କ୍ରାଇମ

ବାଇକକୁ ଧକ୍କା ଦେଲା କାର୍, ଏକାସଙ୍ଗେ ଚାଲିଗଲା ଶ୍ବଶୁର ଓ ଜ୍ବାଇଁଙ୍କ ଜୀବନ

ଲକ୍ଷ୍ମୀପୁର : ହୃଦୟ ବିଦାରକ । ଏକାସଙ୍ଗେ ଚାଲିଗଲା ଶ୍ବଶୁର ଓ ଜ୍ବାଇଁଙ୍କ ଜୀବନ। ଆନ୍ଧ୍ରପ୍ରଦେଶ ସାନ୍ଦିୱାଲସା -ଡକିଲା କତାପାଟଣାମ ରାସ୍ତାରେ ବାଇକକୁ ଧକ୍କା ଦେଲା କାର୍ । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ କୋରାପୁଟ ବନ୍ଧୁଗାଁ ବ୍ଲକ ଝାଙ୍କରକାର୍ଲି ଗାଁର ରମେଶ ହୁଇକା ଏବଂ ତାଙ୍କ ଶ୍ବଶୁର ସାନ୍ଦିୱାଲସା ଗାଁର ଆପାନା ପିଡ଼ିକା ।

ସୂଚନା ଅନୁସାରେ ଆଜି ସକାଳେ ଦୁଇ ଜଣ ବାଇକରେ ଆନ୍ଧ୍ରର ଗୋଇସେକା ଗାଁକୁ ଯାଇଥିବାବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜ୍ବାଇଁ ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ଶ୍ବଶୁର ଆପାନାଙ୍କୁ ଗୁରୁତର ଅବସ୍ଥାରେ ପାର୍ବତୀପୁରମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆନ୍ଧ୍ରପ୍ରଦେଶ ପୋଲିସ ମୃତଦେହ ଜବତ କରି ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣାର ତଦନ୍ତ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button