ନୀତି

ଦିଗ ଅନୁଯାୟୀ ଘର କୋଣରେ ରଖନ୍ତୁ ଜିନିଷ, ଆସିବନି ବିପତ୍ତି

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ-ଶାନ୍ତିରେ ରହିବାକୁ ଚାହେଁ। ଚିନ୍ତାରୁ ଦୂରେଇ ରହିବାକୁ ମଣିଷ କିଛି ବି କରିପାରେ। ଏଥିପାଇଁ ମଣିଷ ନିଜ ଘରକୁ ବାସ୍ତୁ ଅନୁଯାୟୀ ସଜାଇଥାଏ। ବାସ୍ତୁ ସଙ୍କଟ ଯୋଗୁଁ ଘରକୁ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ କଳହ, ଅଶାନ୍ତି ଲାଗି ରହିଥାଏ। ବାସ୍ତୁରେ ଦିଗଗୁଡିକର ଅଧିକ ମହତ୍ବ ରହିଛି। କେଉଁ ଦିଗରେ କେଉଁ ଜିନିଷ ରଖିବେ, ତାହା ଘର ଉପରେ କ’ଣ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ଏହା ବିଷୟରେ…

– ପୂର୍ବ ଦିଗରେ ସୂର୍ଯ୍ୟ, ଇନ୍ଦ୍ର ବାସ କରିଥାନ୍ତି। ତେଣୁକରି ସବୁବେଳେ ଏହି ଦିଗକୁ ଆପଣଙ୍କ ଘରର ଦ୍ବାର ରହିବା ଉଚିତ।

shani

– ପଶ୍ଚିମ ଦିଗରେ ଦେବତା ବରୁଣ ଏବଂ ଗ୍ରହସ୍ବାମୀ ଶନି ବାସ କରନ୍ତୁ। ଏହି ଦିଗରେ କୌଣସି ଜିନିଷ ରଖିବା ପାଇଁ ଚିନ୍ତା କରିନିଅନ୍ତୁ।

– ଉତ୍ତର ଦିଗରେ ଦେବତା କୁବେର ଏବଂ ଗ୍ରହସ୍ବାମୀ ବୁଧ ବାସ କରନ୍ତି। ଏହା ମାତାଙ୍କ ସ୍ଥାନ। ଏହି ଦିଗକୁ ସବୁବେଳେ ଆପଣ ଖାଲି ରଖିବା ଉଚିତ।

– ଦକ୍ଷିଣ ଦିଗରେ କାଳ ପୁରୁଷର କିଡନୀ, ବାମ ଫୁସଫୁସ୍ ଏବଂ କୁଣ୍ଡଳୀର ଘର ରହିଥାଏ। ଯମର ଆଧିପତ୍ୟ ଏବଂ ମଙ୍ଗଳ ଗ୍ରହର ପରାକ୍ରମ ଦକ୍ଷିଣ ଦିଗରେ ରହିଥାଏ। ଏହି ସ୍ଥାନରେ ସବୁବେଳେ ଭାରି ଜିନିଷ ରଖିବା ଉଚିତ।

vastu

– ଘରର ଇଶାଣ କୋଣରେ ଜଳ ଏବଂ ଭଗବାନ ଶିବ ବାସ କରନ୍ତି। ଇଶାଣ କୋଣରେ ପୂଜା ଘର, ମାଠିଆ, କୂଅ, ବୋରିଂ ଇତ୍ୟାଦି କରିବା ଶୁଭ।

– ଆଗ୍ନେୟ କୋଣରେ ଅଗ୍ନି ଏବଂ ମଙ୍ଗଳର ସ୍ଥାନ ରହିଥାଏ। ଏହି କୋଣରେ ରୋଷେଇ କିମ୍ବା ଇଲେକଟ୍ରୋନିକ ଉପକରଣ ଆଦି ରଖିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button