କରୋନା

ଦେଶରେ କରୋନା ସଂକ୍ରମଣ ୪୦% ହ୍ରାସ ପାଇଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲଗାତାର ବିଶ୍ଳେଷଣ କଲା ପରେ ଏହା ଜଣା ପଡିଛି, ତାଙ୍କ କହିବା ଅନୁଯାଇ ଗ୍ରୋଥ ଫ୍ୟାକ୍ଟର ଅନୁଯାଇ ମଧ୍ୟ ଏହାକୁ ଦେଖା ଯାଇଛି ଯେ ଏହା ୪୦% କମିଅଛି, ତାଙ୍କର କହିବା ଅନୁଯାଇ ଏହାର କାରଣ ଆମ ଦେଶରେ ସାମ୍ପଲ ରେଟ ବଢୁଅଛି ଏହା ପାଇଁ ମଧ୍ୟ ଆମକୁ ଗ୍ରୋଥ ରେଟ କମିବାର ସୂଚନା ଦେଉଛି । ଦେଶରେ ଚାଲୁଥିବା ମହାମାରୀ କରୋନା ସଂକ୍ରମଣ ଦ୍ୱାରା ବହୁତ ଲୋକ ସଂକ୍ରମିତ ଅଛନ୍ତି ଏବଂ ଏହାଠାରୁ ବଞ୍ଚିବା ପାଇଁ ତାଜା ଉପାୟ ମଧ୍ୟ କରା ଯାଉଛି ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେ ପ୍ରେସ କଂଫରେନ୍ସ ଚାଲିଛି ଯେଉଁଥିରେ ଏହା ଜଣା ପଡିଛି ଯେ କରୋନା ଦ୍ଵାରା ପୀଡିତ ଲୋକଙ୍କ ସଂଖ୍ୟା ବଢି ଯାଇ ୧୪,୬୭୪ ହୋଇ ଯାଇଛି ।

ବର୍ତମାନରେ କରୋନା ସଂକ୍ରମଣ ଦ୍ଵାରା ମୃତ୍ୟୁ ପାଇଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୪୯୬ ହୋଇଯାଇଛି, ବର୍ତମାନ ରେ ୨୪ ଘଣ୍ଟା ରେ ୨୩ ଲୋକଙ୍କ ମୃତ୍ୟୁ ଏହି ଭୟଙ୍କର ସଂକ୍ରମଣ ଦ୍ଵାରା ହୋଇଛି । ଦେଶ ରେ କରୋନା ସଂକ୍ରମଣ କେସରେ ୪୦% କମ ହୋଇଛି, ଖବର ଅନୁଯାଇ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ୧୩.୬% ଲୋକ ଭଲ ହୋଇଯାଇଛନ୍ତି । ଦେଶ ରେ କରୋନା ଦ୍ଵାରା ସଂକ୍ରମିତ ୮୦% ଲୋକଙ୍କ ସଂଖ୍ୟା ଭଲ ହୋଇଯାଇଛନ୍ତି, ଦେଶ ପାଇଁ ଗୋଟେ ବି ମୃତ୍ୟୁ ବହୁତ ବଡ ବିଷୟ ଅଟେ ।

ଆମକୁ ପ୍ରତି ସମୟ କରୋନା ଠାରୁ ଲଢିବାକୁ ହବ ଆମକୁ ସବୁବେଳେ ଏହା ପ୍ରୟାସ କରିବାକୁ ହବ ଯାହା ଦ୍ଵାରା କରୋନା ଠାରୁ ଆମେ ଓ ସମସ୍ତେ କେମିତି ବଞ୍ଚି ରହିବା । ଦେଶ ପ୍ରୟାଶ ଜାରି ଅଛି ଏବେ ଏନ୍ଟି ବଡି ଉପରେ କାମ ଚାଲିଛି, ତେବେ ଏହି ଉପାୟ ପ୍ଲାଜମା ଦ୍ଵାରା ଚିକିତ୍ସା କରିବାର ଅଟେ, ଏନ୍ଟି ଭାଇରାଲ ଡ୍ରଗ ଉପରେ ମଧ୍ୟ କାମ ଚାଲିଛି । ସଂଯୁକ୍ତ ସଚିବ ଲବ ଅଗ୍ରୱାଲ ଏହା କହିଛନ୍ତି ଯେ ଲକଡାଉନ ହବା ଆଗରୁ କରୋନା ସଂକ୍ରମଣ ବଢିବା ପାଇଁ ୩ ଦିନ ରେ ଦୁଇ ଗୁଣ ହେଉଥିଲା କିନ୍ତୁ ଗତ ନିରୀକ୍ଷଣ ଅନୁଯାଇ ଏହାକୁ ଦୁଇ ଗୁଣ ହବା ପାଇଁ ସାତ ଦିନ ଲାଗୁଛି ।

ତାଙ୍କ କହିବା ଅନୁଯାଇ ୧୯ ରାଜ୍ୟ ରେ ଏହାର ଏଭରେଜ ରେଟ ବହୁତ କମ ଅଟେ ତେବେ ଏହି ରାଜ୍ୟ ଗୁଡିକ କେରଳ, ହରିୟାଣା, ଉତ୍ତରାଖଣ୍ଡ, ଲଦ୍ଦାଖ, ହିମାଂଚଲ, ପୁଡୁଚେରୀ, ବିହାର, ଓଡିଶା, ଚଂଡୀଗଢ଼, ତେଲେଙ୍ଗାନା, ତମିଲନାଡୁ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଯୂପୀ, କର୍ନାଟକ, ଜମ୍ମୂ କଶ୍ମୀର, ଅସମ, ପଂଜାବ ଓ ତ୍ରିପୁରା ଅଟେ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାଇ ୧୫ ମାର୍ଚ ଠାରୁ ୩୧ ମାର୍ଚ ପର୍ଯ୍ୟନ୍ତ ଏହି ସଂକ୍ରମଣ ଗ୍ରୋଥରେଟ ୨.୧ଥିଲା ତେବେ ଏହାର ଅର୍ଥ ୪୦% ଗ୍ରୋଥ ଫ୍ୟାକ୍ଟର କମିଯାଇଛି, ତେବେ ଏହା ସହ ସ୍ୱାସ୍ଥ୍ୟ ବିଭାଗ ଏହା ମଧ୍ୟ କହିଛନ୍ତି ଯେ ଏହାର କାରଣ ସାମ୍ପଲ ଟେଷ୍ଟ ବଢିବା ମଧ୍ୟ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button