ଦେଶ ବିଦେଶ

ଇତିହାସରେ ପ୍ରଥମ: ମିସ୍ ୟୁନିଭର୍ସ ପାଇଁ ପ୍ରତିଯୋଗୀ ହେବେ ଦୁଇ କିନ୍ନର – Utkal Mail


ନୂଆଦିଲ୍ଲୀ: ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଇତିହାସରେ ପ୍ରଥମ ଥର ପାଇଁ ଅତିକମ୍‌ରେ ଦୁଇଜଣ କିନ୍ନର (ଟ୍ରାନ୍ସଜେଣ୍ଡର) ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ପୂର୍ବରୁ ଗତ ସପ୍ତାହରେ ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ମିସ୍ ପର୍ତ୍ତୁଗାଲ୍ ମୁକୁଟ ଜିତିବା ପରେ ଏହି ଖବର ସାମନାକୁ ଆସିଛି। ସେ ହେଉଛନ୍ତି ଦ୍ୱିତୀୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଯିଏକି ନିଜ ଦେଶର ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିଛନ୍ତି। ଏହାପୂର୍ବରୁ ଡଚ୍ ମଡେଲ୍ ରିକ୍କି କୋଲେ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଅର୍ଜନ କରିଥିଲେ। ଏହି ଟାଇଟଲ ଜିତିବାରେ କୋଲେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର।

ଚଳିତ ବର୍ଷ ନଭେମ୍ବରରେ ଏଲ୍ ସାଲଭାଡୋରରେ ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପୃଥିବୀର ୯୦ ଜଣ ମହିଳା ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯେଉଁଥିରେ ୭୧ତମ ମିସ୍ ୟୁନିଭର୍ସ ରେ’ବୋନି ଗାବ୍ରିଏଲ୍ ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ପିନ୍ଧାଇବେ। ଯଦି ମାରିନା ମାଚେଟ କିମ୍ବା ରିକି କୋଲେ ଏହି ପ୍ରତିଯୋଗିତା ଜିତନ୍ତି, ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ କିନ୍ନର ହେବେ।




Related Articles

Leave a Reply

Your email address will not be published. Required fields are marked *

Back to top button