ଧର୍ମ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଏହି ଦିଗରେ ଜଳ ଭରି ରଖିଲେ ଘରୁ ଦୂର ହୋଇଥାଏ ଦାରିଦ୍ର୍ୟତା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ରୋଷେଇ ଘରେ ବ୍ୟବହାର ହେଉଥିବା ବସ୍ତୁ ପ୍ରାୟତଃ ଷ୍ଟିଲ, ପିତ୍ତଳ ଧାତୁରେ ତିଆରି ହୋଇଥାଏ। ଆଜିର ଆଧୁନିକ ଯୁଗରେ ମାଟି ପାତ୍ରର ବ୍ୟବହାର ବହୁତ କମ୍ ଲୋକ କରୁଛନ୍ତି। ମାଟି ପାତ୍ରରେ ଭୋଜନ ଧୀର ଆଞ୍ଚରେ ପ୍ରସ୍ତୁତ ହୋଇଥାଏ। ଯାହାଫଳରେ ଖାଦ୍ୟରୁ ପୋଷାକ ତତ୍ଵ ନଷ୍ଟ ହୋଇ ନଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରତ୍ୟେକ ଯଜ୍ଞ ଓ ପୂଜା ଅନୁଷ୍ଠାନରେ ମାଟି ପାତ୍ର ବ୍ୟବହାର ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ମାଟି ପାତ୍ର ରହିବା ଦ୍ୱାରା ଅନେକ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ। ମାଟିର ପାତ୍ରକୁ ଆପଣ ସଠିକ ଦିଗରେ ରଖିଲେ ଏବଂ ତାପଖରେ ଦୀପ ଜଳାଇଲେ ଆପଣଙ୍କୁ ସୁଖଶାନ୍ତି ପ୍ରାପ୍ତ ହେବ। ଜଳକୁ ଜୀବନ କୁହାଯାଇଛି। ଏଥିପାଇଁ କୁହାଯାଇଛି କି ଆମ ଶରୀରର ସତୁରୀ ଭାଗ ଜଳ ରହିଛି।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ଘରେ ମାଟି ପାତ୍ରରେ ଜଳ ରଖିବାର ସଠିକ ଦିଗ ରହିଛି ଯାହା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଶୁଭ ପ୍ରଭାବ ପକାଇଥାଏ। କିନ୍ତୁ ଭୁଲ ଦିଗରେ ଜଳ ରଖିଲେ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ମାଟି ପାତ୍ରରେ ଜଳ ଭରି ଘରେ ସଠିକ ଦିଗରେ ରଖିଲେ, ଆପଣଙ୍କ ପରିବାର ଲୋକେ ସୁସ୍ଥ ରହିବେ। ଏହା ଆପଣଙ୍କ ଜୀବନରେ ସମ୍ପୂର୍ଣ୍ଣ ନକାରାତ୍ମକ ପ୍ରଭାବ ଦୂର କରି ଆପଣଙ୍କୁ ସୁଖଶାନ୍ତି ପ୍ରଦାନ କରିଥାଏ।

ଆଜିକାଲି ବଜାରରେ ପ୍ଲାଷ୍ଟିକ ଓ ଅନେକ ପ୍ରକାର ଧାତୁରେ ତିଆରି ବସ୍ତୁ ଉପଲବ୍ଧ ହେଉଛି। ଏହା ଦେଖିବାକୁ ଖୁବ୍ ଆକର୍ଷକ ଓ ସୁନ୍ଦର ହୋଇଥାଏ। କିନ୍ତୁ ଯଦି ଆପଣ ଘରେ ମାଟି ପାତ୍ରରେ ଜଳ ଭରି ରଖିବେ, ତାହେଲେ ଜଳ ଆଜିର ପୃଥିବୀ ତତ୍ୱର ମିଳନ ହେବ। ଏହାଦ୍ବାରା ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ଏବଂ ଏହି ପାଣିକୁ ଆପଣ ପିଇଲେ, ଆପଣଙ୍କ ମନ ଶାନ୍ତ ରହିବ ଓ ଶରୀର ସୁସ୍ଥ ରହିବ।

ଘରେ ମାଟି ପାତ୍ରରେ ଜଳ ଭରି ରଖିବାର ସଠିକ ଦିଗ ହେଉଛି ଐଶାନ୍ୟ କୋଣ ଅର୍ଥାତ୍ ଊତ୍ତର ପୂର୍ବ ଦିଗ। ଏହି ଦିଗରେ ଜଳ ପାତ୍ର ରଖିବା ଦ୍ଵାରା ଶୁଭ ହୋଇଥାଏ। କିନ୍ତୁ କେବେବି ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ। କାରଣ ଦକ୍ଷିଣ ଦିଗ ହେଉଛି ମୃତ୍ୟୁର ଦେବତା ଯମରାଜାଙ୍କ ଦିଗ। ଏହି ଦିଗରେ ପାଣି ରଖିବା ଦ୍ଵାରା ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଉତ୍ତର ଦିଗରେ ପାଣି ମାଠିଆ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ। ସେହିପରି ଦକ୍ଷିଣ ପୂର୍ବ ଦିଗରେ ପାଣି ମାଠିଆ ଭରି ରଖିବା ଅନୁଚିତ। କାରଣ ଏହି କୋଣକୁ ଅଗ୍ନି କୋଣ କୁହାଯାଏ। ତେଣୁ ଅଗ୍ନି ଓ ଜଳ ମିଶିଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବାର ସମ୍ଭାବନା ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button