ବିଜ୍ଞାନ

ଅକ୍ଟୋବର ୨୮ , ଏହି ସମୟରେ ରହିଛି ସୂତକ କାଳ । ଭାରତରେ କେଉଁଠି ଏବଂ କେଉଁ ସ୍ଥାନରେ ଦୃଶ୍ୟମାନ ହେବ ଗ୍ରହଣ ।

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସମ୍ପୂର୍ଣ୍ଣ ୧୫୦ ବର୍ଷ ପରେ ଅନେକ ଶୁଭ ସଂଯୋଗ ନେଇ ଲାଗିବାକୁ ଯାଉଛି । ଯେଉଁ କାରଣରୁ ଛଅଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଅକ୍ଟୋବର ୨୮ ରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ , ଯାହାକି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଅଶୁଭ ମାନାଯାଏ । ଚନ୍ଦ୍ର ଗ୍ରହଣ ସମୟରେ ବାତାବରଣରେ ନକରାତ୍ମକ ଶକ୍ତି ପ୍ରବଳ ହୋଇଥାଏ ବୋଲି କୁହାଯାଏ । ମନୁଷ୍ୟ ଉପରେ ମଧ୍ୟ ଏହାର ଅନେକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହି ସମୟରେ କିଛି ଖାସ ଉପାୟ କରିବାକୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ଅକ୍ଟୋବର ୨୮ ରେ ଚନ୍ଦ୍ର ଗ୍ରହଣ ସହିତ ଶରତ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି ।

ତେଣୁ ଏହି ଦିନ ମାତା ଲକ୍ଷ୍ମୀ ମଧ୍ୟ ସ୍ୱୟଂ ପୃଥିବୀରେ ଉପସ୍ଥିତ ରହନ୍ତି ବୋଲି ମାନ୍ୟତା ରହିଛି । ଚନ୍ଦ୍ର ଗ୍ରହଣ ଦିନ ରାତିରେ ନିୟମ ଅନୁଯାୟୀ କରାଯାଉଥିବା କୌଣସିବି ଉପାୟ ନିଶ୍ଚୟ ସଫଳ ହୋଇଥାଏ । ଅକ୍ଟୋବର ୨୮ ରାତିରେ ଚନ୍ଦ୍ରଗ୍ରହଣ ରାତି ୧୧.୨୩ ରେ ଉପଛାୟାରେ ପ୍ରବେଶ କରିବ । ଏହାର ଆରମ୍ଭ ୧.୦୫ , ମଧ୍ୟ ଭାଗ ୧.୪୪ ଏବଂ ସମାପ୍ତି ୨.୨୪ ରେ ହେବ । କିନ୍ତୁ ସୂତକ କାଳ ଶୁକ୍ରବାର ସନ୍ଧ୍ୟା ୪.୩୨ ରେ ହେବ । ସୂତକ କାଳ ସମୟରେ କିଛି କାମ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ଆଉ କିଛି ଏପରି କାମ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ସୂତକ କାଳ ସମୟରେ ତାମସିକ ଭୋଜନ ଠାରୁ ଦୂରେଇ ରହିବା , ଗ୍ରହଣ ସମୟରେ ମଦିରର କବାଟ ବନ୍ଦ , ପୂଜା ପାଠ ପାନିଆର ସ୍ପର୍ଶ କିମ୍ବା ବ୍ୟବହାର ଆଦି ବର୍ଜିତ ଅଟେ । ଏମିତିକି ଏହି ସମୟରେ କେଶ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ । ନିଜ ଜୀବନସାଥୀ ସହିତ ଏହି ସମୟରେ ଭୁଲରେବି ଶାରୀରିକ ସମ୍ପର୍କରେ ରଖନ୍ତୁ ନାହିଁ । ନଚେତ ଏହା ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଗ୍ରହଣ ସମୟରେ ଏକ ଖାସ ଉପାୟ ଅନୁଯାୟୀ ଏକ ପିତ୍ତଳ ପାତ୍ର ଆଣି ନେଇ ଆସନ୍ତୁ ।

ସେହି ପିତ୍ତଳ ପାତ୍ରରେ ଗଙ୍ଗା ଜଳ ଢ଼ାଳି ଗୋଟିଏ ଏକ ଟଙ୍କିଆ କୋଏନ ଧୋଇ ତାହାକୁ ରାତିରେ ବାହାରେ ଚନ୍ଦ୍ର ଆଲୋକ ପଡୁଥିବା ଭଳି ସ୍ଥାନରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଅର୍ଥାତ ଅକ୍ଟୋବର ୨୯ ସକାଳେ ସ୍ନାନ ସାରି ସେହି ଏକ ଟଙ୍କିଆ କୋଏନକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଆଉ ଏକ ଉପାୟ ଅନୁଯାୟୀ ସୂତକ କାଳ ପୂର୍ବରୁ ଏକ ମୌଲି ସୂତା ଆଣି ଘରର ଯେଉଁ ସ୍ଥାନରେ ଆପଣ ଅଧିକ ସମୟ ବିତାନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ କୌଣସି ହନୁମାନ ମନ୍ଦିରରେ ରଖି ଦିଅନ୍ତୁ । ଏହି ଗୋଟିଏ ଉପାୟ ଆପଣଙ୍କ ଜୀବନରେ ଧନ ଆକର୍ଷିତ କରିବା କାମ କରିବ ।

ଏହାଦ୍ବାରା ସୁଖ ସମୃଦ୍ଧି ଏବଂ ବୈଭବ ମଧ୍ୟ ଆସିବ । ଏହି ଚନ୍ଦ୍ର ଗ୍ରହଣ କାରଣରୁ ଯେଉଁ ରାଶିର ଜୀବନ ବଦଳିବାକୁ ଯାଉଛି , ସେହି ରାଶି ମାନ ହେଉଛନ୍ତି ମକର ରାଶି , ତୁଳା ରାଶି , କନ୍ୟା ରାଶି , ମେଷ ରାଶି , ସିଂହ ରାଶି ଏବଂ କୁମ୍ଭ ରାଶି । ମେଷ ରାଶିର ବ୍ୟକ୍ତିଙ୍କୁ ଚାକିରୀ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ ଏବଂ ଧନ ପ୍ରାପ୍ତିର ଉତ୍ସ ଖୋଲିବ । ଚନ୍ଦ୍ର ଗ୍ରହଣ ପରେ କୌଣସିବି କାର୍ଯ୍ୟ ଆରମ୍ଭ କଲେ ତାହା ନିଶ୍ଚୟ ପୂରଣ ହେବ ଏବଂ ସମ୍ମାନ ପ୍ରାପ୍ତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button