ବିଚାର

ସିଗ୍ରେଟ ତମ୍ବାକୁ ଅଭ୍ୟାସ ଛାଡି ପାରୁ ନାହାନ୍ତି ତ ନିଶ୍ଚିନ୍ତ କରନ୍ତୁ ଏହି ଘରୋଇ ଉପାୟ, ଏହା ପରେ ଦେଖନ୍ତୁ କମାଲ

ସିଗ୍ରେଟ ଓ ତମ୍ବାକୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସମସ୍ତେ ଜାଣିଛନ୍ତି, ଏହା ପାଇଁ କ୍ୟାନ୍ସର ଭଳି ଘାତକ ରୋଗ ମଧ୍ୟ ହୋଇ ପାରେ ବୋଲି ଜାଣିଛନ୍ତି କିନ୍ତୁ ସବୁ ଜାଣି ବି ଲୋକେ ଏହାକୁ ଛାଡି ପାରୁ ନାହାନ୍ତି । ଯଦି ଆପଣ ନିଜେ ଏହି ସବୁ ଜିନିଷ କୁ ଛାଡିବା ପାଇଁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟ ନିଶ୍ଚିନ୍ତ କରନ୍ତୁ । ସିଗ୍ରେଟ ଓ ତମ୍ବାକୁ ଅଭ୍ୟାସ ଛାଡିବା ଟିକେ କଷ୍ଟ କିନ୍ତୁ ଅସମ୍ଭବ ନୁହେଁ ।

ଡାଲଚିନି ଓ ମହୁ :

ସିଗ୍ରେଟ ପିଇଳେ ଫୁସଫୁସ କ୍ୟାନ୍ସର, ପାଟି କ୍ୟାନ୍ସର ଭଳି ଭୟଙ୍କର ରୋଗ ହୋଇ ପାରେ । ଯଦି ଆପଣ ସିଗ୍ରେଟ ଅଭ୍ୟାସ ଛାଡିବା ପାଇଁ ଚାହୁଁଛନ୍ତି ତେବେ ଡାଲଚିନି ଓ ମହୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଡାଲଚିନି ପେଶୀ ମହୁ ସହ ମିଶେଇ ଦିଅନ୍ତୁ ଏବେ ଯେତେ ବେଳେ ବି ଆପଣଙ୍କୁ ସିଗ୍ରେଟ ପିଇବା ପାଇଁ ଇଛା ହେଉଛି ଏହି ମିଶ୍ରଣ କୁ ଖାଆନ୍ତୁ ।

ଜୁଆଣି ଏବଂ ପାନମଧୁରୀ :

ସିଗ୍ରେଟ ଓ ତମ୍ବାକୁ ଛାଡିବା ପାଇଁ ଜୁଆଣି ଓ ପାନମଧୁରୀ ଖାଇବା ଉଚିତ ଅଟେ, ଏହା ନା କେବଳ ଆପଣଙ୍କ ଅଭ୍ୟାସ ଛଡେଇବ ତା ଛଡା ଆପଣଙ୍କ ଶରୀରକୁ ଊର୍ଜା ପ୍ରଦାନ କରିବ ।

ଜୁଆଣି ଓ ପାନମଧୁରୀ ରେ ଟିକେ କଳା ଲୁଣ ମିସାଇ ଦିଅନ୍ତୁ, ଏବେ ଏଥିରେ ଲେମ୍ବୁ ରସ ମିସାଇ ଗୋଟେ ରାତି ପାଇଁ ଛାଡି ଦିଅନ୍ତୁ, ଏହା ପର ଦିନ ଏହାକୁ ତାୱା ଉପରେ ଭାଜି ଡବା ରେ ରଖି ଦିଅନ୍ତୁ ଏବେ ଯେତେବେଳେ ବି ଆପଣଙ୍କୁ ସିଗ୍ରେଟ ବା ତମ୍ବାକୁ ଖାଇବା ପାଇଁ ଇଛା ହେଉଛି ତେବେ ସେହି ଭଜାରୁ ଅଳ୍ପ ଖାଆନ୍ତୁ ଏମିତି କଲେ କିଛି ଦିନରେ ଆପଣ ନିଶା କରିବା ଛାଡି ପାରିବେ ।

ଅଦା ଓ ଅଁଳା :

ଅଦା ଓ ଅଁଳା କୁ ଭଲଭାବେ ଛେଚି କରି ସୁଖେଇ ଦିଅନ୍ତୁ, ଏହା ପରେ ଲେମ୍ବୁ ଓ ଲୁଣ ପକାଇ ଏହାକୁ ଗୋଟେ ଡବା ରେ ରଖି ଦିଅନ୍ତୁ, ଏବେ ଏହି ମିଶ୍ରଣ କୁ ସବୁବେଳେ ନିଜ ପାଖରେ ରଖନ୍ତୁ ଓ ଯେତେବେଳେ ସିଗ୍ରେଟ ବା ତମ୍ବାକୁ ଖାଇବା ପାଇଁ ଇଛା ହେଉଛି ଏହି ମିଶ୍ରଣକୁ ଖାଆନ୍ତୁ ।

ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button