ସ୍ୱାସ୍ଥ୍ୟ

ହୋଇ ଯାଆନ୍ତୁ ସାବଧାନ, କିଡନି ଖରାପ ହବା କିଛି ଦିନ ଆଗରୁ ଶରୀର ଦେଇ ଥାଏ ଏହି ୪ ପ୍ରକାର ସଂକେତ

ଆଜିକାଲି ବ୍ୟସ୍ତ ଜୀବନ ରେ ଲୋକ ନିଜ କାମ ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମୟ ମିଳୁ ନାହିଁ, ସେଥିପାଇଁ ଆଜିକା ଜୀବନ ରେ ରୋଗ ଅଧିକରୁ ଅଧିକ ବଢି ଚାଲିଛି । ସମୟ ଅନୁଯାଇ ଲୋକ ନିଜ ଭୋକ ମେଣ୍ଟିବା ପାଇଁ ବାହାର ଜଙ୍କ ଫୁଡ ଖାଉଛନ୍ତି ଯାହା ସମସ୍ତ ପ୍ରକାର ରୋଗର କାରଣ ଅଟେ । ଏହା ସହ ପ୍ରଦୂଷିତ ପବନ, ପ୍ରଦୂଷିତ ପାଣି ଏବଂ ଅନିମିତ ଦିନଚର୍ଯ୍ୟା ପାଇଁ ମଧ୍ୟ ଲୋକ ରୋଗର ଶିକାର ହାଉଛନ୍ତି ।

କିଡନୀ ଖରାପ ହେବାର ସଂକେତ ବିଷୟରେ ଆସନ୍ତୁ ଜାଣିବା

ମଣିଷ ର ପ୍ରତ୍ୟକ ଅଙ୍ଗ ବହୁତ ମୂଲ୍ଯବାନ ଓ ମହତ୍ଵପୂର୍ଣ ଅଟେ କିନ୍ତୁ ଏମିତି କିଛି ଅଙ୍ଗ ଅଛି ଯାହା ବିନା ଶରୀର ଅଚଳ ହୋଇ ଯାଏ ଯେମିତିକି କିଡେନୀ, ହୃଦୟ, ଆଖି, ମୁଣ୍ଡ ଇତ୍ୟାଦି । ଏହି ସବୁ ଅଙ୍ଗ ପାଇଁ ଗୁରୁତ ଦବା ଆବଶ୍ୟକ ଅଟେ କିଛି ବି ଅଡୁଆ ବା ଅସୁବିଧା ହେଲେ ତୁରନ୍ତ ଡାକ୍ତର ଦେଖେଇବା ଆବଶ୍ୟକ ଅଟେ । ଯିଏ ଏହି ସବୁ ଅଙ୍ଗ ପାଇଁ ଧ୍ୟାନ ଦିଏ ନାହିଁ ସେହି ଲୋକକୁ ନିଜ ଜୀବନ ରେ ବହୁତ ଅସୁବିଧା ସାମ୍ନା କରିବାକୁ ପଡି ଥାଏ ।

କିଡନୀ ଆମ ଶରୀର ବହୁତ ମହତ୍ଵପୂର୍ଣ ଅଙ୍ଗ ଅଟେ, କିନ୍ତୁ ଲୋକ ଆଜିକାଲି ନିଜ ଖାଦ୍ୟ ଉପରେ ଧ୍ୟାନ ଦଉ ନାହାନ୍ତି ଯାହା ଫଳରେ ତାଙ୍କୁ ବହୁତ ପ୍ରକାର ଭୟଙ୍କର ରୋଗ ହେଉଛି । ଆମ ମଣିଷ ଶରୀର ରେ ଦୁଇଟି କିଡେନୀ ହୋଇ ଥାଏ ଯଦି ଗୋଟେ ଖରାପ ହୋଇ ଯାଏ ତେବେ ବି ମଣିଷ ଅନ୍ୟ କିଡେନୀ ସାହାଯ୍ୟରେ ବଞ୍ଚି ପାରେ ।

ଏହି ଲକ୍ଷଣ ସବୁ ଦେଖାଦିଏ

କେତେକ ଥର ଆମେ ପଡି ଗଲେ ବା ଅନ୍ୟ ଆଘାତ ପାଇଁ ଆମ ଅଙ୍ଗ ଫୁଲି ଯାଏ କିନ୍ତୁ କେତେକ ଥର ଆମ ଶରୀର କୌଣସି ଅଙ୍ଗ ବିନା ମାଡରେ ଫୁଲି ଯାଏ ଏମିତି ପରିସ୍ଥିତି ରେ ତୁରନ୍ତ ଡକ୍ଟର କୁ ଦେଖେଇବା ଉଚିତ ଅଟେ । କେତେକ ଥର ଲୋକଙ୍କ ହଟାତ ହାଇ ବ୍ଲଡ ପ୍ରେସର ବଢି ଯାଇ ଥାଏ ବା କମି ଯାଇ ଥାଏ ଏହି ପରି ସମୟରେ ମଧ୍ୟ ଡକ୍ଟର ପାଖକୁ ଯିବା ଆବଶ୍ୟକ ଅଟେ ।

ଯଦି ବ୍ୟକ୍ତି ଦିନକୁ ଦିନ ହଳଦିଆ ଦେଖା ଯାଏ ଏବଂ ବ୍ୟକ୍ତି ଶରୀରରୁ ରକ୍ତ କମିବା ଆରମ୍ଭ ହୁଏ ତେବେ ବୁଝି ଯାଆନ୍ତୁ ଯେ କିଡେନୀ ଖରାପ ହୋଇ ପାରେ ଓ ଡକ୍ଟରକୁ ଦେଖେଇବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ବ୍ୟତୀତ ଅତ୍ୟଧିକ ପରିସ୍ରା ଲାଗୁଥିବ କିନ୍ତୁ ହେବନି, ପେଟ ଦରଜ ହେବା, ଥକାପଣ ଦେଖା ଦେବା ଆଦି ମଧ୍ୟ କିଡେନୀ ଖରାପ ହେବାର ସଂକେତ ଅଟେ । ଏଭଳି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button