ବିଚାର

ରବିବାର ଦିନ ଭୁଲରେ ମଧ୍ୟ ଏହି ୫ଟି କାମ କରନ୍ତୁ ନାହିଁ , ନହେଲେ ବଡ଼ କ୍ଷତି ହୋଇପାରେ , ମାନ ସମ୍ମାନ ମଧ୍ୟ ହାନି ହେବ

ବ୍ୟସ୍ତବହୁଳ ଏହି ଜୀବନରେ ପ୍ରତ୍ୟେକ ମନୁଷ୍ୟ ଅସୁବିଧାରେ ରହିଛି ଏବଂ ବ୍ୟକ୍ତି ଏହାକୁ ଦୂର କରିବା ପାଇଁ ଅନେକ ଉପାୟ ମଧ୍ୟ କରିଥାନ୍ତି। କିନ୍ତୁ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଅନେକଥର ଜୀବନ ବହୁତ କଷ୍ଟସାଧ୍ୟ ମନେ ହୋଇଥାଏ। ଏଭଳି ପରିସ୍ଥିତିରେ ସୂର୍ଯ୍ୟ ଉପାସନା ଆପଣଙ୍କ ଜୀବନରେ ସୁଖ ପ୍ରଦାନ କରିପାରିବ। ଜ୍ୟୋତିଷଚାର୍ଯ୍ୟ ଅନୁଯାୟୀ ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ କିଛି ବିଶେଷ ଉପାୟ କରିବା ଦ୍ଵାରା ଆମ ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ।

ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟଙ୍କୁ ପୂଜା କରିବା ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କର ତେଜ ବଢିଥାଏ ଏବଂ ତାଙ୍କର ଭାଗ୍ୟ ଶକ୍ତିଶାଳୀ ହୋଇଥାଏ।

ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା କରିବାର ନିୟମ ରହିଛି। ଏହି ଦିନ ସୂର୍ଯ୍ୟ ଗ୍ରହ ସର୍ବାଧିକ ଶକ୍ତି ବହନ କରନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତକର କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ସଠିକ ହେବା ଉଚିତ।ଯେଉଁଥିପାଇଁ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ମିଳିଥାଏ। ଏହା ସହିତ ତାଙ୍କ ଜୀବନର କଷ୍ଟ ଦୂର ହୁଏ ଏବଂ ସେ ଏକ ସୁଖମୟ ଜୀବନଯାପନ କରନ୍ତି।

Google

ବିଶ୍ୱାସ ଅନୁଯାୟୀ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଲାଭ ମିଳିଥାଏ। ଯଦି ଆପଣଙ୍କର ମଧ୍ୟ କିଛି ଏଭଳି ଅସୁବିଧା ରହିଛି , ତେବେ ଆପଣ କିଛି ସରଳ ଉପାୟ ଗ୍ରହଣ କରି ନିଜ ଜୀବନକୁ ଖୁସିମୟ କରିପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହର ନିଜର ବିଶେଷତା ରହିଛି। ଶାସ୍ତ୍ରରେ ଏହା ବିଶେଷ ଭାବରେ ଉଲ୍ଲେଖ ରହିଛି ଯେ କେଉଁ ଗ୍ରହ ମନୁଷ୍ୟକୁ କିପରି ଫଳ ଦେଇପାରେ। ସେଥିପାଇଁ ଆମକୁ ଜଣାଥିବା ଆବଶ୍ୟକ ଯେ ଆମକୁ କେଉଁ ଦିନ କେଉଁ କାମ କରିବା ଉଚିତ ନୁହେଁ।

ରବିବାର ଦିନ କିଛି କାମ କରିବା ଉଚିତ ନୁହେଁ। ଏହି କାର୍ଯ୍ୟଗୁଡିକ କରିବା ଦ୍ୱାରା ସୂର୍ଯ୍ୟ ଗ୍ରହର ଖରାପ ପ୍ରଭାବର ସାମ୍ନା କରିବାକୁ ପଡିଥାଏ। ତେଣୁ ରବିବାର ଦିନ କିଛି ଜିନିଷ ଉପରେ ଧ୍ୟାନରେ ରଖିବା ଦ୍ୱାରା ସୂର୍ଯ୍ୟଦେବଙ୍କର ସର୍ବଦା ଆଶୀର୍ବାଦ ପ୍ରାପ୍ତ ହୋଇ ପାରିବ।

ଆସନ୍ତୁ ଜାଣିବା ମୁଖ୍ୟ କାର୍ଯ୍ୟଗୁଡିକ ଯାହା ଶାସ୍ତ୍ର ଅନୁଯାୟୀ ରବିବାର ଦିନ କରାଯିବା ଉଚିତ ନୁହେଁ।

୧) ରବିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଲୁଣ ବ୍ୟବହାର କରନ୍ତୁ ନାହିଁ। ଏହାକୁ ଅଶୁଭ ଭାବରେ ବିବେଚନା କରାଯାଏ।

୨) ଏହି ଦିନ କୌଣସି ବ୍ୟକ୍ତି ମାଂସ ଏବଂ ମଦ୍ୟପାନ ସେବନ କରିବା ଉଚିତ ନୁହେଁ।

୩) ରବିବାର ଦିନ କେଶ କାଟନ୍ତୁ ନାହିଁ , ସୋରିଷ ତେଲକୁ ମାଲିସ କରନ୍ତୁ ନାହିଁ , କ୍ଷୀରକୁ ଜାଳନ୍ତୁ ନାହିଁ।

୪) ଏହି ଦିନ ସମ୍ଭବତଃ ତମ୍ବାରେ ତିଆରି ଜିନିଷର କ୍ରୟ ବିକ୍ରୟ ଠାରୁ ଦୂରେଇ ରୁହନ୍ତୁ।

୫) ନୀଳ , କଳା କିମ୍ବା ଧୂସର ରଙ୍ଗରୁ ଦୂରେଇ ରୁହନ୍ତୁ , ଏହା ବ୍ୟତୀତ ଅତ୍ୟାବଶ୍ୟକ ନ ହେଲେ ଜୋତା ପିନ୍ଧନ୍ତୁ ନାହିଁ।

Google

ଏହି କାମ କରନ୍ତୁ:-

୧) ସକାଳୁ ଉଠିବା ମାତ୍ରେ ସ୍ନାନ କରିବାକୁ ଚାହୁଁଥିଲେ , ସୂର୍ଯ୍ୟଦର୍ଶନ କରି ସ୍ନାନ କରନ୍ତୁ।

୨) ଘରେ ଝଗଡା ହେଉଥିଲେ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ମନେ ମନେ ନିଶ୍ଚିତ ଭାବରେ ଜପ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟଦେବ ” ଅବଶ୍ୟ ଲେଖି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button