ଜୀବନଶୈଳୀ

ସାବଧାନ! ରାତିରେ ଲାଇଟ ଜଳାଇ ଶୋଉଛନ୍ତି କି, ହୋଇପାରେ ଏହି ସବୁ ଗମ୍ଭୀର ରୋଗ

ଯଦି ଆପଣଙ୍କୁ ରାତିରେ ଲାଇଟ ଜଳାଇ ଶୋଇବାର ଅଭ୍ୟାସ ଅଛି, ତା’ହେଲେ ସମୟ ପୂର୍ବରୁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ, ଏକ ରିସର୍ଚ୍ଚରେ ଏହି କଥା ଖୁଲାସା ହୋଇଛି ଯେ ଲାଇଟ ଜଳାଇ ଶୋଇଲେ ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ। ଆମ ଶରୀରର ଏକ ବାୟୋଲୋଜିକାଲ କ୍ଲକ ଯେଉଁଠି ସୂର୍ଯ୍ୟ ଏବଂ ଚନ୍ଦ୍ରର କିରଣରେ ନିୟନ୍ତ୍ରିତ ହୋଇଥାଏ, ସେଠି କୃତ୍ରିମ କିରଣରେ ତାହା ଗଡ଼ବଡ଼ ହେବାର ସମ୍ଭାବନା ରହିଛି।

fft

ଏଥିପାଇଁ କେବେ ବି ଲାଇଟ ଜଳାଇ ଶୋଇବା ଉଚିତ ନୁହେଁ। ଯଦି ଆମେ ରାତିରେ ଶୋଇବା ସମୟରେ ଲାଇଟ ଜଳାଇ ରଖିବା, ତା’ହେଲେ ଏହା ଶରୀରରେ କ୍ୟାନସର କୋଶିକାଗୁଡ଼ିକୁ ଆକ୍ଟିଭ କରିବ। ଏକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ ରାତିରେ ଶୋଇବା ସମୟରେ ଲାଇଟ ଜଳାଇଲେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ହେବାର ଆଶଙ୍କା ୨୨ ପ୍ରତିଶତ ବଢିଯାଇଥାଏ।

tdt

ନିଦ ମଧ୍ୟ ପ୍ରଭାବିତ ହୋଇଥାଏ। ଏପରିକି, ଫୋନ କିମ୍ବା ଲାପଟପ ଲାଇଟ ବି ଜଳିଲେ ଆପଣଙ୍କ ନିଦ ଆପେ ଭାଙ୍ଗିଯାଇଥାଏ। ଶୋଇବା ସମୟରେ ଲାଇଟ ଜଳାଇ ରଖିଲେ ଆମ ମୁଡ ଉପରେ ପ୍ରଭାବ ପଡିଥାଏ। ଏହା ହୃଦୟ ବା ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଲାଇଟ ଜଳାଇ ରଖିଲେ ଆମ ବ୍ଲଡପ୍ରେସର ଏବଂ ମସ୍ତିଷ୍କକୁ ଖରାପ ପ୍ରଭାବ ପଡ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button