ତୁରନ୍ତ ହଟେଇ ଦିଅନ୍ତୁ ଏହି ଦିଗରେ ଲାଗିଥିବା ପିତୃଙ୍କ ଫୋଟୋ ପିତୃଦୋଷ ଲାଗିଥାଏ..

ବନ୍ଧୁଗଣ ଯଦି ଆପଣ ମଧ୍ୟ କାନ୍ଥରେ ପିତୃଙ୍କର ଫୋଟୋ ଲଗେଇଛନ୍ତି,ତେବେ ଶାସ୍ତ୍ରରେ କୁହାଯାଇଥିବା ଏହି ଗୁରୁତ୍ୱପୂର୍ଣ ନିୟମକୁ ଅବଶ୍ୟ ପାଳନ କରିବା ଉଚିତ | ଖାସ କରି ପିତୃପକ୍ଷ ରେ ଏହି ନିୟମର ବିଶେଷ ଧ୍ୟାନ ଦେବା ଉଚିତ | ବନ୍ଧୁଗଣ ରୁଗ୍ ବେଦ ଅନୁସାରେ ପ୍ରଥମ ମୃତ୍ୟୁ ବ୍ୟକ୍ତି ହେଉଛନ୍ତି ଯମରାଜ ଯାହାଙ୍କର ବାସ ପିତୃଲୋକରେ ହୋଇଥାଏ, ଏବଂ ସମସ୍ତ ମୃତ ବ୍ୟକ୍ତିଙ୍କର ରାଜା ହେଉଛନ୍ତି ଯମରାଜ |
ଏକଦା ସମସ୍ତ ପିତୃଦେବ ଯମରାଜଙ୍କୁ କହିଲେ କି ସେ ପୃଥିବି ଲୋକ କୁ ତାଙ୍କ ପରିଜନଙ୍କୁ ଦେଖିବାକୁ ଯିବେ, ତାଙ୍କୁ ଉଚିତ ମାର୍ଗ ଏବଂ ଧର୍ମ ରେ ଚାଲିବାର ବାଟ ଦେଖାଇବେ | ଏହା ପରେ ଯମରାଜ କହିଲେ ଏହିପରି କରିବା ସମ୍ଭବ ନୁହେଁ, ଭଗବାନ ବିଷ୍ଣୁ ଙ୍କୁ ପ୍ରସନ୍ନ କରିବାକୁ ହେବ ଏହାପରେ ସମସ୍ତେ ଭଗବାନ ବିଷ୍ଣୁଙ୍କର ସ୍ତୁତି କରିବାକୁ ଲାଗିଲେ | ଏହାପରେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ସମସ୍ତଙ୍କୁ ଆଶୀର୍ବାଦ ଦେଲେ ସ୍ୱର୍ଗ ଲୋକ ରୁ ପୃଥିବୀ ଲୋକକୁ ଆସି ତାଙ୍କ ପ୍ରିୟଜନଙ୍କୁ ଆଶୀର୍ବାଦ କରିପାରିବେ |
ଶାସ୍ତ୍ର ଅନୁସାରେ ପିତୃପକ୍ଷ ଭାଦ୍ରବ ମାସର ଶୁକ୍ଲପକ୍ଷର ପୁର୍ଣିମା ଦିନ ହୋଇଥାଏ | ପିତୃପକ୍ଷରେ ମନୁଷ୍ୟ ନିଜ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାଦ୍ଧ, ତର୍ପଣ, ପୂଜା ପାଠ ଆଦି କରିଥାନ୍ତି | ଗରୁଡ଼ ପୁରାଣ ଅନୁଯାୟୀ ପିତୃପକ୍ଷ ସମୟରେ ପିତୃଲୋକ ସ୍ୱର୍ଗ ଲୋକ ରୁ ପୃଥିବୀ ଲୋକ କୁ ଆସିଥାନ୍ତି | ଏବଂ ନିଜ ପ୍ରିୟଜନଙ୍କ ଠାରୁ ସମ୍ମାନ ଦାନ ଧର୍ମ ପାଇଁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି | ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ପିତୃଙ୍କର ଆଶୀର୍ବାଦ ପାଇଥାଏ ତାକୁ ଜୀବନ ରେ ସବୁ ସଙ୍କଟରୁ ମୁକ୍ତି ମିଳିଥାଏ | ବନ୍ଧୁଗଣ ମନୁଷ୍ୟ ନିଜ ପୃର୍ବପୁରୁଷ ଙ୍କ ସ୍ମୃତି ରେ ତାଙ୍କ ଚିତ୍ର କାନ୍ଥରେ ଲଗେଇ ଥାନ୍ତି |କିନ୍ତୁ ଏହି ଚିତ୍ର ଲଗେଇବା ସମୟରେ ଦିଗ ଏବଂ ସ୍ଥାନର ଧ୍ୟାନ ଦିଅନ୍ତି ନାହିଁ,ଯାହାଫଳ ରେ ପିତୃ ଅଶାନ୍ତି ହୋଇଥାନ୍ତି | ବାସ୍ତୁ ଶାସ୍ତ୍ରରେ ପିତୃଙ୍କର ଫୋଟୋ ଏବଂ ଚିତ୍ର କୁ ରଖିବାର ଉଚିତ ଦିଗ ଏବଂ ସ୍ଥାନ ବିଷୟରେ କୁହାଯାଇଛି | ତେବେ ଆସନ୍ତୁ ସେହି ବିଷୟରେ ଜାଣିବା..
ପିତୃଙ୍କର ଚିତ୍ର ଘରେ ରଖିବା ଶୁଭ କିମ୍ବା ଅଶୁଭ?
