ଓଡିଶା
ଗୁରୁବାର ବସିବ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ୍ କମିଟି ବୈଠକ, ଆୟବ୍ୟୟ ବଜେଟ ସମ୍ପର୍କରେ ହେବ ଆଲୋଚନା

ପୁରୀ,୨୯/୦୮: ଆଜି ବସିବ ଶ୍ରୀମନ୍ଦିର ଅର୍ଥ ସବ୍କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ ସାଢ଼େ ୪ଟାରେ ବସିବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ଆୟବ୍ୟୟ ବଜେଟ ସମ୍ପର୍କରେ ଆଲୋଚନା ହେବ । ମୋଟାମୋଟି ଭାବେ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଥିବାରୁ ଅର୍ଥ ସବ୍କମିଟି ଏହା ଉପରେ ସୁପାରିସ ପଠାଇବ ନିମନ୍ତେ ବୈଠକ କରିବାକୁ ଯାଉଛି ।
୨୦୨୩-୨୪ ଶ୍ରୀମନ୍ଦିର ପରିଚାଳନା କମିଟି ୨୭୧ କୋଟି ଟଙ୍କା ବଜେଟ ମଞ୍ଜୁର କରିଥିଲା । ଯାହା ଭିତରେ ୨୬୨ କୋଟି ଟଙ୍କା ବିଭିନ୍ନ ଖର୍ଚ୍ଚ ରହିଥିଲା ।