କ୍ରାଇମ
ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ମୃତଦେହ ଜବତ କରି ତଦନ୍ତ କରୁଛି କବିସୂର୍ଯ୍ୟନଗର ଥାନା ପୋଲିସ

ଗଞ୍ଜାମ : ନିଜେ ପୋଛିଦେଲା ନିଜ ମଥା ସିନ୍ଦୁର। ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ବାପା ସହିତ ମିଶି ଅତି ବୀଭତ୍ସ ଭାବେ ଛୁରୀରେ ଭୁସି ହତ୍ୟା କଲା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି କାଳୁଚରଣ ସେଠୀ ।
ଗତକାଲି ରାତିରେ କାଳୁଚରଣ ଘରେ ଶୋଇଥିବାବେଳେ ତାଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ଓ ଶ୍ୱଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ କାଳୁଙ୍କ ମାଆ ଓ ବାପା। ମୃତଦେହ ଜବତ କରି ତଦନ୍ତ କରୁଛି କବିସୂର୍ଯ୍ୟନଗର ଥାନା ପୋଲିସ ।