ଧର୍ମ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଥିଲେ ଜଳ ସହ ମିଶାନ୍ତୁ ଏହି ଗୋଟେ ଜିନିଷ – ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ

ସୂର୍ଯ୍ୟଙ୍କୁ ବେଦରେ ଜଗତର ଆତ୍ମା କୁହାଯାଏ । ସମସ୍ତ ଜଗତର ଆତ୍ମା ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ପାଇଁ  ପୃଥିବୀରେ ଜୀବନ ସମ୍ଭବ ହୋଇପାରିଛି । ବୈଦିକ କାଳରେ ଆର୍ଯ୍ୟମାନେ ସୂର୍ଯ୍ୟଦେବଙ୍କୁ  ଜଗତର କର୍ତ୍ତା ଧର୍ତ୍ତା ମାନୁଥିଲେ । ଆମ ଧର୍ମଶାସ୍ତ୍ରରେ ଥିବା ସବୁ ଦେବାଦେବୀଙ୍କ ମଧ୍ୟରୁ ସୂର୍ଯ୍ୟ ଦେବଙ୍କୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି, କାରଣ ସୂର୍ଯ୍ୟ ଦେବ ହିଁ ଏକମାତ୍ର ଏପରି ଦେବତା ଯିଏ ପୃଥିବୀରେ ଦେଖାଯାଆନ୍ତି । ଆମ ଜୀବନ ପାଇଁ ସୂର୍ଯ୍ୟ ନିହାତି ଆବଶ୍ୟକ ।

ଯଦି କୌଣସି ଲୋକର ଜାତକରେ ସୂର୍ଯ୍ୟ ଗ୍ରହ ମଜବୁତ ସ୍ଥିତିରେ ଥିବେ ତେବେ ସେହି ଲୋକକୁ ରାଜଭାର ମିଳିପାରେ ଏବଂ ସେମାନଙ୍କୁ ସବୁ ଜାଗାରେ ସମ୍ମାନ ମିଳେ ।

ସୂର୍ଯ୍ୟଦେବଙ୍କୁ  ଗ୍ରହର ରାଜା କୁହାଯାଏ । ସୂର୍ଯ୍ୟଙ୍କୁ  ପୂଜା କରିବା ଦ୍ଵାରା ଗ୍ରହ ଦୋଷ ଶାନ୍ତ  ହୋଇଥାଏ । ଯେଉଁ ଲୋକ  ନିଜ ଦିନ ସୂର୍ଯ୍ୟ ଦେବଙ୍କୁ ପଣି ଦେଇ ଆରମ୍ଭ କରେ, ତାଙ୍କୁ କୌଣସି କାମରେ ବିଫଳତା ମିଳେନି । ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବାର ମହିମା ଏବଂ ଲାଭ ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ଦ୍ବାରା ଚାକିରୀ​‌ରେ ସବୁ ବାଧା ବିଘ୍ନ ଦୂର ହୁଏ । ଏହା ଦ୍ବାରା ଯମରାଜ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏବଂ ସବୁ ରୋଗରୁ ମୁକ୍ତି ମିଳିଥାଏ ।

ଆପଣମାନଙ୍କ  ମଧ୍ୟରୁ ଅଧିକ ଲୋକେ ନୀତିଦିନ ସୂର୍ଯ୍ୟ ଦେବଙ୍କୁ ପାଣି ଦେଉଥିବେ, କିନ୍ତୁ ଯଦି ଆପଣ ଭଲେ ଭାବେ ପାଣି ଦଉ ନାହାନ୍ତି ତେବେ ଆପଣଙ୍କୁ ଏହାର ଫଳ ମିଳିବ ନାହିଁ । ସୂର୍ଯ୍ୟ ଦେବଙ୍କୁ ପାଣି ଦେବା ସମୟରେ ପ୍ରଥମେ ଏକ ଦୀପ ଜଳାନ୍ତୁ ଏବଂ ସୂର୍ଯ୍ୟ ଦେବଙ୍କୁ ନିଜର ସବୁ ମନସ୍କାମନା କୁହନ୍ତୁ । ତାପରେ ପାଣି ଦଉଥିବା ଲୋଟାରେ ୩ବୁନ୍ଦା ଯମୁନା ପାଣି ମିଶାନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ଆପଣଙ୍କ ମନସ୍କାମନା ବହୁତ ଜଳଦି ପୂରଣ ହୋଇଯିବ ।

ଏହିଭଳି ସୂର୍ଯ୍ୟଦେବଙ୍କ ଆରାଧନା କରିଲେ ଆପଣ ନିଜ ଜୀବନରେ ସମସ୍ତ କ୍ଷତ୍ରରେ ବିଜୟ ଲାଭ କରିବେ । ସୁଖ ସମୃଦ୍ଧି ଘରେ ବିରାଜମାନ କରିବ । ତେବେ ଯଦି ଆପଣ ମଧ୍ୟ ଚାହୁଞ୍ଚନ୍ତି ଆପଣଙ୍କ ଜୀବନରେ ସୁଖ ଶାନ୍ତି ଦେଖା ଦେଉ ତେବେ ପ୍ରତ୍ୟକ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଆରମ୍ଭ କରନ୍ତୁ ଦେଖିବେ ଆପଣଙ୍କ ମନକୁ ଶାନ୍ତି ମିଳିବ ସହ ସବୁ କାମ ମଧ୍ୟ ବିନା ବିଘ୍ନ ରେ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button