ଜୀବନଶୈଳୀ

ପିତୃପକ୍ଷ ରେ ଭୁଲ କରି ମଧ୍ୟ ମରିଯାଇଥିବା ବ୍ୟକ୍ତିର 3ଟି ଜିନିଷ କେବେ ବି ବ୍ୟବହାର କରିବେ ନାହିଁ ପିତୃ ହୋଇଯାନ୍ତି କ୍ରୋଧିତ..

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରକୃତିର ଏହା ନିୟମ ଅଟେ ଯାହାର ଜନ୍ମ ହୋଇଛି ତାହାର ମୃତ୍ୟୁ ସୁନିଶ୍ଚିତ | ମୃତ୍ୟୁ ଏମିତି ଏକ ସତ୍ୟ ଯାହାକୁ କେହି ବି ଅଣଦେଖା କରିପାରିବେ ନାହିଁ | ମୃତ୍ୟ ଆସିବା ପରେ ମନୁଷ୍ୟକୁ ନିଜ ଶରୀର ତ୍ୟାଗ କରିବାକୁ ପଡିଥାଏ | କୃଷ୍ଣ କହିଛନ୍ତି ମନୁଷ୍ୟର ଏହି ସଂସାର ରେ କିଛି ବି ନିଜର ନୁହେଁ, ଆତ୍ମା ଅମର ଅଟେ ତାକୁ କେହି ବି ମାରିପାରନ୍ତି ନାହିଁ | ସେ ନଜର କର୍ମ ହିସାବରେ ବାରବାର ଜନ୍ମ ହୋଇଥାଏ | ତେବେ ମଣିଷର ନିଜ ଶରୀର ମଧ୍ୟ ନିଜର ନୁହେଁ, ଯାହା ଭଗବାନଙ୍କୁ ଠାରୁ ଆମକୁ ମିଳିଛି ତାହା ଦିନେ ଦିନେ ବିଲୀନ ହୋଇଯିବ | ତଥାପି ମଣିଷ ଏ ସଂସାରର ଭୌତିକ ମୋହ ରେ ପଡ଼ିଯାଏ, ଯାହାକୁ ସେ ମୃତ୍ୟୁ ପରେ ବି ଛାଡିପାରେ ନାହିଁ | ତେବେ ଭଗବାନ କୁହନ୍ତି ଅନେକ ସମୟ ରେ ମନୁଷ୍ୟ ସେହି ମୋହ ତ୍ୟାଗ କରିପାରେ ନାହିଁ, ଯେଉଁଥି ପାଇଁ ସେ ଏହି ପୃଥିବୀରେ ଘୁରି ବୁଲେ | ମୋହ ତ୍ୟାଗ କରିବା ଯାଏଁ ସେ ଏଠାରୁ ମୁକ୍ତି ପାଇପାରେ ନାହିଁ..

ତେବେ ଏହି ପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ମୃତ୍ୟୁ ପରେ ସେହି ଲୋକର ଜିନିଷ ରଖିନିଅନ୍ତି | ବନ୍ଧୁଗଣ ଗରୁଡ ପୂରାଣ ରେ କୁହାଯାଇଛି ଏହିପରି କିଛି ଜିନିଷ ଯାହାକୁ ରଖିବା ଦ୍ୱାରା ମନୁଷ୍ୟ ଅନେକ ଅସୁବିଧାର ଶିକାର ହୋଇଥାଏ | କାରଣ ମୃତକଙ୍କ ମୋହ ସେହି ଜିନିଷ ରେ ରହିଥାଏ | ତେଣୁ ତାଙ୍କ ଉର୍ଜା ମଧ୍ୟ ସେଥିରେ ଭରି ରହିଥାଏ | ତେଣୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଗରୁଡ଼ ପୂରାଣ ରେ ମଧ୍ୟ ଉଲ୍ଲେଖ ଅଛି ଏହିପରି କିଛି ଜିନିଷ ରଖିବା ଦ୍ୱାରା ସର୍ବନାଶ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ? ବନ୍ଧୁଗଣ ଗରୁଡ ପୂରାଣ ହିସାବରେ ମୃତକଙ୍କ ଏହି ଜିନିଷ ରଖିବା ଉଚିତ ନୁହେଁ | ରଖିବା ଦ୍ୱାରା ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିପାରେ..

ମୃତକଙ୍କ ଏହି 3ଟି ଜିନିଷ କେବେ ବ୍ୟବହାର କରିବେ ନାହିଁ..

