ଜୀବନଶୈଳୀ
ଏମିତି ବି ଆସେ ମୃତ୍ୟୁ, ନିଜ ଟ୍ରକ୍ ତଳେ ଗଲା ନିଜ ଜୀବନ

ବାଙ୍ଗିରିପୋଷି: ନିଜ ଟ୍ରକ୍ ତଳେ ଗଲା ଜୀବନ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଜଗନ୍ନାଥଖୁଣ୍ଟା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ସମୀର ଦାସ । ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ । ଫଳରେ ନିଜ ଗାଡିର ଚକା ତଳେ ପଡି ତାଙ୍କର ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଲରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଜବଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।