ବିଚାର

ଯେଉଁ ମହିଳାଙ୍କ ଭିତରେ ଏହି ଲକ୍ଷଣ ଦେଖା ଦେଇଥାଏ ସେହି ମହିଳା ମା ଲକ୍ଷ୍ମୀଙ୍କ ପ୍ରତିବିମ୍ବ ହୋଇଥାନ୍ତି

ଆଚାର୍ଯ୍ୟ ଚାଣକ୍ୟ ବିଷୟରେ କିଏ ଜାଣି ନାହିଁ, ସେ ବହୁତ ବଡ ନୀତିବାନ, ରାଜନେତିଜ୍ଞ ଏବଂ ସଫଳ ଗୁରୁ ମଧ୍ୟ ଥିଲେ ସେ ନିଜ ଚାଣକ୍ୟ ନୀତିରେ ମଣିଷ ଜୀବନ ସବୁ କଷ୍ଟ ଓ ଦୁଃଖକୁ ଦୂର କରିବା ଉପାୟ ଏବଂ ସୁଖରେ ରହିବା ରହସ୍ୟ କହିଥିଲେ । ତେବେ ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁଯାଇ ଜୀବନ ଜ୍ଞାପନ କରିଥାଏ ସେହି ଲୋକକୁ କେବେ ଦୁଃଖ ଦେଖିବାକୁ ପଡିନଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ଯେଉଁ ମହିଳାଙ୍କ ଭିତରେ ଏହି ଗୁଣ ହୋଇଥାଏ ସେ ସାକ୍ଷାତ ମାଆ ଲକ୍ଷ୍ମୀଙ୍କର ପ୍ରତି ବିମ୍ବ ହୋଇଥାନ୍ତି ।

Image Courtesy: Google

୧. ମିଠା କଥା :

ଯେଉଁ ମହିଳା ମିଠା କଥା କହିଥାନ୍ତି ଓ କେବେ କାହା ବିଷୟରେ ଖରାପ ଭାବନ୍ତି ନାହିଁ ଏହି ଭଳି ମହିଳାଙ୍କ ସ୍ଵାମୀ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏମିତିକା ମହିଳାକୁ ବିବାହ କଲେ ସ୍ଵାମୀ ଏବଂ ତାଙ୍କ ଘର ଲୋକେ ବହୁତ ଖୁସିରେ ରୁହନ୍ତି ।

Image Courtesy: Google

୨. ଗୃହ କାର୍ଯ୍ୟ :

ଯେଉଁ ମହିଳା ନିଜ ଗୃହ କାର୍ଯ୍ୟ ମନ ଧ୍ୟାନ ଏବଂ ଦାଇତ୍ଵ ଅନୁଯାଇ କରନ୍ତି ସେହି ମହିଳାଙ୍କ ଘରେ ସ୍ଵୟଂ ମାଆ ଲକ୍ଷ୍ମୀ ବାସ କରନ୍ତି ଓ ଏହି ଭଳି ମହିଳାଙ୍କ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ କୁହାଯାଏ । ଏହା ଛଡା ଯେଉଁ ମହିଳା ମାନେ ଗୃହ କାର୍ଯ୍ୟରେ ମନ ଦିଅନ୍ତି ନାହିଁ ଓ ନିଜ ଦାଇତ୍ଵ ବୁଝନ୍ତି ନାହିଁ ତାଙ୍କ ଘରେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ଏହି ଭଳି ଘରେ ଦରିଦ୍ରତା ଆସିଥାଏ ।

 

Image Courtesy: Google

୩. ପତିପ୍ରାଣ :

ଯେଉଁ ମହିଳା ମାନେ ନିଜ ସ୍ଵାମୀକୁ ସବୁ କିଛି ମାନନ୍ତି ଏବଂ ନିଜ ସ୍ଵାମୀ ପାଇଁ କିଛି ବି କରିବା ପାଇଁ ରାଜି ହୁଅନ୍ତି ସେହି ସ୍ତ୍ରୀକୁ ମାତା ଲକ୍ଷ୍ମୀଙ୍କ ପ୍ରତି ବିମ୍ବ କୁହାଯାଏ, ଏହି ଭଳି ସ୍ତ୍ରୀ ନିଜ ସ୍ଵାମୀକୁ ଦେବତା ମାନନ୍ତି ଏବଂ କେବେ ବି ତାଙ୍କୁ ଭୁଲ କାର୍ଯ୍ୟ କରିବା ପାଇଁ ଦିଅନ୍ତି ନାହିଁ ।

Image Courtesy: Google

୪. ପତିବ୍ରତା :

ଯେଉଁ ମହିଳା ଏକ ନିଷ୍ଠା ଭାବରେ ନିଜ ସ୍ଵାମୀକୁ ଭଲ ପାଆନ୍ତି ଏବଂ ନିଜ ସ୍ଵାମୀ ଛଡା ଅନ୍ୟ କେଉଁ ପୁରୁଷ ବିଷୟରେ ଭାବନ୍ତି ନାହିଁ ଏହି ଭଳି ସ୍ତ୍ରୀକୁ ପତିବ୍ରତା କୁହାଯାଏ ଏବଂ ଏହି ଭଳି ସ୍ତ୍ରୀ ଉପରେ ମାତା ଲକ୍ଷ୍ମୀନକର ଅସିମ କୃପା ମଧ୍ୟ ହୋଇଥାଏ । ଯେଉଁ ମହିଳା ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷକୁ ପସନ୍ଦ କରନ୍ତି ବା ସମ୍ବନ୍ଧ ରଖନ୍ତି ତାଙ୍କ ଘର ନଷ୍ଟ ହୋଇଥାଏ ଏବଂ ତାଙ୍କ ଉପରେ ପ୍ରକୋପ ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button