ଜୀବନଶୈଳୀ

ଧନର ନାଶ କରୁଥିବା ଏହି ପାଞ୍ଚଟି ବୃକ୍ଷ ଆଜି ହିଁ ହଟାଇ ଦିଅନ୍ତୁ । ନଚେତ …..

ଥରେ ଶ୍ରୀକୃଷ୍ଣଙ୍କର ଜଣେ ସଖା ତାଙ୍କୁ ଦେଖା କରିବାକୁ ଦ୍ଵାରିକାରେ ଆସି ପହଞ୍ଚିଲେ ଏବଂ ସାକ୍ଷାତ କରି ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ ପଚାରିଲେ ଯେ ଘର ଚାରି ପାଖରେ କେଉଁ ଗଛ ଲଗାଇବା ଉଚିତ ଏବଂ କେଉଁ ଗଛ ଲଗାଇଲେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ଏହାର ଉତ୍ତରରେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ ଏକ କଥା ଶୁଣାଇ ଥିଲେ । ସେହି କଥା ଅନୁଯାୟୀ ମଧ୍ୟଦେଶରେ ଧନେଶ୍ୱର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ସୁମତୀଙ୍କ ସହିତ ରହୁଥିଲେ । ବ୍ୟବସାୟରେ ଧନେଶ୍ୱର ଖୁବ ଭଲ ଥିଲେ । କିନ୍ତୁ ସୁମତୀ ବୃକ୍ଷରୋପଣ କରିବାକୁ ଭଲ ପାଉଥିଲେ ଏବଂ କିଛି ନବୁଝି ଏଣୁତେଣୁ ଗଛ ରୋପଣ କରିବା ଆରମ୍ଭ କରିଦେଲେ ।

ଯେଉଁ କାରଣରୁ ଘରକୁ ନକରାତ୍ମକତା ଆସିଲା ଏବଂ ଧନେଶ୍ୱରର ବ୍ୟବସାୟରେ ଖୁବ କ୍ଷତି ହେଲା । ଘରେ ଅନ୍ନ କିଣିବାକୁ ପଇସା ନଥିଲା । ଏପଟେ ସ୍ତ୍ରୀ ସୁମତୀ ଏଥିପାଇଁ ନିଜ ସ୍ୱାମୀ ଉପରେ ବିରକ୍ତ ହେଉଥିଲା । ଦିନେ ଜଣେ ସାଧୁ ଧନେଶ୍ୱରଙ୍କ ଘରକୁ ଆସି ସେହିଦିନ ତାଙ୍କ ଘରେ ରହି ବିଶ୍ରାମ ନେବେ ବୋଲି କହିଲେ । ସାଧୁଙ୍କୁ ଭୋଜନ କରାଇବା ପାଇଁ ଧନେଶ୍ୱର ଜଣେ ସେଠଙ୍କ ପାଖରୁ ନିଜ ଘର ବଦଳରେ ଟଙ୍କା ଆଣିଲେ । ସାଧୁଙ୍କୁ ଭୋଜନ କରାଇବାରୁ ସାଧୁ ମଧ୍ୟ ବେଶ ଖୁସି ହୋଇ ତାଙ୍କୁ କିଛି ମାଗିବାକୁ କହିଲେ । ଧନେଶ୍ୱର ତାଙ୍କୁ ନିଜ ଦାରିଦ୍ର୍ୟତାର କାରଣ ବିଷୟରେ ପଚାରିଲେ । ସାଧୁ ଜଣକ ତାଙ୍କ ଘର ସାମ୍ନାରେ ଥିବା ଅଶୁଭ ଗଛ ତାଙ୍କ ଦାରିଦ୍ର୍ୟତାର କାରଣ ବୋଲି କହିଲେ ।

ଏହାପରେ ସେ ଧନେଶ୍ୱରଙ୍କୁ ସେସବୁ ଗଛ ହଟାଇ କିଛି ଶୁଭ ଗଛ ଲଗାଇବାକୁ କହିଲେ । ଏହା କହି ସାଧୁ ଜଣକ ଅଶ୍ୱତ୍ଥ ଗଛର ମହତ୍ତ୍ୱ ବିଷୟରେ କହିଛନ୍ତି । ଜଳାଶୟ ନିକଟରେ ଅଶ୍ୱତ୍ଥ ଗଛ ରଖିଲେ ସେହି ଗଛରୁ ପତ୍ର ଜଳାଶୟରେ ପଡ଼ିଲେ ପିତୃ ଦୋଷ ଦୂର ହୋଇଥାଏ ଏବଂ ତାହା ଦେବତାଙ୍କୁ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାବ୍ୟତୀତ ଅଁଳା ଗଛ ଅତି ପବିତ୍ର ଗଛ ଅଟେ । ଏହା ବାସ୍ତୁ ନିମନ୍ତେ ଏବଂ ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପଯୁକ୍ତ ଅଟେ । ଯେଉଁ ଘର ସାମ୍ନାରେ ଅଁଳା ଗଛ ରହିଥାଏ ସେହି ଘରେ ସର୍ବଦା ଐଶ୍ୱର୍ଯ୍ୟ ଭରପୁର ରହିଥାଏ । ଯେଉଁ ଘର ସାମ୍ନାରେ ଅଁଳା ଗଛ ଥାଏ ସେଠାରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ ।

ଘର ସାମ୍ନାରେ ଅଶୋକ ଗଛ ରହିବା ମଧ୍ୟ ଭଲ ହୋଇଥାଏ । ଏହାବ୍ୟତୀତ ଆପଣ ନିମ ଗଛ , ଜାମୁ ଗଛ , ବେଲ ଗଛ , ନଡ଼ିଆ ଗଛ , ଡାଳିମ୍ବ ଗଛ ଏବଂ କଦଳୀ ଗଛ ଲଗାଇବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଘର ସାମ୍ନାରେ କିମ୍ବା ପାଖରେ କେବେ ତାଳ ଗଛ ରହିବା ଉଚିତ ନୁହେଁ । ନଚେତ ସେହି ଘରର ସନ୍ତାନଙ୍କର ନାଶ ହୋଇଥାଏ । ଏହାବ୍ୟତୀତ କୁସୁମ କୋଳି ଗଛ , ଦେବଦାରୁ ଗଛ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକତା ବଢ଼ିଥାଏ , ଧନର ନାଶ ହୋଇଥାଏ ଏବଂ ସଙ୍କଟ ବଢ଼ିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button