ବିଚାର

ସତରେ ସ୍ତ୍ରୀ କେତେ ମହାନ, ଏହି କଥାଟି ଶୁଣିଲେ ନ କାନ୍ଦି ରହି ପାରିବେନି ଆପଣ

ତଳେ ଦିଆଯାଇଥିବା ଚିତ୍ରଟିକୁ ଦେଖିବା ପରେ ହୁଏତ ଆପଣଙ୍କ ମନରେ କିଛି ଅଲଗା ଭାବନା ଆସିପାରେ । କିନ୍ତୁ ଏହି ଚିତ୍ରଟିର ରହସ୍ୟ ଆପଣ ଜାଣିଲେ ଆପଣଙ୍କ ଆଖିରେ ନିଶ୍ଚିତ ଲୁହ ଆସିଯିବ ।

ଏହି ଘଟଣାଟି ଘଟିଥିଲା ୟୁରୋପ ର ଏକ ଦେଶରେ । କୌଣସି ଏକ ଅପରାଧ ପାଇଁ ୟୁରୋପ ର ଶାସକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ଆଉ ସୈନିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ତ ଦୂରର କଥା ପାଣି ଟୋପେ ବି ଦିଆଯିବ ନାହିଁ ।

 

ଯାହା ଫଳରେ ଲୋକଟି ଭୋକରେ ଆଉଟି ପାଉଟି ହେଇ ମୃତ୍ୟୁ ବରଣ କରିବ । ସେହି ବୃଦ୍ଧ ବ୍ୟକ୍ତିଙ୍କର ଜଣେ ଝିଅ ଥିଲେ ଯିଏ ୟୁରୋପ ର ଶାସକଙ୍କୁ ନିବେଦନ କଲେ ଯେ ତାଙ୍କ ପିତାଙ୍କ ଅନ୍ତିମ ସମୟରେ ତାଙ୍କୁ ସବୁବେଳେ ଦେଖା କରିବା ପାଇଁ । ସେହି ଶାସକ ଜଣକ ଅତି ନ୍ୟାୟପ୍ରିୟ ଥିବାରୁ ସେହି ଝିଅଟିର ନିବେଦନକୁ ସ୍ଵୀକାର କଲେ ଏବଂ ନିଜ ପିତାଙ୍କୁ ସବୁବେଳେ ଦେଖା କରିବା ପାଇଁ ଅନୁମତି ଦେଲେ ।

ଏହିପରି ଭାବରେ ଯୁବତୀ ଜଣଙ୍କ ପ୍ରତିଦିନ ନିଜ ପିତାଙ୍କୁ ଦେଖା କରିବା ପାଇଁ କାରାଗାରକୁ ଆସନ୍ତି ଓ ଆସିଲାବେଳେ ମଧ୍ୟ ଯୁବତିଜଣଙ୍କୁ ସୈନିକମାନେ ଚେକ କରନ୍ତି ଯେପରି ଯୁବତିଜଣଙ୍କ କୌଣସି ଖାଦ୍ଯପଦାର୍ଥ ନିଜ ପିତାଙ୍କ ପାଖକୁ ନେଇ ପାରିବ ନାହିଁ । କିନ୍ତୁ ଯୁବତିଜଣଙ୍କ ନିଜ ପିତାଙ୍କର ଏହି ଅବସ୍ଥାକୁ ସହ୍ୟ କରିପାରିଲେ ନାହିଁ ଓ ନିଜ ପିତାଙ୍କୁ ଦେଖି କାନ୍ଦି ପକାଇଲେ ।

ସେତେବେଳେ ଯୁବତିଜଣଙ୍କର ଜଣେ ଶିଶୁ ପୁତ୍ର ଥିଲା । ଯିଏ କେବଳ ସ୍ତନ୍ୟପାନ କରିବା ଛଡା ଆଉ କିଛି ଖାଇ ନ ଥିଲା ଆଉ ତାର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ଥିଲା । ଯୁବତିଜଣଙ୍କ ଭାବିଲେ ମୁଁ ବି ମୋ ପିତାଙ୍କୁ ସ୍ତନ୍ୟପାନ କରାଇବି ଯାହା ଫଳରେ ମୋ ପିତା ମଧ୍ୟ ସୁସ୍ଥ ସବଳ ହୋଇଯିବେ। ସେଥିପାଇଁ ଯୁବତିଜଣଙ୍କ ନିଜ ପିତାଙ୍କୁ ସ୍ତନ୍ୟପାନ କରିବାକୁ କହିଲେ । କିନ୍ତୁ ତାଙ୍କ ପିତା ସିଧା ସିଧା ମନା କରିଦେଲେ ।

