କଲୋରାଡୋ ଆକ୍ରମଣ: ବନ୍ଧା ହେଲା ଆକ୍ରମଣକାରୀ

କଲୋରାଡୋ: ଆମେରିକାର କଲୋରାଡୋରେ ବନ୍ଧୀ ହୋଇ ରହିଥିବା ଇସ୍ରାଏଲ୍ର ବନ୍ଧକମାନଙ୍କୁ ମନେ ପକାଇବା ପାଇଁ ରବିବାର ଦିନ କିଛି ଲୋକ ଏକାଠି ହୋଇଥିଲେ। ଏକାଠି ହୋଇଥିବା ଲୋକଙ୍କ ଉପରେ ଜଣେ ବ୍ୟକ୍ତି ମୋଲୋଟୋଭ କକଟେଲ ଫିଙ୍ଗି ଆକ୍ରମଣ କରିଥିଲେ।
ଯାହା ଫଳରେ ଅତି କମରେ ଛଅ ଜଣ ଆହତ ହୋଇଥିଲେ। ମହମ୍ମଦ ସାବ୍ରି ସୋଲିମାନ ନାମକ ଆକ୍ରମଣକାରୀ ଭିଡ଼ରେ ଆକ୍ରମଣ କରିବା ସମୟରେ ତାଙ୍କୁ ହେପାଜତକୁ ନିଆଯାଇଛି। ଏବେ ଏହି ଆକ୍ରମଣକୁ ଏଫ୍ବିଆଇ ଏକ ଟାର୍ଗେଟ୍ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ବୋଲି କହିଛି। ଅନ୍ୟପକ୍ଷରେ ପୁଲିସ୍ ଏହାକୁ ଘୃଣାବଶଃତ ଅପରାଧ ବୋଲି ନାମ ଦେଇଛି।
ଗାଜାରେ ଥିବା ଇସ୍ରାଏଲୀ ବନ୍ଧକମାନଙ୍କୁ ସ୍ମରଣ କରିବା ପାଇଁ ଆୟୋଜିତ ଏକ ପଦଯାତ୍ରା ନିକଟରେ କଲୋରାଡୋର ବୋଲ୍ଡରରେ ଏହି ଆକ୍ରମଣ ଘଟିଥିଲା। ବୋଲ୍ଡର ପୁଲିସ ମୁଖ୍ୟ ଷ୍ଟିଫେନ ରେଡଫର୍ନ କହିଛନ୍ତି ଯେ ଜଣେ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି “ଲୋକମାନଙ୍କୁ ନିଆଁ ଲଗାଇ ଦେବା” ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୬୭ ରୁ ୮୮ ବର୍ଷ ବୟସର ସମସ୍ତ ଛଅ ଜଣ ପୀଡିତ ନିଆଁରେ ଆହତ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଜଣଙ୍କ ଅବସ୍ଥା ଗୁରୁତର ଥିବା ରିପୋର୍ଟ କରାଯାଇଛି।