1. ମୃତ ବ୍ୟକ୍ତିଙ୍କ ବସ୍ତ୍ର :- ବନ୍ଧୁଗଣ ଅନେକ ଲୋକ ମୃତ ବ୍ୟକ୍ତିଙ୍କର ପୋଷାକ କୁ ରଖି ବ୍ୟବହାର ମଧ୍ୟ କରିଥାନ୍ତି କିନ୍ତୁ | ବନ୍ଧୁଗଣ ଗରୁଡ ପୁରାଣରେ କୁହାଯାଇଛି ମୃତ ବ୍ୟକ୍ତି ନିଜ ବସ୍ତ୍ର କୁ ବହୁତ ଭଲପାଇଥାନ୍ତି | ମରିବା ପରେ ମଧ୍ୟ ସେଥିରେ ତାଙ୍କ ଉର୍ଜା ଭରି ହୋଇ ରହିଥାଏ | ଆପଣ ସେହି ବସ୍ତ୍ର କୁ ତାଙ୍କ ସ୍ମୃତି ଭାବରେ ସାଇତିକି ରଖିପାରିବେ କିନ୍ତୁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ | ସେହି ପୋଷାକରେ ମୃତ ବ୍ୟକ୍ତିର ମୋହ ରହିଥାଏ ଏମିତି ପରିସ୍ଥିତିରେ ଯଦି ଆପଣ ସେହି ବସ୍ତ୍ର କୁ ବ୍ୟବହାର କରୁଛନ୍ତି | ତେବେ ଅନେକ ଅସୁବିଧା ଦେଖା ଦେଇପାରେ | ଆପଣ ତାଙ୍କ ବସ୍ତ୍ର କୁ ନଦୀରେ ଭସେଇ ପାରିବେ, ନଚେତ ଏହାକୁ ତାଙ୍କ ସହ ସ୍ମଶାନ ରେ ଛାଡି ଆସିପାରିବେ | କିନ୍ତୁ ପରିଧାନ କରିବା ଉଚିତ ନୁହେଁ..

2. ମୃତ ବ୍ୟକ୍ତିଙ୍କ ଗହଣା :- ବନ୍ଧୁଗଣ ସମସ୍ତଙ୍କୁ ଗହଣା ର ମୋହ ନିଶ୍ଚିତ ରହିଥାଏ | ମହିଳା ମାନଙ୍କୁ ଗହଣା ବହୁତ ପସନ୍ଦ ହୋଇଥାଏ | ତେବେ ଯଦି ଏମିତି କୌଣସି ଗହଣା ମୃତକଙ୍କ ରହିଛି ସେସବୁ ବ୍ୟବହାର କରିବା ଉଚିତ ନୁହେଁ | କାରଣ ସେଥିରେ ସେହି ମୃତ ବ୍ୟକ୍ତିଙ୍କ ଉର୍ଜା ରହିଥାଏ | ଏହାକୁ ପରିଧାନ କରିବା ଦ୍ୱାରା ସେହି ଆତ୍ମା କୁ ଅନେକ ଯନ୍ତ୍ରଣା ହୋଇଥାଏ ଯାହା ଫଳ ରେ ଆପଣ ମଧ୍ୟ ଅନେକ ଅସୁବିଧା ଭୋଗିଥାନ୍ତି | ଯଦି ଆପଣ ଏହାକୁ ପରିବର୍ତନ କରି ନୁଆ କରି ପରିଧାନ କରୁଛନ୍ତି ତେବେ କରିହେବ | କିନ୍ତୁ ସେହି ଅବସ୍ଥା ରେ ସେହି ଗହଣା କୁ ବ୍ୟବହାର କରିବା ଉଚିତ ନୁହେଁ | ଗରୁଡ ପୂରାଣ ରେ ଏହାକୁ କୁହାଯାଇଛି ତେବେ ମୃତ ବ୍ୟକ୍ତିଙ୍କ ଗହଣା କୁ ପରିଧାନ କରିବା ଉଚିତ ନୁହେଁ..

3. ମୃତ ବ୍ୟକ୍ତିଙ୍କ ଘଣ୍ଟା :- ବନ୍ଧୁଗଣ ପୋଷାକ ଏବଂ ଗହଣା ବ୍ୟତୀତ ମୃତକଙ୍କ ଘଣ୍ଟାକୁ ମଧ୍ୟ ବ୍ୟବହାର କରିବା ଉଚିତ ହୋଇନଥାଏ | ସେଥିରେ ମୃତକଙ୍କ ମୋହ ଲାଗି ରହିଥାଏ, ଏହାକୁ ବ୍ୟବହାର କରିବା ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ଯଦି ସେହି ମୃତ ବ୍ୟକ୍ତି ଆପଣଙ୍କୁ ଉପାହାର ସ୍ୱରୂପ ଦେଇଥାନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ | ଯଦି ତାଙ୍କର ଇଛା ରହିଥାଏ କିମ୍ଵା ଜୀବିତ ଅବସ୍ଥା ରେ ଆପଣଙ୍କୁ ଦେଇଥାନ୍ତି ତେବେ ଆପଣ ପରିଧାନ କରିପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button