ଦେଶ ବିଦେଶ

ଆସିଗଲା ଖରାଦିନ, ତ୍ୱଚାରେ ଦେଖାଯିବ ଟ୍ୟାନିଂ ସମସ୍ୟା, ଏଥିରୁ ନିସ୍ତାର ପାଇଁ ଆପଣାନ୍ତୁ ବାଦାମ

ଖରାଦିନ ଆସିଲାଣି। ଏହିଦିନେ ସାଧାରଣତଃ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ଯେପରି ଘିମିରି, ସନ୍‌ ଟ୍ୟାନିଂ, ସନ୍‌ ବର୍ଣ୍ଣ ଆଦି। ଏଥିରୁ ନିସ୍ତାର ପାଇଁ ଅନେକ ଘର ବଜାରରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ସେତେଟା ଫଳପ୍ରଦ ହୋଇ ନ ଥାଏ। ତେଣୁ ଆପଣ ଚାହିଁଲେ ଘରେ ମଧ୍ୟ ଏ ସବୁର ପ୍ରାକୃତିକ ଉପଚାର କରିପାରବେ। ଆଜି ଆମେ ଆପଣଙ୍କୁ ସନ୍‌ ଟ୍ୟାନିଂ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ପ୍ରାକୃତିକ ଉପାୟ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

t3

୧. ତ୍ୱଚା ଏବଂ ଚେହେରାର ଯତ୍ନ ପାଇଁ ଚନ୍ଦନ ପାଉଡର ବିଶେଷ ଲାଭଦାୟକ ହୋଇଥାଏ। ବହୁ ପୁରୁଣା ଯୁଗରୁ ଏହାକୁ ବ୍ୟବହାର କରାଯାଇଆସୁଛି। ଏହା ଟ୍ୟାନିଂ ସମସ୍ୟା ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ। ଆପଣ ଗୋଲାପ ଜଳ କିମ୍ବା ନଡ଼ିଆ ତେଲ ସହିତ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଚେହେରାରେ ଲଗାନ୍ତୁ। ସପ୍ତାହକୁ ୩ଥର ପ୍ରୟୋଗ କରନ୍ତୁ।

t5

୨. ୬-୭ଟି ବାଦାମ ରାତିସାରା ପାଣିରେ ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୧-୨ ଚାମଚ କ୍ଷୀର ମିଶାନ୍ତୁ। ଏହି ପେଷ୍ଟକୁ ଟ୍ୟାନିଂ ହୋଇଥିବା ତ୍ୱଚାରେ ଲଗାନ୍ତୁ। ଏହାଛଡ଼ା ବାଦାମ ତେଲ ମଧ୍ୟ ପ୍ରୟୋଗ କଲେ ବହୁତ ଫାଇଦା ମିଳିଥାଏ।

୩. ଫାଳେ ଲେମ୍ବୁର ରସ ଏବଂ ୧ ଚାମଚ ମହୁକୁ ମିଶାଇ ଚେହେରାରେ ଲଗାନ୍ତୁ। ୨୦ ମିନିଟ୍‌ ସେମିତି ଛାଡ଼ିଦିଅନ୍ତୁ। ଏହାପରେ ମୁହଁ ଧୁଅନ୍ତୁ। ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚିଂ ରୂପେ ଜଣାଯାଇଥାଏ ଏବଂ ମହୁ ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ।

t6

୪. ଚିନିରେ ଅଳ୍ପ ପାଣି ମିଶାଇ ଏହାକୁ ଗାଢ଼ କରିନିଅନ୍ତୁ। ଏଥିରେ ଲେମ୍ବୁ ରସ ମିଶାଇ ଟ୍ୟାନିଂ ହୋଇଥିବା ସ୍ଥାନରେ ୧୦ ମିନିଟ୍‌ ଯାଏ ଘଷନ୍ତୁ। ଏହାପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ।

୫. ୨ ଚାମଚ ହଳଦୀ ପାଉଡର ଏବଂ ୨ ଚାମଚ ଲେମ୍ବ ରସ ନେଇ ଭଲ ଭାବେ ମିଶାନ୍ତୁ। ଏହି ପେଷ୍ଟକୁ ଟ୍ୟାନିଂ ତ୍ୱଚାରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button