ବିଚାର

କାହିଁକି ମଝି ଆକାଶରେ ମୃତ୍ୟୁ ଫାଶରେ ଫସିଯାଏ ବିମାନ ? ଦୁର୍ଘଟଣା ପଛରେ କଣ ଥାଏ ବଡ଼ କାରଣ ?

ଅହମଦାବାଦ: ଭୟଙ୍କର ବିମାନ ଦୁର୍ଘଟଣାରେ ଚାଲିଯାଇଛି ୨୬୫ ଜଣଙ୍କ ଜୀବନ । ୬୦ ଜଣ ବିଦେଶୀ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯିବାରୁ ଯାତ୍ରୀଙ୍କୁ ବଞ୍ଚାଇବାର କୌଣସି ସୁଯୋଗ ମିଳିଲାନି । ମୂହୁର୍ତ୍ତକରେ ବିମାନରେ ଥିବା ଯାତ୍ରୀଙ୍କୁ ମାଡିବସିଲା ମୃତ୍ୟୁ । ଅହମଦାବାଦ ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବିମାନ ଦୁର୍ଘଟଣାର କାରଣ ଏବେ ଖୋଜା ଚାଲିଛି । ତେବେ ଏତିକି ବେଳେ ମନରେ ପ୍ରଶ୍ନ ଆସେ କାହିଁକି ହୁଏ ବିମାନ ଦୁର୍ଘଟଣା ?

ପୂର୍ବରୁ ଏଭଳି ଅନେକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତବର୍ଷ ବିମାନ ଦୁର୍ଘଟଣା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରଥମ ସ୍ଥାନରେ ରହିଛି ଆମେରିକା । ଏଥିରେ ଭାରତର ସ୍ଥାନ ୧୦ ନମ୍ବରରେ ରହିଛି । ତେବେ କାହିଁକି ଏତେ ଦୁର୍ଘଟଣା ଘଟୁଛି, ଏହା ପଛର କାରଣ କ’ଣ ରହିଛି ? ଜାଣନ୍ତୁଟ୍ଟ

କାହିଁକି ହୁଏ ବିମାନ ଦୁର୍ଘଟଣା ?

ବିମାନ ଦୁର୍ଘଟଣା ପାଇଁ ଅନେକ କାରଣ ଦାୟୀ । ପ୍ରଥମତ ବୈଷୟିକ ତ୍ରୁଟି ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ । ଅନେକ ସମୟରେ ବିମାନର ଇଞ୍ଜିନ କାମ କରି ନଥାଏ । ନେଭିଗେସନ ସିଷ୍ଟମ ଖରାପ ହେଲେ ଦୁର୍ଘଟଣା ଘଟିପାରେ । ଲ୍ୟାଣ୍ଡିଙ୍ଗ ଗିୟର ଖରାପ ହେବା ଅନ୍ୟ ଏକ କାରଣ ବି ହୋଇପାରେ । ବିମାନ ଡେଣାରେ ସମସ୍ୟା ହେଲେ ଦୁର୍ଘଟଣା ଘଟିଥାଏ । ଅନେକ ସମୟରେ ପାଇଲଟଙ୍କ ଭୁଲ ପାଇଁ ଦୁର୍ଘଟଣା ଘଟେ । ଏୟାର ଟ୍ରାଫିକ କଣ୍ଟ୍ରୋଲରେ ତ୍ରୁଟି ମଧ୍ୟ ଏକ କାରଣ ହୋଇପାରେ ।

ଦୁର୍ଘଟଣା ପଛରେ ପାଣିପାଗର ବଡ଼ ଭୂମିକା ରହିଛି । ଝଡ଼ ବର୍ଷା କିମ୍ବା ବଜ୍ରପାତ ହେଲେ ବିମାନ ନିୟନ୍ତ୍ରଣ ହରାଇଥାଏ । ଯାହା ଦୁର୍ଘଟଣାର କାରଣ ବି ସାଜେ । ଅନେକ ସମୟରେ ବିମାନରେ ନିଆଁ ଲାଗିଯାଏ । ବିମାନରେ ଅତ୍ୟଧିକ ଇନ୍ଧନ ରହୁଥିବାରୁ ନିଆଁ ଲାଗିବା ଆଶଙ୍କା ଅଧିକ । ଯାହା ଅହମଦାବାଦ ଘଟଣାରେ ଦେଖିବାକୁ ମିଳିଲା । ୧ ଘଣ୍ଟା ଉଡ଼ାଣ ପାଇଁ ପ୍ରାୟ ୫ ହଜାର ଲିଟର ଇନ୍ଧନ ଆବଶ୍ୟକ ତେଣୁ ଅନେକ ଇନ୍ଧନ ବହନ କରୁଥିବାରୁ ଅଘଟଣ ଘଟିବାର ବି ଆଶଙ୍କା ଅନେକ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button