କରୋନା

ପ୍ରଥମ ଥର ପାଇଁ କରୋନା ପୀଡିତ ରୋଗୀଙ୍କ ଭିଡିଓ ଆସିଲା ସାମ୍ନାକୁ, ୩୯ ବର୍ଷର ତାରା କଣ କହିଲେ ଦେଖନ୍ତୁ ଭିଡିଓ

ଲଣ୍ଡନ ହେଲିଙ୍ଗଟନ ହସ୍ପିଟଲ ରେ ୩୯ ବର୍ଷ ତାରା ଜେନ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଅଛନ୍ତି, ତାଙ୍କ ଅନୁଭବ ସେ ଅନ୍ୟ ଲୋକଙ୍କ ସହ ଶେୟର କରିବା ପାଇଁ ଚାହନ୍ତି ଓ ତାଙ୍କ କହିବା ଅନୁଯାଇ ଛାତିରେ କାଚ ଫୁଟିଲା ଭଳି ଦରଜ ହଉଛି । ନିଶ୍ଵାସ ନବା ଯୁଧ କରିବା ଭଲ;ଇ କଷ୍ଟକର ହୋଇଯାଇଛି, ତାଙ୍କ କହିବା ଅନୁଯାଇ ଏହି ଅନୁଭବ ବହୁତ ଭୟଙ୍କର ଅଟେ । ମୁଁ ଏହାକୁ ଦ୍ଵିତୀୟ ଥର ଏହାକୁ ସହି ପାରିବି ନାହିଁ ।

ହସ୍ପିଟଲ ଆଇସିୟୁ ଠାରୁ ଭିଡିଓ କରିଛନ୍ତି, ଓ ଏହି ଭିଡିଓ ଅନୁଯାଇ ସେ ନିଜ ବର୍ତମାନ ସ୍ଥିତି ବିଷୟରେ ଲୋକଙ୍କୁ କହିବା ପାଇଁ ଚେଷ୍ଟା କରିଛନ୍ତି ।

ତାରା ନିଜ ଭିଡିଓ ରେ କହିଛନ୍ତି ଯେ “ମତେ  ସପ୍ତାହ ଆଗରୁ ଛାତିରେ ବହୁତ ଯନ୍ତ୍ରଣା ଆରମ୍ଭ ହେଲା ଯାହା ପରେ ୫ ଦିନ ଆଗରୁ ମତେ ଏମ୍ବୁଲେନ୍ସ ରେ ହସ୍ପିଟଲ ଅଣା ଗଲା ଯାହା ପରେ ଡାକ୍ତରମାନେ ତାଙ୍କୁ ଏନ୍ଟିବୃଫେନ, ପାରାଶିଟାମଲ ଖାଇବା ପାଇଁ କହିଥିଲେ ଓ ଏହା ପରେ ଏହି ସଂକ୍ରମଣ ଆହୁରି ଅଧିକ ହୋଇଯାଇଥିଲା । ତେବେ ତାଙ୍କ ଅନୁଭବ ଅନୁଯାଇ ଆଇବୃଫେନ ତାଙ୍କ ପାଇଁ ଅଧିକ ଘାତକ ହୋଇଥିଲା, ତାରାଙ୍କ ଅନୁଯାଇ ଆଗରୁ ତାଙ୍କୁ ୬ ଲିଟର ଅକଶିଜନ ଦରକାର ପଡୁଥିଲା ଯାହା କ୍ୟାଥେଟର ଦ୍ଵାରା ତାଙ୍କ ଶରୀରରେ ଲଗା ଯାଇଥିଲା କିନ୍ତୁ ଏବେ ସମୟ ଠିକ ହବାକୁ ଲାଗିଛି ଯାହା ପରେ ତାଙ୍କୁ ଗୋଟେ ଲିଟର ଅକଶିଜନ ଦରକାର ପଡୁଛି ।

ଏହି ଭିଡିଓ ଆଇସିୟୁ ରେ କରିଛନ୍ତି ଓ ନିଜ ୱ୍ହାତ୍ସଅପ ରେ ନିଜ ସାଙ୍ଗମାନଙ୍କୁ ପଠେଇଛନ୍ତି ଓ ତାଙ୍କୁ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି । ତାରା ଗତ କିଛି ଦିନ ପାଇଁ ପୋଲାଣ୍ଡ ଯାଇଥିଲେ ଓ ଫେରିଲା ପରେ ତାଙ୍କୁ ଏହି ଅସୁବିଧା ହେଲା ଯାହା ପରେ ଡାକ୍ତର କହିବା ଅନୁଯାଇ ତାଙ୍କୁ ନିମୋନିଆ ହୋଇ ଯାଇଥିଲା ଏହା ପରେ ସମସ୍ୟା ଦିନକୁ ଦିନ କମିବା ଛାଡି ବଢିବାକୁ ଲାଗିଲା ଯାହା ସନ୍ଦେହ ଜନକ ଥିଲା ଏହା ପରେ ତାଙ୍କ କରୋନା ଟେଷ୍ଟ କରା ଗଲା ଯାହା ପଜେଟିବ ଆସିଲା ।

ତାଙ୍କ ଘରେ ତାଙ୍କ ସ୍ଵାମୀ ଓ ଦୁଇଟି ଝିଅ ଅଛନ୍ତି । ତାରା ଭିଡିଓ ରେ ଏହା ମଧ୍ୟ କହିଛନ୍ତି ଯେ ମୋ ସହ ଆଇସିୟୁ ରେ ଅନ୍ୟ ଦୁଇ ଲୋକ ମଧ୍ୟ ଅଛନ୍ତି ଯାହା ବୟସ ପ୍ରାୟତଃ ୫୦ ଅଟେ କିନ୍ତୁ ମୁଁ ଏହି ଭିଡିଓ ଏଥିପାଇଁ କରିଛି ଯାହା ଦ୍ଵାରା ଲୋକଙ୍କୁ ଜଣା ପଡୁ ଯେ କରୋନା ଯୁବା ଲୋକଙ୍କୁ ମଧ୍ୟ ହେଉଛି । ସେ ସମସ୍ତଙ୍କୁ ଧୂମ୍ରପାନ କରିବା ପାଇଁ ମନା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button