ଜୀବନଶୈଳୀ

ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ, ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି

ପୁରୀ : ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ।  କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଭାରତ ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୫ଟନର ବାଲି ଏହି ବାଲୁକାକଳା ପାଇଁ ବ୍ୟବହାର କରାଯାଇଛି । ଗତ ୨୦୧୪ମସିହାରୁ ହୋଇଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଲୁକାକଳାରେ ଦର୍ଶାଯାଇଛି। ଏଥିସହ ବାଲୁକାକଳାରେ JOURNEY TO VIKASIT BHARAT ଲେଖା ହୋଇଛି । ଦେଶ ସାରା ଲୋକେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ୧୧ ବର୍ଷର ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଅକ୍ଳାନ୍ତ ନେତୃତ୍ୱ, ଅଟଳ ପ୍ରତିବଦ୍ଧତା ଏବଂ ପରିବର୍ତ୍ତନକାରୀ ଦୃଷ୍ଟିକୋଣ ପାଇଁ ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l

Related Articles

Leave a Reply

Your email address will not be published. Required fields are marked *

Back to top button