1. ପିତୃଲୋକଙ୍କ ଚିତ୍ର କିମ୍ବା ଫୋଟୋ ଘରେ ଲଗେଇବା ଶୁଭ ହୋଇଥାଏ | ଶାସ୍ତ୍ରରେ କୁହାଯାଇଛି ପିତୃ ଲୋକଙ୍କ ଫୋଟୋ ଘରେ ଲଗେଇବା ଦ୍ୱାରା ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ | କିନ୍ତୁ ଫୋଟୋ ଲଗେଇବାର ଉଚିତ ଦିଗ ଏବଂ ସ୍ଥାନ ପ୍ରତି ଧ୍ୟାନ ଦେବା ଉଚିତ | ମନେ ରଖନ୍ତୁ ପୂର୍ବ ପୁରୁଷଙ୍କ ଫୋଟୋ କିମ୍ବା ଚିତ୍ର କ୍ରୋଧିତ କିମ୍ବା ଦୁଖୀ ହେଇନଥିବା ଉଚିତ, ସଦା ସର୍ବଦା ପ୍ରସନ୍ନ ହୋଇଥିବା ଉଚିତ | ତେବେ ଏହିପରି ଫୋଟୋ ଲଗେଇବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ |
2. ଧ୍ୟାନ ରଖନ୍ତୁ ଆପଣଙ୍କ ପୂର୍ବ ପୁରୁଷ ଏହି ସଂସାରରେ ଆଉ ନାହାନ୍ତି, ସେ ଭଗବାନ ନୁହନ୍ତି କି ମନୁଷ୍ୟ ନୁହନ୍ତି | ଆପଣଙ୍କୁ ତାଙ୍କର ସମ୍ମାନ କରିବା ଉଚିତ କିନ୍ତୁ ଆପଣଙ୍କ କ୍ରୋଧ କିମ୍ବା ଦୁଃଖର ଭାବନା କୁ ତାଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ | ନହେଲେ ଆପଣଙ୍କ ପିତୃଦେବ ଦୁଃଖ ହୋଇଯିବେ, ପିତୃପକ୍ଷ ବ୍ୟତୀତ ଅନ୍ୟ କୌଣସି ଦିନ ପିତୃଦେବାଙ୍କର ପୂଜା କରିବା ଉଚିତ ନୁହେଁ | ଅନ୍ୟ ସମୟରେ ଯେଉଁ ଆତ୍ମା ଆସିଥାନ୍ତି ସେମାନେ ପ୍ରେତ ଆତ୍ମା ହୋଇଥାନ୍ତି | ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ହୋଇଥାଏ |
3.ବାସ୍ତୁ ଶାସ୍ତ୍ର ଅନୁଯାୟୀ ପିତୃଦେବ ଙ୍କ ଫୋଟୋ କୁ ଠାକୁର ଘରେ ରଖନ୍ତୁ ନାହିଁ | ଏହା କରିବା ଦ୍ୱାରା ଭଗବାନ କ୍ରୋଧିତ ହୋଇଥନ୍ତା ଏବଂ ଏହା ସହ ପିତୃ ପୁରୁଷ ମଧ୍ୟ କ୍ରୋଧିତ ଏବଂ ଦୁଃଖିତ ହୋଇଥାନ୍ତି |
4. ଯଦି ଆପଣଙ୍କ ପରିଜନଙ୍କ ଅକାଳ ମୃତ୍ୟୁ ହୋଇଯାଏ, ସେ ପ୍ରେତ ହୋଇଯାନ୍ତି ଏବଂ ପୃଥିବୀ ଲୋକ ରେ ଘୁରି ବୁଲନ୍ତି | ଏମିତି ରେ ତାଙ୍କର ଫୋଟୋ ଘରେ ଲଗାନ୍ତୁ ନାହିଁ ଏବଂ ତାଙ୍କୁ ପିତୃପକ୍ଷ ରେ ଶ୍ରାଦ୍ଧ ଦିଅନ୍ତୁ ନାହିଁ | ନହଲେ ବହୁତ ଅଶୁଭ ହୋଇଥାଏ |
5. ସଦା ସର୍ବଦା ପିତୃଙ୍କର ଫୋଟୋ ଉତ୍ତର ଦିଗର କାନ୍ଥ ରେ ଲଗେଇବା ଉଚିତ | ତାଙ୍କ ମୁଖ ସବୁବେଳେ ଦକ୍ଷିଣ ଦିଗ କୁ ରହବ ଉଚିତ ଏବଂ ଧ୍ୟାନ ରଖନ୍ତୁ ଈଶାନ ଘରେ କେବେ ବି ପିତୃ ଙ୍କର ଫୋଟୋ ଲଗାନ୍ତୁ ନାହିଁ | ଏବଂ ପିତୃ ପକ୍ଷ ରେ ମଧ୍ୟ ସମସ୍ତ କାର୍ଯ୍ୟ ଦକ୍ଷିଣ ଦିଗକୁ ମୁହଁ କରି କରିବା ଉଚିତ |
6. ଧ୍ୟାନ ରଖନ୍ତୁ ମୃତ ବ୍ୟକ୍ତିଙ୍କ ଫୋଟୋ ପାଖ ରେ କେବେ ବି ଜୀବନ୍ତ ଲୋକଙ୍କ ଫୋଟୋ ରଖନ୍ତୁ ନାହିଁ | ଏହା ସହିତ ଶୟନ କକ୍ଷ ରେ ଏବଂ ରୋଷେଇ ଘରେ ଭୁଲ ରେ ମଧ୍ୟ ପିତୃଙ୍କର ଫୋଟୋ ଲଗେଇବା ଉଚିତ ନୁହେଁ |