ଯଦି କେହି ଆପଣଙ୍କୁ “ପ୍ରେମରେ” ଦେଉଛି ଧୋକା ତ ଆପଣ କଣ କରିବେ! -Krishna Vani

ସମସ୍ତ ବ୍ୟକ୍ତି ନିଜର ସମ୍ପର୍କକୁ ଭୁଲିଯିବା ଏତେ ସହଜ ହୋଇ ନଥାଏ ଖାସକରି ସେତେବେଳେ ଯେତେବେଳେ ଏହି ସମ୍ପର୍କ ଭାବନା ସହ ଯୋଡ଼ା ହୋଇଥିବା ଏବଂ ତାଠାରୁ ବିଶିଷ୍ଟ ଯଦି ଏହା ପ୍ରେମର ସମ୍ପର୍କ ହୋଇଥିବ । ଯେତେବେଳେ ଆମେ ନିଜ ଲୋକ ଠାରୁ ଅଲଗା ହୁଅନ୍ତି ସେତେବେଳେ ତା’ର କଷ୍ଟ ବହୁତ ହୋଇଥାଏ । ଆମେ ତାଙ୍କୁ ଭୁଲିବାକୁ ବହୁତ ଚେଷ୍ଟା କରୁ କିନ୍ତୁ ତାର କଥା ଆମକୁ ସବୁବେଳେ ମନେ ପଡେ । ଏମିତିରେ ଆମେ ତାଙ୍କୁ ଯେତେ ମନେ ପକାନ୍ତି ସେ ଆମର ଅଧିକ ମନେ ପଡେ ।
ଏପରି ଆମେ ସେହି ଭୁଲକରୁ ଯାହା ଆମକୁ କେବେ କରିବା କଥା ନୁହେଁ । ବେଳେବେଳେ ଏମିତି ହୋଇଥାଏ ନିଜକୁ ନିୟନ୍ତ୍ରଣରେ ନରଖି ଆମେ ତାଙ୍କୁ ଖୁବ୍ ମନେ ପକେଇ ତାଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି ଏବଂ ଏହି ସମ୍ବନ୍ଧରେ ଆମେ ଭୁଲ୍ ରାସ୍ତା ବାଛି ନଉ କାରଣ ଧୋକାର ଯନ୍ତ୍ରଣା ବହୁତ ଭୟାନକ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ଯିଏ ଆପଣଙ୍କୁ ଧୋକା ଦେଇଥାଏ ତାକୁ ଆପଣ ମନ, ହୃଦୟରୁ କେମିତି କାଢିବେ । ପ୍ରଥମ ଜିନିଷ ସବୁବେଳେ ମନେ ରଖନ୍ତୁ ଯାହା ଧୋକା ଖାଇବା ପରେ ସମସ୍ତେ ଏହାକୁ କରିଥାନ୍ତି କି ସେହି ମଣିଷକୁ ଭୁଲିବାକୁ ଚେଷ୍ଟା କରିଥାନ୍ତି ଯାହା ଆପଣଙ୍କୁ ବିଲକୁଲ କରିବା କଥା ନୁହେଁ କାରଣ ଆପଣ ସେହି ମଣିଷକୁ ମନେ ପକାଇ ପକାଇ ଭୁଲି ପାରିବେ ନାହିଁ ।

କିଛି ଲୋକଙ୍କୁ ଏହା ଭ୍ରମ ହୋଇଥାଏ ଯେ ମଦ୍ୟପାନ କଲାପରେ ତାକୁ ଅତି ସହଜରେ ଭୁଲିହେବ କିନ୍ତୁ ପିସାରିବା ପରେ ପୁଣି ତା ସହ କଥା ହେବାକୁ ଚେଷ୍ଟା କରିଥାଏ ଯାହା ଉପରେ ନିଜର ରାଗକୁ ବାହାର କରିବାକୁ ଚାହେଁ । ଆପଣ ତାଙ୍କୁ ଭୁଲିବା ଯାଗାରେ ନିଜକୁ ସବୁବେଳେ କୈାଣସି କାମରେ ବ୍ୟସ୍ତ ରଖନ୍ତୁ, ନିଜ ପରିବାର ସହ ସମୟ ବିତାନ୍ତୁ ନହେଲେ ଜୀବନରେ କିଛି କରିବାକୁ ଚେଷ୍ଟା କରନ୍ତୁ । ବହୁତ ଲୋକ ନିଜକୁ ଏକା ଏକା ରହି ଉଦାସ ରୁହନ୍ତି ଯାହା ଏମାନଙ୍କର ସବୁଠାରୁ ବଡ଼ ଭୁଲ ଅଟେ ।

ଆପଣ ସବୁବେଳେ ନିଜ ସାଙ୍ଗ ଏବଂ ପରିବାର ବନ୍ଧୁବାନ୍ଧବ ସହ ସମୟ ବିତାନ୍ତୁ । ବେଳେବେଳେ କିଛି ଲୋକ ଏହା ଭାବନ୍ତି କି ସେମାନଙ୍କ ପାଖରେ କିଛି କମି ଅଛି ନହେଲେ ଭାଗ୍ୟ ଖରାପ୍ ଅଟେ, ଆପଣ ଏହା କେବେବି ଭାବିବା କଥା ନୁହେଁ । ଆପଣଙ୍କୁ ଏହା ଭାବିବାର ଅଛି କି ସାମ୍ନାରେ ଥିବା ବ୍ୟକ୍ତିର ଭାଗ୍ୟ ଖରାପ୍ ଅଛି କାରଣ ଆପଣ ତାଙ୍କୁ ମିଳିଲେ ନାହିଁ । ଧୋକା ଖାଇବା ପରେ କିଛି ଲୋକ ମନରେ ପ୍ରତିଶୋଧର ଭାବନା ଆଣନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ୍ ଅଟେ ।

ଯେତେବେଳେ ଗୋଟିଏ ମଣିଷକୁ ପ୍ରେମ ହୁଏ ତାକୁ ଅନୁଭବ ହୁଏ ପୂରା ଦୁନିଆ ତାକୁ ମିଳିଗଲା, ଆଉ ଯେତେବେଳେ ଧୋକା ଖାଏ ସେତେବେଳେ ଲାଗେ ପୂରା ଦୁନିଆ ଉଜୁଡି ଗଲା ସେଥିପାଇଁ ବ୍ୟକ୍ତି ଜଣକ ସାମ୍ନାବାଲାର ଜୀବନ ଉଜାଡିବାକୁ ଚେଷ୍ଟା କରିଥାଏ ଯାହା ଭୁଲ ଅଟେ । ସେଥିପାଇଁ ଆପଣଙ୍କୁ ଏହି କଥା ସ୍ବିକାର କରିବାକୁ ପଡ଼ିବ କି ସେ ଏବେ ଆପଣଙ୍କ ସହ ନାହିଁ ।



