ନ୍ଯୁଜ ଏଜେନ୍ସି ଖବର ଅନୁଯାଇ, ଏହି ଫଟୋରେ ଚେକ ସର୍ଟରେ ଥିବା ପୁଅଟି ମୁରକିମ ଯିଏ ନିଜ ଦୁଇ ସାଙ୍ଗ ବିବେକ ଓ ପ୍ରବୀଣ ସହ ରାୟପୁର ଠାରୁ ୟୁପି ବାରାଣସି ଚାଲିକି ଯାତ୍ରା କରୁଛନ୍ତି, ତାଙ୍କ ମା ଦେହାନ୍ତ ୨୫ ମାର୍ଚ୍ଚରେ ବାରାଣସି ରେ ହୋଇଛି, ସେ ତିନି ଦିନ ହେଲାଣି ଚାଲୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ରାୟପୁର ଠାରୁ କୋରିଆ ଜିଲ୍ଲା ବେକୁଣ୍ଠପୁର ପହଞ୍ଚିଛନ୍ତି ।
ମୁରକିମ ସାଙ୍ଗ ଏହା କହିଛନ୍ତି ଯେ ସେ ୨୦ କିଲୋମିଟର ଚାଲିକି ଆସିଛନ୍ତି ମଝିରେ କିଛି ଲୋକଙ୍କୁ ଲିଫ୍ଟ ମାଗିଛନ୍ତି । ତେବେ ବେକୁଣ୍ଠପୁର ପହଞ୍ଚି ଜଣେ ଔଷଧ ଦୋକାନୀ ତାଙ୍କ ସାହାଯ୍ୟ କରିଥିଲେ ଏବେ ଆମକୁ ଆହୁରି ଆଗକୁ ଯିବାର ଅଛି, କେତେକ ଲୋକ ଏହି ଲକଡାଉନ ପାଇଁ ଅସୁବିଧାରେ ଅଛନ୍ତି, କାମ ପାଇଁ ଦୂର ଦୂର ବାଟରୁ ଆସିଥିବା ମଜୁରିଆ ଲୋକ ଯେଉଁଠି ଜାଗା ପାଉଛନ୍ତି ପଡି ରହିଛନ୍ତି ତାଙ୍କ ଜୀବନ ବହୁତ କଷ୍ଟରେ କଟୁଛି ।
ମଜୁରି ଲୋକଙ୍କ ଜୀବନ ସାମାନ୍ୟ ଦିନରେ ମଧ୍ୟ ଭଲ ରହିନଥାଏ ସେ ଦିନ ସାରା ଖଟିଲେ କିଛି ଖାଇବାକୁ ପାଆନ୍ତି ଓ ନିଜ ପରିବାରକୁ ଖାଇବାକୁ ଦେଇ ପାରନ୍ତି । ଏତେ ଅସୁବିଧା ପରେ ମଧ୍ୟ ଲୋକ ଏହି ଭଳି ମହାମାରୀ ଠାରୁ ବଞ୍ଚିବା ପାଇଁ ରେଡି ଅଛନ୍ତି, ଆମେ ଆପଣଙ୍କୁ ଏହା ଅନୁରୋଧ କରୁଅଛୁ ଯେ ଦୟାକରି ଏହି ଲକଡାଉନ ପାଳନ କରନ୍ତୁ ଏହା ଆମ ସମସ୍ତ ଦେଶ ବସି ପାଇଁ ବହୁତ ମହତ୍ଵପୂର୍ଣ ଅଟେ ।