ଯେଉଁ ଲୋକଙ୍କ ହାତରେ ଥାଏ ଏହି ରେଖା, ସେମାନେ ଅଚାନକ ହୋଇଥାନ୍ତି ଧନବାନ; କଣ ଆପଣ ଏଥିରେ ବି ସାମିଲ !

ଜୀବନରେ ପ୍ରତ୍ୟେକ ଧନ ଦୌଲତ ହାସିଲ କରିବାକୁ ଚାହାନ୍ତି। ଏଥିପାଇଁ ସବୁ ଲୋକ ନିଜ ନିଜ ତରଫରୁ ବହୁତ ପରିଶ୍ରମ କରନ୍ତି। କିନ୍ତୁ ସମସ୍ତଙ୍କୁ ଏହି ସୁଖ-ସମୃଦ୍ଧି ହାସିଲ ହୁଏନାହିଁ। କିଛି ଲୋକ ଏହି ମାମଲାରେ ଭାଗ୍ୟଶାଳୀ ଥାନ୍ତି।
ଆପଣଙ୍କର ଭାଗ୍ୟରେ ଧନ-ଦୌଲତ ଅଛି ନା ନାହିଁ, ଏହି ରହସ୍ୟ ଆପଣଙ୍କ ହାତରେ ଛପା ହୋଇଥାଏ। ହସ୍ତଶାସ୍ତ୍ର ବିଜ୍ଞାନରେ ହାତର ରେଖା ଜରିଆରେ ଆପଣ ଆସୁଥିବା ସମୟରେ ଅନ୍ଦାଜ ଲଗାଇ ପାରିବେ। ଆମ ହାତରେ କିଛି ଏମିତି ରେଖା ଅଛି, ଯାହା ଏହି କଥାକୁ ସଂକେତ ଦିଏକି ଆମକୁ ଭବିଷ୍ୟତରେ କେବେ ଓ କେତେ ମାତ୍ରାରେ ଧନ ପ୍ରାପ୍ତି ହେବ। ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କ ହାତରେ ଅଚାନକ କେଉଁଠୁ ଧନ-ଦୌଲତ ମିଳିବାର ଯୋଗ ଥାଏ।
ଏମିତି ଲୋକ ହୁଅନ୍ତି କୋଟିପତି:-
ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟ ରେଖାରେ ଅନେକ ଦୋଷ ନାହିଁ ଓ ଏକରୁ ଅଧିକ ଅଛି ତେବେ ଆପଣଙ୍କ ଜୀବନରେ କୋଟିପତି ହେବାର ଯୋଗ ଅଛି। ଯଦି ଆପଣଙ୍କ ହାତରେ ଶନି ଓ ସୂର୍ଯ୍ୟଙ୍କର ଆଙ୍ଗୁଳି ସିଧା ଅଛି ଓ ଭାଗ୍ୟ ରେଖା ମଣିବନ୍ଧରୁ ବାହାରି ସିଧା ଶନି ପର୍ବତ ପର୍ଯ୍ୟନ୍ତ ପହଞ୍ଚେ, ଏମିତି ବ୍ୟକ୍ତିତ୍ଵଙ୍କୁ ଧନବାନ ହେବାକୁ ବେଶୀ ସମୟ ଲାଗେନାହିଁ।
ବ୍ୟବସାୟରେ ହାସିଲ କରନ୍ତି ସଫଳତା:-
ଯଦି ଆପଣଙ୍କ ହାତରେ ଭାଗ୍ୟ ରେଖା ମୋଟା ରୁ ପତଳା ହେଉଥିବାର ଦେଖାଯାଏ, ଶନି ପର୍ବତ ବହୁତ ଉଚ୍ଚ ହୋଇଯାନ୍ତି ଓ ମାନସିକ ରେଖା ମଙ୍ଗଳ ପର୍ବତ ପର୍ଯ୍ୟନ୍ତ ଯାଏ। ଏମିତି ବ୍ୟକ୍ତି ବ୍ୟବସାୟରେ ବହୁତ ସଫଳତା ପାଏ। ଏମିତି ବ୍ୟକ୍ତି ଚାକିରୀ ବଦଳରେ ନିଜର ବ୍ୟବସାୟରେ ଅଧିକ ସଫଳତା ସିଦ୍ଧ ହୁଏ।
ଅଚାନକ ଧନ ମିଳିବାର ହେବ ଯୋଗ:-
ହସ୍ତରେଖା ବିଜ୍ଞାନ ଅନୁସାରେ ଯଦି ଆପଣଙ୍କ ହାତରେ ଚଦ୍ରମା ଓ ନିର୍ଦ୍ଧୋଷ ରେଖା ଓ ଭାଗ୍ୟ ରେଖା ସିଧା ଶନି ପର୍ବତ ତଳେ ଶେଷ ହେଉଛନ୍ତି। ତେବେ ବ୍ୟକ୍ତିଙ୍କୁ ଅଚାନକ କେଉଁଠୁ ଧନ ମିଳିବାର ସୁଯୋଗ ଅଛି। ଏମିତି ଲୋକ ଭଗ୍ୟରେ ଅଚାନକ କୋଟିପତି ହେବାର ଲେଖା ହୋଇଥାଏ।