Uncategorized

ଇତିହାସ ରଚିଲା ଓଡ଼ିଆ ସିନେମା “ଡେଲିଭରି ବୟ”, ଦଶ ବର୍ଷ ପରେ ଫିଲ୍ମ ଦେଖିବାକୁ ବାଧ୍ୟ ହେଲେ ଅଭିନେତ୍ରୀ Tandra Ray… ଯାହା କହିଲେ ଶୁଣି କାନ୍ଦି ପକାଇଲେ Buddhaditya

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ଅନେକ ବର୍ଷ ପରେ ତନ୍ଦ୍ରା ରାୟ ଅଭିନେତା ବୁଦ୍ଧାଦିତ୍ୟଙ୍କ ଇତିହାସ ରଚିଥିବା ଫିଲ୍ମ ଡେଲିଭର ବୟ ଦେଖିବାକୁ ଆସିଛନ୍ତି ସିନେମା ଥିଏଟର କୁ ଯାହାକୁ ନେଇ ଭିଡିଓ ଭାଇରାଲ ହୋଇଛି ।ଆଉ ଏହି ସମୟରେ ଉଭୟ ତନ୍ଦ୍ରା ରାୟ ନିଜର ଅନୁଭୂତି ବିଷୟରେ କହିଛନ୍ତି ଯେ “ମୁଁ ସିନେମା ବିଷୟରେ ବହୁତ ଶୁଣିଲି ଯେ ସିନେମାକୁଉ ବହୁତ ଲୋକ ଦେଖିବାକୁ ଆସୁଛନ୍ତି । ତା ପରେ ଅଶ୍ଵିନୀ କୁ ଆଗରୁ ଜାଣିଥିଲି । ଫିଲ୍ମ ବିଷୟରେ ବହୁତ ଶୁଣିବା ପରେ ଦେଖିବା ପାଇଁ ଆସିଲି । ବୁଦ୍ଧାଦିତ୍ୟ ମୋର ବହୁତ ପ୍ରିୟ ଆମ ଘର ପିଲା ସିଏ ।

ଏହି ଫିଲ୍ମରେ ସବୁ କଳାକାର ମାନେ ବହୁତ ଭଲ କରିଛନ୍ତି । ମୁଁ ତ ଯେହେତୁ ଦେଖିନି କିନ୍ତୁ ମୋତେ ଲାଗିଲା ନୂଆ । ଆମର ବି ଏହି ଫିଲ୍ମରୁ କିଛି ଶିଖିବାର ଅଛି । ଆମେ ବି ଡେଲିଭର ବଏ କୁ ଡାକିଥାଉ ବହୁତ କିଛି କଥା ଶୁଣାଇଥାଉ । ତେଣୁ ଆମେ ବି ଭାବିବା ଦରକାର ତାଙ୍କର ବି କିଛି ଅଲଗା ଲାଇଫ ଅଛି । ବୁଦ୍ଧାଦିତ୍ୟ ଏହି ଫିଲ୍ମରେ ବହୁତ ଭଲ ଅଭିନୟ କରିଛି ଯାହା ମୋ ହୃଦୟକୁ ଛୁଇଁ ଯାଇଛି । ଯିଏ ଯେଉଁ ଜାଗାରେ କରିଛନ୍ତି ଲାଗୁଛି ସେମାନଙ୍କ ପାଇଁ ସେହି ଜାଗା ଟି ତ ଇଆରି ହୋଇଛି ।

ଏହି ଫିଲ୍ମ ଟି ମୋତେ ଏଥିପାଇଁ ଭଲ ଲାଗିଲା ଯେ ଯାହା ପରିବାର ବସିକି ଦେଖିପାରିବେ । ଯାହା ପୂର୍ବର ସମୟରେ ହେଉଥିଲା । ଏହାପରେ ବୁଦ୍ଧାଦିତ୍ୟ ଆସୁଛନ୍ତି ଆଉ କହୁଛନ୍ତି “ତନ୍ଦ୍ରା ରାୟଙ୍କୁ ନେଇ କି ଦୀର୍ଘ 11 ବର୍ଷ ପରେ ହଲକୁ ଆସିଛନ୍ତି । ବିଜୟ ସାରଙ୍କ ଆଶୀର୍ବାଦ ମୋ ପାଖରେ ଅଛି । ବିଜୟ ସାର ଏଠାରେ ଅଛନ୍ତି ମୋ ଗୁରୁ ସେ । ମୋ ଫିଲ୍ମ ସ୍ବୀକୃତି ହୋଇଗଲା । ମୋ କୋଳ ତୋ ଝୁଲଣା ଯେଉଁଥିରେ ବିଜୟ ମହାନ୍ତି ଥିଲେ । ଆଉ ଫିଲ୍ମଟି ଡେବ୍ୟୁ ହୋଇଥିଲା ଯେଉଁଥିରେ ମୁଁ ରୋଲ କରିଥିଲି ।

ବିଜୟ ସାର ଓ ତନ୍ଦ୍ରା ମ୍ୟାଡମଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି । ତନ୍ଦ୍ରା ମ୍ୟାଡମ ଆସିବା ପରେ ବିଜୟ ସାର ଙ୍କ ଜି ବନରେ ବିଜୟପଥ ଚାଲିଲା । ମୋର ଭାଗ୍ୟ କି ମୁଁ ବିଜୟ ସାରଙ୍କ ଫିଲ୍ମ “ଆଇ ଲଭ ମାଇଁ ଇଣ୍ଡିଆ” ରେ ଡେବ୍ୟୁ କରିଥିଲି । ଆଉ ଆଜି ଏତେ ବର୍ଷ ପରେ ମୋର ଏତେ ପ୍ରଖ୍ୟାତ ବା ହିଟ ଫିଲ୍ମ ଦେଖିବାକୁ ତନ୍ଦ୍ରା ମ୍ୟାଡମ ଆଜି ଏଠାରେ ଉପସ୍ଥିତ ହୋଇଛନ୍ତି ।

11-12 ବର୍ଷ ପରେ ତନ୍ଦ୍ରା ମ୍ୟାଡମ ଆସିଛନ୍ତି ମୁଁ ତ କାନ୍ଦି ପକାଇଛି । ତନ୍ଦ୍ରା ମ୍ୟାଡମ ଏତେ ପ୍ରଖ୍ୟାତ ଅଭିନେତ୍ରୀ ଯିଏ କି ଅନେକ ଫିଲ୍ମରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ତନ୍ଦ୍ରା ମ୍ୟାଡମ ଆମ ଓଡିଆ ପାଇଁ ଜଣେ ପ୍ରତିନିଧି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button