ଯୁବତିଜଣଙ୍କ ବହୁତ ବୁଝାଇବା ପରେ ତାଙ୍କ ପିତା ରାଜି ହେଲେ ଏବଂ ପ୍ରତିଦିନ ନିଜ ଝିଅଟିର ସ୍ତନ୍ୟପାନ କରିଲେ । ପ୍ରତିଦିନ ସ୍ତନ୍ୟପାନ କରିବା ଦ୍ଵାରା ବୃଦ୍ଧ ବ୍ୟକ୍ତିଙ୍କର ଶରୀର ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା । ଜଣେ ବ୍ୟକ୍ତି ବିନା ଖାଦ୍ୟରେ ଅତି ବେଶିରେ ୧୫-୨୦ ଦିନ ପର୍ଯ୍ୟନ୍ତ ବଞ୍ଚି ରହି ପାରିବ କିନ୍ତୁ ଯେତେବେଳେ 2 ମାସ ହୋଇଗଲା ବୁଦ୍ଧ ବ୍ୟକ୍ତି ଜଣଙ୍କ ମୃତ୍ୟୁ ବରଣ କଲେ ନାହିଁ ।

ସେତେବେଳେ ସୈନିକମାନଙ୍କ ମନରେ ସନ୍ଦେହ ଜାତ ହେଲା ଓ ସେମାନେ ସେହି ଯୁବତିଜଣଙ୍କ ଉପରେ ନଜର ରଖିବା ଆରମ୍ଭ କରିଦେଲେ । ଦିନେ ଯୁବତିଜଣଙ୍କ ନିଜ ପିତାଙ୍କୁ ସ୍ତନ୍ୟପାନ କରାଇବାବେଳେ ସୈନିକମାନଙ୍କ ହାତରେ ଧରା ପଡିଗଲେ । ଏ କଥା ଶୁଣି ଶାସକ ଜଣଙ୍କ ସେହି ଯୁବତୀଙ୍କୁ ମଧ୍ୟ ବନ୍ଦି କରିଦେଲେ । ଏହି ଘଟଣା ସେହି ଦେଶର ଲୋକମାନଙ୍କ ମଧ୍ୟରେ ବ୍ୟାପିଗଲା ।

କିଛି ଲୋକ ଏହାକୁ ଘୋର ପାପ କହୁଥିବା ବେଳେ ଆଉ କିଛି ଲୋକ ଯୁବତିଜଣଙ୍କର ନିଜ ପିତାଙ୍କ ପ୍ରତି ଭଲ ପାଇବାକୁ ଦେଖି ପ୍ରଶଂସା କଲେ । ଏହା ଶୁଣି ଶାସକ ଜଣଙ୍କ ସେହି ଦେଶର ମହାନ ଧର୍ମଗୁରୁ ମାନଙ୍କୁ ଏହି ଘଟଣାର ନିଷ୍ପତ୍ତି ଶୁଣାଇବା ପାଇଁ ଅନୁରୋଧ କଲେ ଏବଂ ଶେଷରେ ନିଷ୍ପତ୍ତି ନିଆଗଲା କି ଯୁବତିଜଣଙ୍କ ନିଜ ପିତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଯାହା ବି କରିଛନ୍ତି ତାହା କୌଣସି ମହାନ କାର୍ଯ୍ୟ ଠାରୁ କମ ନୁହେଁ ।

ଶାସକଜନଙ୍କ ମଧ୍ୟ ସେହି ଯୁବତୀ ଓ ତାଙ୍କ ବୃଦ୍ଧ ପିତାଙ୍କୁ ଦଣ୍ଡରୁ ମୁକ୍ତ କରିଦେଲେ ଓ ସାରା ଦେଶ ଯୁବତୀଙ୍କର ଏହି ମହାନ କାର୍ଯ୍ୟକୁ ପ୍ରଶଂସା କଲା । ସେତେବେଳର ଚିତ୍ରକାରମାନେ ଏହି ଘଟଣାକୁ ନିଜ ଚିତ୍ର ମାଧ୍ୟମରେ ଭିନ୍ନ ଭିନ୍ନ ରୂପ ଦେଲେ ଯାହାକୁ ଆପଣ ଦେଖୁଛନ୍ତି । ଯାହା ବି ହେଉ ନା କାହିଁକି ଆମେ କେବଳ ଏତିକି କହି ପାରିବା କି ସତରେ ନାରୀ କେତେ ମହାନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button