ଦେଶ ବିଦେଶ

ମନ୍ କୀ ବାତ୍: ‘ଅପରେସନ୍‌ ସିନ୍ଦୂର’ ନୂଆ ଭାରତର ଛବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୨ତମ ଅଧ୍ୟାୟରେ  କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ ମିସନ ନୁହେଁ, ଏହା ଆମର ସଂକଳ୍ପ, ସାହସ ଏବଂ ନୂଆ ଭାରତର ଛବି। ଏହି ଅପରେସନ୍‌ ସମଗ୍ର ଦେଶକୁ ଦେଶଭକ୍ତି ଭାବନାରେ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଭାରତୀୟ ସେନାର ବୀରତ୍ୱକୁ ପ୍ରଶଂସା କରି କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢ଼େଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି।  ସମଗ୍ର ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛି ଏବଂ ଆତଙ୍କବାଦକୁ ଶେଷ କରିବା ପାଇଁ ଦେଶର ଲଢ଼େଇ ଆହୁରି ମଜବୁତ ହୋଇଛି। ଆମ ସେନା ଯେଭଳି ସଠିକତାର ସହ ସୀମାରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ଗୁଡ଼ିକୁ ଧ୍ୱଂସ କରିଛି ତାହା ଆଶ୍ଚର୍ଯ୍ୟଜନକ। ‘ଅପରେସନ୍ ସିନ୍ଦୂର’ ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ନୂଆ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଇଛି।

ଆତଙ୍କବାଦ ବିରୋଧରେ ଦେଶ ଏକ୍‌ଜୁଟ୍‌

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ ଦେଶର ଲୋକଙ୍କୁ ଏତେ ପ୍ରଭାବିତ କରିଛି ଯେ ଅନେକ ପରିବାର ଏହାକୁ ସେମାନଙ୍କ ଜୀବନର ଏକ ଅଂଶ କରିଛନ୍ତି । ବିହାରର କଟିହାର, ୟୁପିର କୁଶୀନଗର ଏବଂ ଅନ୍ୟ ସହରରେ ସେହି ସମୟରେ ଜନ୍ମ ହୋଇଥିବା ପିଲାଙ୍କ ନାମ ‘ସିନ୍ଦୂର’ ରଖାଯାଇଛି।  ଅପରେସନ ସିନ୍ଦୂରକୁ ନେଇ ସମଗ୍ର ଦେଶରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ହାତରେ ତ୍ରିରଙ୍ଗା ଧରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଦେଶର ସେନାକୁ ସଲାମ କରିଥିଲେ । ଅନେକ ସହରରେ ବହୁ ସଂଖ୍ୟକ ଯୁବକ ଏକାଠି ହୋଇ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ପାଲଟିଥିଲେ ।

ପ୍ରଧାନମନ୍ତ୍ରୀ ଆଜିର ମନ୍‌ କୀ ବାତ୍‌ରେ ଯୋଗ ଦିବସ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଇଁ ଆଉ ଏକ ମାସରୁ କମ୍ ସମୟ ବାକି ଅଛି। ୨୦୧୫ ଜୁନ୍ ୨୧ରେ ‘ଯୋଗ ଦିବସ’ ଆରମ୍ଭ ହେବା ପରଠାରୁ ଏହାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଥର ମଧ୍ୟ ‘ଯୋଗ ଦିବସ’କୁ ନେଇ ସମଗ୍ର ବିଶ୍ୱରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶ ସରକାର ‘ଯୋଗଆନ୍ଧ୍ର’ ଅଭିଯାନ ଆରମ୍ଭ କରିଛନ୍ତି। ସମଗ୍ର ରାଜ୍ୟରେ ଯୋଗ ସଂସ୍କୃତିର ବିକାଶ କରିବା ଏହାର ଲକ୍ଷ୍ୟ।  ଚଳିତ ବର୍ଷ ବିଶାଖାପାଟଣାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button