କରୋନା ଭାଇରସ ସହ ଲଢେଇ ପାଇଁ ଗୃହ ମନ୍ତ୍ରାଳୟ ଜାରି କରିବେ ନୂଆ ଗାଇଡଲାଇନ୍ସ, ୪ ମଇ ଠାରୁ ହେବ ଲାଗୁ

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବୁଧବାରକୁ କହିଲେ କରୋନା ଭାଇରସ ସହ ଲଢେଇବା ପାଇଁ ନୂଆ ଗାଇଡଲାଇନ୍ସ ୪ ମଇ ଠାରୁ ଲାଗୁ କରା ଯିବ । ଗୃହ ମନ୍ତ୍ରାଳୟ ପ୍ରବକ୍ତା ଅଧିକାରିକ ଟ୍ବିଟର ହେଣ୍ଡଲ ଦ୍ଵାରା ଟ୍ବିଟ କରି କହିଛନ୍ତି ଗାଇଡଲାଇନ୍ସ ରେ କେତେ ଜିଲ୍ଲା ରେ ଭିନ୍ନ ପ୍ରକାର ଛୁଟ ଦିଆ ଯାଇ ପାରେ, ଆସନ୍ତା ସମୟରେ ଏହା ବିଷୟରେ ସ୍ପଷ୍ଟ କିଛି କୁହା ଯାଇ ପାରିବ ।

ପ୍ରବକ୍ତା ଟ୍ବିଟର ରେ କହିଛନ୍ତି ଯେ ଗୃହ ମନ୍ତ୍ରାଳୟ ବୁଧବାରକୁ ଲକଡାଉନ ସ୍ଥିତି ରେ ସମୀକ୍ଷା ପାଇଁ ବିସ୍ତ୍ରୁତ ବୈଠକ କରିଛନ୍ତି, ସେ ଏହା ମଧ୍ୟ କହିଲେ ଲକଡାଉନ ପାଇଁ ଆରମ୍ଭ ଠାରୁ ବର୍ତମାନ ପର୍ଯ୍ୟନ୍ତ ସ୍ଥିତି ରେ ବହୁତ ଲାଭପୂର୍ଣ ସ୍ଥିତି ଆସିଛି । ପ୍ରବକ୍ତା କହିବା ଅନୁଯାଇ ଏହା ସୁନିଶ୍ଚିତ କରିବା ପାଇଁ ଏହି ସୁଧାର ସେମିତି ରହିଲେ ଭଲ ସେଥିପାଇଁ ଲକଡାଉନ ଦିଶାନିର୍ଦେଶ ୩ ମଇ ପର୍ଯ୍ୟନ୍ତ ସତର୍କତା ପାଳନ ହାବା ଉଚିତ ।
ଶର୍ତ ଅନୁଯାଇ ଅନ୍ୟ ଶହରରେ ଫାଶୀଥିବା ଲୋକଙ୍କୁ ଘରକୁ ଯିବା ପାଇଁ ଅନୁମତି :
ବୁଧବାର ଦିନ ଅନ୍ୟ ଅନ୍ୟ ଜାଗାରେ ଫସି ଥିବା ପ୍ରବାସୀ, ଛାତ୍ର ଏବଂ ଅନ୍ୟ ଲୋକଙ୍କୁ କିଛି ସର୍ତ ଅନୁଯାଇ ଘରକୁ ଯିବା ପାଇଁ ଅନୁମତି ଦିଆ ଯାଇଛି ଯାହା ଦ୍ଵାରା ବଡ ବର୍ଗ ଲୋକଙ୍କୁ ଆରାମ ମିଳିବ । କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଗୋଟେ ଆଦେଶ ରେ କହିଛନ୍ତି ଏମିତି ଫସିଥିବା ଲୋକଙ୍କ ସମୂହ ନେଇ ଯିବା ପାଇଁ ବସ ବ୍ୟବହାର କରା ଯିବ ଏବଂ ଏହି ବାହନ ଗୁଡିକୁ ଭଲ ଭାବରେ ସାନିଟାଇଜ କରା ଯିବ ଏବଂ ସିଟରେ ବସିଲା ବେଳେ ମଧ୍ୟ ସାମାଜିକ ଦୂରତା ନିୟମ ପାଳନ କରା ଯିବ ।
ଗୃହ ମନ୍ତ୍ରୀ କହିବା ଅନୁଯାଇ ଯଦି କେହି ନିଜ ବାହନ ଦ୍ଵାରା ଯାତ୍ରା କରିବାକୁ ଚାହାନ୍ତି ବା ଯଦି କାହା ଘର ଲୋକ କେଉଁଠାରେ ଫସିଛନ୍ତି ଓ ଅନ୍ୟ ନିଜ ପରିବାର ଲୋକ ନିଜ ବାହନରେ ତାଙ୍କୁ ଆଣିବା ପାଇଁ ଚାହାନ୍ତି ତେବେ ଆଣି ପାରନ୍ତି କିନ୍ତୁ କିଛି ସର୍ତ ଅନୁଯାଇ ଏହା ସମ୍ଭବ ଅଟେ, କେବଳ ସେହି ଲୋକଙ୍କୁ ଆଣିବା ଅନୁମତି ଅଟେ ଯିଏ ଲକଡାଉନ କାରଣ ପ୍ରବାସୀ ମଜୁରି ଅଟନ୍ତି, ତୀର୍ଥଯାତ୍ରା, ସେଲାନି, ଛାତ୍ର ଏବଂ ଅନ୍ୟ ଲୋକ ବିଭିନ୍ନ ସ୍ଥାନରେ ଫଶୀ ଯାଇ ଅଛନ୍ତି, କେବଳ ତାଙ୍କୁ ଅନୁମତି ଦିଆ ଯିବ ।
ଗୃହ ମନ୍ତ୍ରାଳୟ ସର୍ତ ଗଣନା କରି କହିଛନ୍ତି ଯେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ କୁ ଏହି ବାବତ ନୋଡଲ ଅଧିକାରୀ ବନେଇବାକୁ ହବ ଏବଂ ଏମିତି ଲୋକଙ୍କୁ ଛାଡିବା ଏବଂ ଆଙ୍କ ଆଗ ଯିବା ପାଇଁ ମାନକ ପ୍ରୋଟୋକଲ ବନେଇବାକୁ ହବ । ଯଦି କୌଣସି ଲୋକକୁ ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟ ଯିବାକୁ ଅଛି ତେବେ ଦୁଇ ରାଜ୍ୟ ସରକାର ଏହା ବିଷୟରେ ନିସ୍ପତି କରନ୍ତୁ ଏବଂ ଯିବା ଉଚିତ ନା ନୁହଁ ବିଚାର କରି ସମାଧାନ କରନ୍ତୁ ।