ସ୍ୱାସ୍ଥ୍ୟ

ଏହି ସବୁ ବଡ ବଡ ରୋଗ ପାଇଁ ଲାଭକାରୀ ଅଟେ ବବୁଲ- ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର

ଭାରତ ରେ ବବୁଲକୁ କିକର ନା ରେ ମଧ୍ୟ ଲୋକ ଜାଣିଛନ୍ତି, ପ୍ରାୟତଃ ଲୋକେ ଏହାର ଡାଳ ଦ୍ଵାରା ଦାନ୍ତ ସଫା କରନ୍ତି । ଏହାର କେତେ ପ୍ରକାର ଲାଭ ମଧ୍ୟ ଅଛି, ଆୟୁର୍ବେଦ ଅନୁଯାଇ ବବୁଲ ଏକ ଉତ୍ତମ ଔଷଧ ଅଟେ ସେଥିପାଇଁ ଯଦି ଆପଣ ରୋଗରେ ବବୁଲ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କୁ ନିଶ୍ଚିନ୍ତ ଲାଭ ଦବ, ଏହାର ଗୁଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ଆସନ୍ତୁ ଜାଣିବା ଯେଉଁ ଗଛକୁ ଲୋକ ବହୁତ ସାଧାରଣ ଭାବନ୍ତି ତା ଗୁଣ କଣ ଓ ଏହାର ଲାଭ କଣ, ଆୟୁର୍ବେଦ ଅନୁଯାଇ ବବୁଲର କେତେକ ତତ୍ଵ କାମରେ ଆସିଥାଏ ଓ ଏହା ବହୁତ ଲାଭକାରୀ ଜିନିଷ ଅଟେ ।

ଆୟୁର୍ବେଦ ଅନୁଯାଇ ବବୁଲ ଗଛ ର ମଞ୍ଜି, ଫଳ, ପତ୍ର, ଫୁଲ ଏବଂ ଅଠା ରୋଗ ଦୂର କରିବା ପାଇଁ ଅଲଗା ଅଲଗା ଉପାୟରେ ପ୍ରୟୋଗ କରା ଯାଇଥାଏ । ବବୁଲ ପ୍ରଭାବ ରେ ଗରମ ଓ ସ୍ଵାଦରେ କଷି ଲାଗିଥାଏ, ୧୦ ଗ୍ରାମ ବବୁଲ କଢ, ୧୦ ଗ୍ରାମ ଗୋଖରୁ ଦରଦରା କରି ଅଧା ଲିଟର ପାଣି ରେ ଭେଦେଇ ଦିଅନ୍ତୁ । ସକାଳେ ଏହାକୁ ହାତରେ ମିଶେଇ ଚା ଛଣା ରେ ଛାଣି ନିଅନ୍ତୁ ଏହା ସେବନ ଦ୍ଵାରା ପରିସ୍ରା ପୋଡା ଜଳା, ରକ୍ତ ଶୁଧ୍ୟ ଛଡା ପିମ୍ପାଲ୍ସ ବା ଫୋଡା ଏଗଜିମା ଭଳି ତ୍ଵଚା ରୋଗ ରେ ଲାଭକାରୀ ହୋଇଥାଏ ।

କାସରେ ୧୦ ଗ୍ରାମ ବବୁଲ ଗଛ ଅଠା ଚୁଚୁମି କ୍ଷାନ୍ତୁ କାସ ଭଲ ହୋଇ ଜୀବ ।

ରକ୍ତ ଝାଡା – ୫ ଗ୍ରାମ ବବୁଲ ଅଠା କୁ ଛେଳି ଖିର ବା ସାଦା ପାଣି ସହ ମିଶାଇ ସକାଳେ ସନ୍ଧ୍ୟାରେ ସେବନ କାଲେ ଖୁବ ଶୀଘ୍ର ଆରାମ ମିଳି ଥାଏ ।

ପାଟିରେ ଘା – ବବୁଲ ଗୋଟେ ଗ୍ରାମ ଫୁଲ ବାଟି ମହୁ ସହ ମିଶାଇ ଦିନରେ ୨-୩ ଥର ଘାରେ ଲଗାନ୍ତୁ, ଅନ୍ୟ ଘା ପାଇଁ ବବୁଲ ପତ୍ର ଓ ଗଛ ଛାଲ ବହୁତ ଲାଭକାରୀ ହୋଇଥାଏ ।

ଜଣ୍ଡିସ – ବବୁଲ ଫୁଲରେ ସଠିକ ମାତ୍ରା ରେ ମିଶିରି ମିଶାନ୍ତୁ, ୫ ଗ୍ରାମ ଚୁରନ ଦିନରେ ୩ଥର ପାଣି ସହ ନିଅନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।

ଆଶା କରୁଛୁ ଆମ ଦ୍ଵାରା ଦିଆଯାଇଥିବା ତଥ୍ୟ ଆପଣଙ୍କ କାମରେ ଆସିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button