କ୍ରାଇମ

ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କେହି ହତ୍ୟା କରି ପୋଡ଼ିଥିବା ସନ୍ଦେହ

ନୟାଗଡ଼: ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ବାରମାସୀ ଦଣ୍ଡାରେ ଚାଞ୍ଚଲ୍ୟ ଦେଖା ଦେଇଛି । ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ିଥିବା ସନ୍ଦେହ ଘେରରେ ରହିଛି  ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଶିଶିର, ପତ୍ନୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଥିବା କହିଥିଲେ । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟି ସହ ଅନେକ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ନୟାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।  ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ତାଙ୍କ ପୁଅକୁ ପଚରାଉଚରା କରୁଛି । ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟ ଭାବେ ଯୋଗ ଦେଇଥିଲେ  ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button