ଓଡିଶା

Gunupur Accident: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍, ଅନେକ ଶ୍ରମିକ ଆହତ

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଳନା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ ମେକ୍ସ ପିକ୍ଅପ୍ । ସେହି ମେକ୍ସ ପିକ୍ଅପରେ ୨୫ ରୁ ଉର୍ଦ୍ଧ ଶ୍ରମିକ ଥିଲେ ବୋଲି ଜଣାପଡିଛି । ଶ୍ରମିକମାନେ ଚାଷ ଜମିରେ ଧାନ ରୁଆ ପାଇଁ ଶଗଡା ଗାଁରୁ ପଦ୍ମପୁର ବ୍ଲକର ଡୋକାଶିକାଲା ଗାଁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଗୁଣପୁର ଦମକଳ ବାହୀନି ଓ ପୁଟାସିଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଏବଂ ରାୟଗଡ଼ା ମେଡିକାଲକୁ ସ୍ତାନନ୍ତରିତ କରାଯାଇଛି। ସମସ୍ତେ ଶଗଡା ଗାଁ ର ଶ୍ରମିକ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button