କ୍ରାଇମ
ଅଳିଆ ଗଦାରେ କୋଟି କୋଟିର ମେଡିସିନ: କିଏ, କଣ ପାଇଁ ଫିଙ୍ଗିଲା ସରକାରୀ ମେଡିସିନ ଅସ୍ପଷ୍ଟ

ସାଲେପୁର : ଅଳିଆ ଗଦାରେ କୋଟି କୋଟିର ମେଡିସିନ। ମେଡିକାଲ ପଛ ପଟେ ଗଦା ହୋଇଛି ବିଭିନ୍ନ ଦାମୀ କମ୍ପାନୀର ମେଡିସିନ୍ । ସବୁଠୁ ଆଶର୍ଯ୍ୟର କଥା ହେଉଛି ମେଡିସିନ୍ ସବୁର ଏକ୍ସପାରୀ ଡେଟ୍ ଯାଇନି । କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନଡ଼ିଆ ସାହସପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସାଧାରଣ ଲୋକ ମେଡିସିନ୍ ପାଇଁ ହନ୍ତସନ୍ତ ହେଉଥିବାବେଳେ ଖତ ଖାଉଛି କୋଟି କୋଟି ଟଙ୍କାର ଔଷଧ । ତେବେ ସରକାରୀ ମେଡିସିନ୍ ଲୋକଙ୍କୁ ଦେବା ପରିବର୍ତ୍ତେ କିଏ ଓ କଣ ପାଇଁ ଅଳିଆ ଗଦାରେ ପକାଇଲା ଜଣାପଡିନି । ଏ ସମ୍ପର୍କରେ ଫାର୍ମାସିଷ୍ଟ କହିଛନ୍ତି, ଏ ସମ୍ପର୍କରେ ସିଏ କିଛି ଜାଣିନାହାଁନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗଛି ।